ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ଆଦାୟ କରିବ ୟୁଜର ଫି...
ଭୁବନେଶ୍ଵର,୦୬/୦୧ : ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ଆଦାୟ କରିବ ୟୁଜର ଫି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଉପଭୋକ୍ତା ଦେୟ (User Fee) ଦେବାକୁ ସମ୍ବାଦିକ ସମ୍ମିଳନୀରେ ମେୟର ସୁଲୋଚନା ଦାସ ଅନୁରୋଧ କରିଛନ୍ତି।
Ad..
ଘର, ହୋଟେଲ, ସପିଂ ମଲ୍, କ୍ୟାଫେ, ହାଟ, ଶିକ୍ଷାନୁଷ୍ଠାନ, ମଦ ଦୋକାନ, ଢାବା, କ୍ଲାଉଡ୍ କିଚେନ, ଗୋଦାମ, ରୋଡ ସାଇଡ୍ ଭେଣ୍ଡର, ଗେଷ୍ଟ ହାଉସ, ହଷ୍ଟେଲ ଆଦିରୁ ଅଳିଆ ସଂଗ୍ରହ ବାବଦରେ ଆଦାୟ ହେବ ୟୁଜର ଫି।ଏ ନେଇ ରେଟ୍ ଚାଟ୍ ଜାରି ହୋଇଛି।
Ad..
୨୦୧୮ ବାଇ ଲ ଅନୁସାରେ ଫି’ ଆଦାୟ କରିବ ବିଏମ୍ସି। ସଫା ଆପ୍ (SAFA App) ମାଧ୍ୟମରେ ତଥ୍ୟ ବିଷୟରେ ଜାଣିପାରିବେ ରାଜଧାନୀବାସୀ । ବିଏମସିର ସ୍ୱତନ୍ତ୍ର ହ୍ଵାଟ୍ସଆପ ନଂ ୭୬୫୩୦୧୧୮୩୨ ରେ ତଥ୍ୟ ରହିବ।ସୋମବାର ଦିନ ବିଏମ୍ସି ଦ୍ୱାରା ପ୍ରକାଶିତ ଫି ଷ୍ଟ୍ରକଚର ଅନୁଯାୟୀ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ (EWS) ଏବଂ ନିମ୍ନ ଆୟ ଗୋଷ୍ଠୀ (LIG) ପାଇଁ ୮୦୦ ବର୍ଗଫୁଟ ପର୍ଯ୍ୟନ୍ତ ଘର ପାଇଁ ମାସିକ ୫୦ ଟଙ୍କା ଦେବାକୁ ପଡିବ ।
୮୦୦ ରୁ ୧,୨୦୦ ବର୍ଗଫୁଟ ମଧ୍ୟରେ ମଧ୍ୟମ ଆୟ ଗୋଷ୍ଠୀ (MIG) ବାସସ୍ଥାନ ପାଇଁ ମାସିକ ୭୫ ଟଙ୍କା ଦେବାକୁ ପଡିବ ।ବଡ଼ ଘର, ହୋଟେଲ, ସପିଂ ମଲ୍, କାଫେ, ବଜାର, ଶିକ୍ଷାନୁଷ୍ଠାନ, ମଦ ଦୋକାନ, ଢାବା, କ୍ଲାଉଡ୍ କିଚେନ୍, ଗୋଦାମ, ରାସ୍ତା କଡ଼ରେ ଥିବା ବିକ୍ରେତା, ଅତିଥି ଗୃହ ଏବଂ ଛାତ୍ରାବାସ ପାଇଁ ମଧ୍ୟ ନୂଆ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ଫି ଦେବାକୁ ପଡିବ । ବିଶେଷକରି ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକରେ ଉନ୍ନତ ଆବର୍ଜନା ପରିଚାଳନାକୁ ସମର୍ଥନ କରିବା ପାଇଁ ଶୁଳ୍କ ବୃଦ୍ଧି ପାଇବ ।
Edited by k.s thakur...



