୨ୟ କଣ୍ଟାବାଞ୍ଜି ମାଟିର ମହୋତ୍ସବ ଉଦ୍‌ଯାପିତ...

୨ୟ କଣ୍ଟାବାଞ୍ଜି ମାଟିର ମହୋତ୍ସବ ଉଦ୍‌ଯାପିତ...


କଣ୍ଟାବାଞ୍ଜି,୧୨/୦୧(ନି.ପ୍ର): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ୩ ଦିନ ଧରି ଚାଲିଥିବା ୨ୟ କଣ୍ଟାବାଞ୍ଜି ମାଟିର ମହୋତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି।କଣ୍ଟାବାଞ୍ଜି ମାଟିର ମହୋତ୍ସବର ତୃତୀୟ ଦିବସରେ ବହୁଭାଷୀ କବିତା ପାଠ ମହୋତ୍ସବର କାର୍ଯ୍ୟକାରୀ ସଭାପତି ବିରଂଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। 

Ad..


ଡ.ସଞ୍ଜୟ କୁମାର ମିଶ୍ର ମୁଖ୍ୟ ଅତିଥି, କୁଞ୍ଜ ବିହାରୀ ବେହେରା, ନରେନ୍ଦ୍ର ସୁନା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।କବି ତୁଳସୀ ଜଗତ ଓ ଅଞ୍ଜଳି ମାଝୀ ଚାଳିଶରୁ ଉର୍ଦ୍ଧ୍ବ କବିତାକୁ ସଂଯୋଜନା କରିଥିଲେ।

Ad..


କବି ବିଭୁଦତ୍ତ ସାହୁ,ରବିନାରାୟଣ ତ୍ରିପାଠୀ, ସନାତନ କଟା, ନିରଞ୍ଜନ ରଣା, ଉମେଶ ବେହେରା, ଆଶୁତୋଷ ଠାକୁର, ପ୍ରଭାତ ମିଶ୍ର,ଯଶୋବନ୍ତ ମିଶ୍ର, ଶ୍ୟାମ ସୁନ୍ଦର ଗୁରୁ, ଭକ୍ତବନ୍ଧୁ  ମେହେର, ଦୀପା ନାୟକ,ରୋଶିନୀ ଭୋଇ,ବିକାଶ ନାଥ ଆଦି କବିତା ପାଠ କରିଥିଲେ। 

Ad..


ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ସନ୍ଧ୍ୟାସମୟ କାର୍ଯ୍ୟକ୍ରମରେ ମହୋତ୍ସବ କମିଟି ସଭାପତି ବ୍ରଜଶ୍ୟାମ ଗୁରୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥ୍ ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ସମ୍ମାନିତ ଅତିଥ୍ ଭାବେ ମହୋତ୍ସବ କମିଟି ଚେୟାରମ୍ୟାନ ତଥା ବିଧାୟକ ଲକ୍ଷ୍ମଣ ବାଗ, ସଂଯୋଜକ ଦିନେଶ ମହାନନ୍ଦ, ରାଜେନ୍ଦ୍ର ବେହେରା, ଆଶିଷ ବଦ୍ରି, ରଶ୍ମି ରଞ୍ଜନ ପଟେଲ, ପପ୍ପୁ ଜୁଏଡ୍, ବିମଳ ହାତୀ ପ୍ରମୁଖ ମଞ୍ଚାସୀନ ଥିଲେ। 

ମୁଖ୍ୟ ଅତିଥି ଶ୍ରୀ ଖୁଣ୍ଟିଆ ନିଜ ଅଭିଭାଷଣରେ କହିଥିଲେ ଯେ କଣ୍ଟାବାଞ୍ଜି ବିକାଶ କୁ ନେଇ ମୋ ଦ୍ଵାରା ଯାହା ହୋଇ ପାରିବ ମୁ କରିବି।କଣ୍ଟାବାଞ୍ଜି ସହ ମୋ ଅନେକ ବର୍ଷର ସଂପର୍କ ରହିଛି। ତାହା ମୁ କେବେ ଭୁଲି ପାରିବି ନାହିଁ।ପଶ୍ଚିମ ଓଡ଼ିଶା ଲୋକ କଲା ସଂସ୍କୃତି କୁ ନେଇ ମଧ୍ୟ ଶ୍ରୀ ଖୁଣ୍ଟିଆ ନିଜ ମତ ଦେଇଥିଲେ।ସେହିପରି ଅନ୍ୟ ଅତିଥି ମାନେ ମଧ୍ୟ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିକଙ୍କୁ ସ୍ମୃତି ଚିହ୍ନ ଦେଇ ସମ୍ମାନୀତ କରାଯାଇଥିଲା।ସେହି ପରି ଅନେକ ପ୍ରତିଯୋଗୀତା ରେ ଉତ୍ତୀର୍ଣ୍ଣ ମହିଳା,ପୁରୁଷ, ଛାତ୍ର ଛାତ୍ରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ସମ୍ପାଦକ ବେଦବ୍ୟାସ ନାଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସଭା ପରେ ବିଭିନ୍ନ ଭିନ୍ନ ସାଂସ୍କୃତିକ କଲା ଅନୁଷ୍ଠାନ ପକ୍ଷରୁ କଳା ପରିବେଷଣ କରାଯାଇଥିଲା।ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ କଳାକାର ଉମା ବାରିକଙ୍କ ଦ୍ବାରା ପରିବେଷିତ ସମ୍ବଲପୁରୀ ସଙ୍ଗୀତ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା।



Edited by k.s thakur...

Post a Comment

Previous Post Next Post