ଦିଗପହଣ୍ଡି ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟଣା; ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ...
ଭୁବନେଶ୍ଵର,୦୯/୦୧ : ଦୁର୍ଘଟଣାରେ ୨ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା । ଦିଗପହଣ୍ଡି ଜରଡ଼ାରେ ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା ।
Ad..
ତମ୍ବାପୁର-ମନ୍ଦରଡ଼ା ରାସ୍ତାରେ ଗଛ ସହ ପିଟି ହୋଇ ପ୍ରାଣ ହରାଇଥିଲେ । ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
Ad..
ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡିଆରେ ଟୁଇଟ କରି କହିଛନ୍ତି, “ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲର ରାହୁଲ ନାଏକ ଏବଂ କେଦାର ନାଏକଙ୍କର ପ୍ରାଣହାନି ଘଟିଥିବା ଖବର ଜାଣି ଗଭୀର ଶୋକ ପ୍ରକାଶ କରୁଛି।
ଏହସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ସୂଚନା ଯୋଗ୍ୟ; ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ସୀମା ଅନ୍ତର୍ଗତ ମନ୍ଦାରଡା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିଲା । ତିନି ଜଣ ଯାତ୍ରା କରୁଥିବା ମୋଟରସାଇକେଲଟି ନିୟନ୍ତ୍ରଣ ହରାଇ ମନ୍ଦାରଡା ନିକଟରେ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରିତର ହୋଇଛନ୍ତି ।
Edited by k.s thakur...
Tags:
2 death
bike accident
cm mohan Majhi
cm relief fund
declared
latest news
latest update
odisha daily current affairs
odisha news



