ଗୋଦାମରେ ନଷ୍ଟ ହେଉଛି ଚାଉଳ, ହେଲେ ଲୋକଙ୍କୁ ଅଧିକ ୫କେଜି ଦେଉନାହାନ୍ତି ସରକାର: ଅରୁଣ ସାହୁ...

ଗୋଦାମରେ ନଷ୍ଟ ହେଉଛି ଚାଉଳ, ହେଲେ ଲୋକଙ୍କୁ ଅଧିକ ୫କେଜି ଦେଉନାହାନ୍ତି ସରକାର: ଅରୁଣ ସାହୁ...


ଭୁବନେଶ୍ୱର,୧୨/୦୧(ନିପ୍ର): ରାସନ କାର୍ଡରେ ଏବେ ୫କେଜି ଚାଉଳ ଦେଉଛନ୍ତି। ସରକାର ଆଉ ୫କେଜି ଚାଉଳ ଦେବାକୁ ନିଷ୍ପତ୍ତି ନେଇଥିଲେ।ଗୋଦାମରେ ଏବେ ଚାଉଳ ନଷ୍ଟ ହେଉଛି।

       Ad..


ହେଲେ ସରକାର କିନ୍ତୁ ଅଧିକ ୫କେଜି ଚାଉଳ ଦେଉନାହାନ୍ତି ବୋଲି କହି ସରକାରଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ନଷ୍ଟ ହେବା ପୂର୍ବରୁ ସରକାର ଲୋକଙ୍କୁ ଚାଉଳ ଦେଇ ଦିଅନ୍ତୁ ବୋଲି ଅରୁଣ କହିଛନ୍ତି। 

Ad..


ନିଜର ଅପାରଗତା ଲୁଚାଇବା ପାଇଁ ସରକାର ରାସନ ଭେଳିକି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଓଡିଶା ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ଦରଦାମ ବଢୁଛି, ତେଣୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

Ad..


ଓଡ଼ିଶାରେ ବର୍ତ୍ତମାନ ଚାଉଳ ପର୍ଯ୍ୟାପ୍ତ ମାତ୍ରାରେ ରହିଥିବା ବେଳେ ଗୋଦାମ ଖାଲି ହେଉନାହିଁ । ଅନ୍ୟପକ୍ଷରେ ଗୋଦାମରେ ଚାଉଳ ନଷ୍ଟ ହେଉଥିବା ବେଳେ ତାହାକୁ ଲୋକଙ୍କ ମଧ୍ୟରେ ବାଣ୍ଟି ଦେବାକୁ ଅରୁଣ କହିଛନ୍ତି।




Edited by k.s thakur...

Post a Comment

Previous Post Next Post