ବରଗଡ଼ରେ ଶୀତର ପ୍ରକୋପ ବୃଦ୍ଧି, ରାତ୍ରି ଯାପନ ଆଶ୍ରୟ ସ୍ଥଳି ଦାବୀକଲା ଆମ୍ ଆଦମୀ ପାର୍ଟି...

ବରଗଡ଼ରେ ଶୀତର ପ୍ରକୋପ ବୃଦ୍ଧି, ରାତ୍ରି ଯାପନ ଆଶ୍ରୟ ସ୍ଥଳି ଦାବୀକଲା ଆମ୍ ଆଦମୀ ପାର୍ଟି...


ବରଗଡ଼,୦୮/୧୨(ବିଜୟ କୁମାର ସାହୁ):  ଶୀତର ପ୍ରକୋପ ବଢ଼ିବାରେ ଲାଗି ଥିବା ବେଳେ ବରଗଡ଼ରେ ରାତ୍ରି ଯାପନ ଆଶ୍ରୟ ସ୍ଥଳୀ ପାଇଁ ଆମ୍ ଆଦମୀ ପାର୍ଟି ଦାବୀ କରିଛି। 

Ad..


ସୋମବାର ଏହି ସମ୍ବନ୍ଧରେ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ଦେବା ସହ କାହିଁକି ଏହାର ଆବଶ୍ୟକତା ରହିଛି ସେ ବିଷୟରେ ଆଲୋଚନା କରିଛି। ବରଗଡ ସହର ରେ ଗରିବ, ବେସାହାରା ଲୋକ ଙ୍କ ପାଇଁ  ରାତ୍ରି ଆଶ୍ରୟ ସ୍ଥଳୀ ର କୌଣସି ବ୍ୟବସ୍ଥା ନାହିଁ...

Ad..


ଲୋକ ମାନେ ବହୁତ ହଇରାଣ ହେଉ ଥିବାର ନଜିର ରହିଛି, ଆଗକୁ ବିଶ୍ଵ ପ୍ରସିଦ୍ଧ ଧନୁ ଯାତ୍ରା  ସମୟରେ ବରଗଡ ରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଵ ତେଣୁ ଏହି ଜାଡ ଥଣ୍ଡାରେ ମୁଣ୍ଡ ଗୁଞ୍ଜିବା ପାଇଁ ପ୍ରଶାସନିକ ସ୍ତର ରେ ଅସ୍ଥାୟୀ ଭାବେ ଗୋଟିଏ କିମ୍ବା ଦୁଇଟି ରାତ୍ରି ଯାପନ ଆଶ୍ରୟ ସ୍ଥଳି ବ୍ୟବସ୍ଥା କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି। 

ଏହା ଏକ ମହତ କାର୍ଯ୍ୟ ହୋଇଥିବା ରୁ ସରକାର ଧ୍ୟାନ ପୂର୍ବକ ଏହାକୁ କାର୍ଯ୍ୟକାରୀ କରୁ ବୋଲି ରାଜ୍ୟ ସମ୍ପାଦକ ଭବାନୀ ସାହୁ କହିଛନ୍ତି। ଆପ୍ ର ପ୍ରତିନିଧି ଦଳ ଯାଇ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ଙ୍କୁ ଏହି ଦାବୀ ପତ୍ର ଦେଇଛନ୍ତି। ନାରୀ ନେତ୍ରୀ ମାରିୟମ ବାର୍ଲା, ଅସିତ ସାହୁ, ମିଲୁ ନାଗ, ଲକ୍ଷପତି ନନ୍ଦ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post