ଲାଞ୍ଚ କାରବାରରେ ସମ୍ପୃକ୍ତି ପରେ କାର୍ଯ୍ୟାନୁଷ୍ଠାନ ; ନିଲମ୍ବିତ ହେଲେ କଟକ CRRI ଥାନା ଅଧିକାରୀ ବିଜୟ ବାରିକ...
କଟକ,୦୬/୦୧ : ନିଲମ୍ବିତ ହେଲେ କଟକ CRRI ଥାନା ଅଧିକାରୀ ବିଜୟ କୁମାର ବାରିକ।ବିଜୟ ବାରିକଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ୱାଇ.ବି ଖୁରାନିଆ।
Ad..
ବିଜୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଲେ ପୋଲିସ ଡିଜି। ୪୦ ହଜାର ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ବିଜୟ । ନିଲମ୍ବନ ସମୟରେ ପୋଲିସ କମିଶନରଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ ବିଜୟ।
Ad..
ସୂଚନାଯୋଗ୍ୟ, CRRI ପୋଲିସ ଷ୍ଟେସନର ଆଇଆଇସିଙ୍କୁ ତାଙ୍କର ବ୍ୟବସାୟ ସୁରୁଖୁରୁରେ କରିବା ପାଇଁ ଜଣେ ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଅଧିକାରୀ ଗିରଫ କରିଥିଲେ।
Edited by k.s thakur...



