ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ -ମନିଗାଁ ଚାମ୍ପିଆନ...
ବଙ୍ଗୋମୁଣ୍ଡା,୦୯/୦୧ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଓ ତାଳଭଟା ଗ୍ରାମର ମିଳିତ ଆନୁକୂଲ୍ୟରେ ରେ ଚାଲିଥିବା ତୃତୀୟ ତମ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି।
Ad..
ଆୟୋଜକ କମିଟି ର ସଭାପତି ହୁଲେଶ୍ୱର ହଂସ ଙ୍କ ସଭାପତିତ୍ୱ ରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଓଡ଼ିଆ ସିନେ ସୁପରଷ୍ଟାର ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ।
Ad..
ସମ୍ମାନୀୟ ଅତିଥି ଭାବେ କଣ୍ଟାବାଞ୍ଜି ବିଜେପି ବିଧାନସଭା ସଂଯୋଜକ ଯୌବନ ବାଗ, ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ଙ୍କ ପ୍ରତିନିଧି ଭୋଲାନାଥ ବେହେରା,ଜିଲ୍ଲା ପରିଷଦ ସଦସ୍ୟ ଦାମ ସୁନା,ବଙ୍ଗୋମୁଣ୍ଡା ବିଜେପି ମଣ୍ଡଳ ସଭାପତି ପବିତ୍ର ପୋଢ଼,ସିନ୍ଧେକେଲା ବିଜେପି ମଣ୍ଡଳ ସଭାପତି ନରେନ୍ଦ୍ର ରଣା,ବେଳପଡ଼ା ଏଡିଇଓ ସଂଘ ର ସଭାପତି ପୃଥିରାଜ ବାଗ,କପିଲାଭଟା ସମିତି ସଭ୍ୟ କେଦାର ଭୋଇ, ଝରିଆଲ ସମିତିସଭ୍ୟ ରାଜୁ ହାତୀ...
ଗନ୍ଧରାବନ୍ଧ ସମିତିସଭ୍ୟ ଖଗେଶ୍ବର ବାଗ,ବଙ୍ଗୋମୁଣ୍ଡା ବିଜେପି ମଣ୍ଡଳ ସାଧାରଣ ସମ୍ପାଦକ ଧନସିଂ ନାଗ, ବିଶିଷ୍ଟ କଣ୍ଠଶିଳ୍ପୀ ଦୁର୍ଦ୍ଦକ୍ଷ ହଂସ,ମାଁ ସାହାଜି ଯୁବକ ସଂଘ ର ପୂର୍ବତନ ସଭାପତି ମିତ୍ରଭାନୁ ବିଶି,ଏଡିଇଓ ରାଜକପୁର ବାଗ,ବିଜେପି ଯୁବନେତା କୁଶଧ୍ୱଜ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଲି ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ।
ଏହି ଟୁର୍ଣ୍ଣାମେଣ୍ଟ ରେ ୮ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ବଙ୍ଗୋମୁଣ୍ଡା ଓ ମନିଗାଁ ଦଳ ଫାଇନାଲ୍ ରେ ଉତ୍ତୀର୍ଣ୍ଣ ହୋଇଥିଲା। ବଙ୍ଗୋମୁଣ୍ଡା କୁ ୨-୦ ଗୋଲ ରେ ପରାସ୍ତ କରି ମନିଗାଁ ଦଳ ଚାମ୍ପିଆନ ହୋଇଛି। ବେଷ୍ଟଗୋଲ କିପର ଦୟା ଦୀପ ,ବେଷ୍ଟ ସ୍କୋରର୍ ମହେଶ ମାଝୀ, ବେଷ୍ଟ ଡିଫେଣ୍ଡର୍ ଦିବ୍ୟ ନାଏକ, ବେଷ୍ଟ କମେଣ୍ଟଟେଟର ଅଭୟ ବାଗ ଓ ପରମାନନ୍ଦ ଛତ୍ରୀଆ ଙ୍କୁ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ରେଫରୀ ନିତେଶ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଲାଇନ ରେ ବୈଷ୍ଣବ ତାଣ୍ଡି ଓ ନବୀନ ସରାଫ ସହଯୋଗ କରିଥିଲେ।ଆୟୋଜକ କମିଟି ର ସଂଯୋଜକ ରାହୁଲ ବାଗ,ଉପସଭାପତି ତ୍ରିବିକ୍ରମ ବେହେରା, ସମ୍ପାଦକ ଆଶିଷ ବେହେରା, ସହ ସମ୍ପାଦକ ଗିରିଶ ଅଦା, କୋଷାଧ୍ୟକ୍ଷ ପ୍ରିୟରଞ୍ଜନ ହଂସ, ଉପଦେଷ୍ଟା ଅଶୋକ କୁମାର ବିଶି,ଜୟନ୍ତୀଲାଲ ହଂସ,କୁଞ୍ଜବିହାରୀ ବେହେରା...
ପରମେଶ୍ୱର ମହାନନ୍ଦ, ଶୁଭାକର ନାଗ,ଧର୍ମେନ୍ଦ୍ର ଦାସ ,ସଦସ୍ୟ ଜିତେନ୍ଦ୍ର ହଂସ,ଅଭିଷେକ ହଂସ, ନିତ୍ୟା ହଂସ,ବିକାଶ ହଂସ,ତରଣୀ ପୁଞ୍ଜି, ସନ୍ତୋଷ ହଂସ,ନରେନ୍ଦ୍ର ପୁଞ୍ଜି ଙ୍କ ସହ ବହୁ ସଦସ୍ୟ ମାନେ ସହଯୋଗ କରିଥିଲେ। ଶେଷରେ ସମ୍ବଲପୁରୀ ଆଲବମ ନାୟିକା ମାମୁନି ଯାଦବ ଓ ୟୁଟୁବର ପୃଥିରାଜ ସା ଙ୍କ ନାଚରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ମାନେ ଉପଭୋଗ କରିଥିଲେ।
Edited by k.s thakur...



