ମୁଖ୍ୟସ୍ରୋତକୁ ଫେରିଲେ ୬୩ ଜଣ ମାଓବାଦୀ...

ମୁଖ୍ୟସ୍ରୋତକୁ ଫେରିଲେ ୬୩ ଜଣ ମାଓବାଦୀ...


ମାଲକାନଗିରି,୦୯/୦୧: ମାଓ ଦମନ ନେଇ ଟାର୍ଗେଟ ଯେତେ ପାଖେଇ ଆସୁଛି ସେତେ ପରିମାଣରେ ନକ୍ସଲ ଆତ୍ମସମର୍ପଣ କରିବାରେ ଲାଗିଛନ୍ତି। ଏହି କ୍ରମରେ ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲା ପୁଲିସ ନିକଟରେ ୬୩ ଜଣ ମାଓବାଦୀ ମୁଖ୍ୟସ୍ରୋତକୁ ଫେରିଛନ୍ତି। ଛତିଶଗଡ଼ ସରକାରଙ୍କ ଘରକୁ ଫେରିଆସ ଓ ନୂଆ ଜୀବନ ପାଅ ଯୋଜନାରେ ପ୍ରଭାବିତ ହୋଇ ଏହି ନକ୍ସଲମାନେ ଆତ୍ମସମର୍ପଣ କରୁଥିବା କୁହାଯାଇଛି।

       Ad..


ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଗୌରବ ରାୟ, ସିଆରପିଏଫ କମାଣ୍ଡାଣ୍ଟ ରାକେଶ ଚୌଧୁରୀଙ୍କ ସମ୍ମୁଖରେ ଏମାନେ ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ଏମାନଙ୍କ ମଧ୍ୟରେ ୧୮ ଜଣ ମହିଳା ମାଓବାଦୀ ହୋଇଥିବା ବେଳେ ୪୫ ଜଣ ପୁରୁଷ ମାଓବାଦୀ ବୋଲି ଜଣାପଡିଛି। 

         Ad..


ସେହିପରି ଏମାନଙ୍କ ମଧ୍ୟରୁ ୭ ଜଣଙ୍କ ନାମରେ ୮ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିବା ବେଳେ ୭ ଜଣଙ୍କ ନାମରେ ୫ ଲକ୍ଷ, ୮ ଜଣ ନକ୍ସଲ ନାମରେ ୨ ଲକ୍ଷ, ୧୧ ଜଣଙ୍କ ନାମରେ ୧ ଲକ୍ଷ ଏବଂ ୩ ଜଣଙ୍କ ନାମରେ ୫୦ ହଜାର ଟଂକା ଲେଖାଏଁ ପୁରସ୍କାର ରହିଥିଲା।

ତେବେ ମୋଟ ୧ କୋଟି ୧୯ ଲକ୍ଷ ୫୦ ହଜାର ଟଂକାର ପୁରସ୍କାର ରହିଥିଲା। ଏମାନଙ୍କ ମଧ୍ୟରୁ ୩୬ ଜଣ ନକ୍ସଲ ଆଗଧାଡ଼ିର ସକ୍ରିୟ ନକ୍ସଲ। ପୁଲିସ ପ୍ରଶାସନ ତରଫରୁ ସମସ୍ତହ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। 

ଆଗାମୀ ଦିନରେ ସମସ୍ତଙ୍କୁ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି। ଏଥିସହ ପ୍ରତ୍ୟେକ ମାସରେ ୧୦ ହଜାର ଟଂକା ମଧ୍ୟ ପାଇବେ। ମାର୍ଚ ୩୧ ସୁଦ୍ଧା ନକ୍ସଲ ଛତିଶଗଡରୁ ସଂପୂର୍ଣ୍ଣ ହଟିବେ ବୋଲି ଆଜି ପୁଲିସ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। 



Edited by k.s thakur...

Post a Comment

Previous Post Next Post