ସୋହେଲା ହାଇସ୍କୁଲ ୧୯୮୯ ମାଟ୍ରିକ୍ ବ୍ୟାଚର ପୁନର୍ମିଳନୀ...

ସୋହେଲା ହାଇସ୍କୁଲ ୧୯୮୯ ମାଟ୍ରିକ୍ ବ୍ୟାଚର ପୁନର୍ମିଳନୀ...


ସୋହେଲା,୧୨/୦୧(ବିଜୟ କୁମାର ସାହୁ): ସୋହେଲା ହାଇସ୍କୁଲ ୧୯୮୯ ମାଟ୍ରିକ୍ ବ୍ୟାଚର ପୁନର୍ମିଳନୀ ସମାରୋହ ୧୧ ଜାନୁଆରୀ ୨୦୨୬ ତାରିଖରେ ସ୍ଥାନୀୟ ପିପିଳିପାଲି ନର୍ସରୀ ମାଇଦାନରେ ଆନନ୍ଦ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ପୁନର୍ମିଳନୀରେ ପ୍ରାୟ ୫୨ ଜଣ ପୂର୍ବତନ ଛାତ୍ର ଯୋଗଦେଇଥିଲେ।

        Ad..


କାର୍ଯ୍ୟକ୍ରମର ଆରମ୍ଭରେ ପରଲୋକଗତ ସହପାଠୀ ଓ ଶିକ୍ଷକମାନଙ୍କ ସ୍ମୃତିରେ ଏକ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ପାରମ୍ପରିକ ଭାବେ ବିଦ୍ୟାଳୟ ପ୍ରାର୍ଥନା ଗାୟନ କରାଯାଇଥିଲା। ସନ୍ସାର ସାହୁ ଓ ପୁରନ୍ଦର ପଧନ  ସମସ୍ତ ସହପାଠୀଙ୍କୁ ତିଳକ ଓ ମାଳା ପିନ୍ଧାଇ  ସ୍ନେହପୂର୍ଣ୍ଣ ସ୍ୱାଗତ କରିଥିଲେ।

        Ad..


ଏହି ଅବସରରେ ବ୍ୟାଚର ବିଶିଷ୍ଟ ସଦସ୍ୟ ଡ଼ା. ତୁଷାର ସାହୁ (ଅଧ୍ୟାପକ, ପଦ୍ମପୁର ସରକାରୀ ମହାବିଦ୍ୟାଳୟ),  ବୁଧଦେବ ଭୋଇ, କଟାପାଲି କଲେଜର ଅଧ୍ୟକ୍ଷ   ତଥା ବିଶିଷ୍ଟ ବ୍ୟବସାୟୀ ସତ୍ରୁଘ୍ନ ଭଞ୍ଜ, ହରିହର ନାହାକ, ସ୍ତମ୍ଭକାର ଅମତ୍ୟ ପ୍ରଧାନ, ବ୍ୟାଙ୍କ କର୍ମଚାରୀ ରାଜୁ ସାହୁ, ବ୍ୟବସାୟୀ ଅଶୋକ ବାରିକ, ଶିଶିର ବାରିକ, ସାବାନୀ ମହମ୍ମଦ, ଗଜନବୀ ମହମ୍ମଦ, ରାମକୃଷ୍ଣ ଭୋଇ, ପ୍ରମୋଦ ଭୋଇ ,ସାମ୍ବାଦିକ ତୁଷବନ୍ତ ଯୋଶୀ,କୃଷ୍ଣ ଚନ୍ଦ୍ର ସାହୁ  ସହ ଅନ୍ୟାନ୍ୟ ସହପାଠୀମାନେ ଉପସ୍ଥିତ ଥିଲେ।

Ad..


ବକ୍ତବ୍ୟରେ ସଦସ୍ୟମାନେ କହିଥିଲେ ଯେ ଛାତ୍ରଜୀବନର ସ୍ମୃତିକୁ ସାଙ୍ଗ କରି ସହପାଠୀଙ୍କ ସହ ସମୟ କାଟିବା ମାନସିକ ସ୍ୱାସ୍ଥ୍ୟ ଓ ସୁସ୍ଥତା ପାଇଁ ଅତ୍ୟନ୍ତ ଲାଭଦାୟକ। ଏପରି ପୁନର୍ମିଳନୀ ଆଜିର ବ୍ୟସ୍ତ ଜୀବନରେ ଡିପ୍ରେସନ୍‌ ପାଇଁ ଔଷଧ ସ୍ୱରୂପ କାମ କରେ ବୋଲି ସେମାନେ ମତ ପ୍ରକାଶ କରିଥିଲେ



Report : Bijay ku sahu

Edited by k.s thakur...

Post a Comment

Previous Post Next Post