ବାଂଲାଦେଶରେ ନିର୍ମମ ଭାବରେ ହିନ୍ଦୁ ହତ୍ୟା ବିରୋଧରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ...

ବାଂଲାଦେଶରେ ନିର୍ମମ ଭାବରେ ହିନ୍ଦୁ ହତ୍ୟା ବିରୋଧରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ...


ବଲାଙ୍ଗିର,୨୬/୧୨(ନି.ପ୍ର):ଗତ କିଛି ଦିନ ପୂର୍ବରୁ ବାଂଲାଦେଶ ରେ ଦୀପୁ ଚନ୍ଦ୍ର ଦାଶ ନାମକ ଜଣେ ହିନ୍ଦୁ ଭାଇଙ୍କୁ ସେଠାକାର ମୁସଲମାନ କଟ୍ଟର଼ପନ୍ଥି ମାନେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରି ରାସ୍ତା ମଝିରେ ଗଛରେ ଝୁଲାଇ ନିଆଁ ଲଗାଇ ଜାଳି ଦେଇଥିବା ଘଟଣା କୁ ବିରୋଧ କରି...

      Ad..


ଗତକାଲି ବଲାଙ୍ଗିର ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ସକାଳ ୧୦ ଘଣ୍ଟା ସମୟରେ ଏକ ବିକ୍ଷୋଭ ଶୋଭାଯାତ୍ରା ସ୍ଥାନୀୟ ଗୋପାଳଜୀ ମନ୍ଦିରରୁ କଚେରୀ ଛକ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

Ad..


ବାଂଲାଦେଶ ରେ ରହୁଥିବା ହିନ୍ଦୁ ମାନଙ୍କ ସୁରକ୍ଷା ତଥା ଭାରତରେ ଅବୈଧ ଭାବେ ବସବାସ କରୁଥିବା ବାଂଲାଦେଶୀ ମୁସଲମାନ ମାନଙ୍କୁ ଦେଶରୁ ନିଷ୍କାସିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଥିଲା।

Ad..


ଉକ୍ତ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତ ସଂଯୋଜକ ଶ୍ରୀ ସୌମ୍ୟ ରଞ୍ଜନ ମିଶ୍ର,ବିଶ୍ଵହିନ୍ଦୁ ପରିଷଦ ପ୍ରାନ୍ତ ପ୍ରଚାର ପ୍ରସାର ପ୍ରମୁଖ ଶ୍ରୀ ପବିତ୍ର କୁମାର ଦାଶ,ପ୍ରାନ୍ତ ଧର୍ମାଚାର୍ଯ୍ଯ ସମ୍ପର୍କ ପ୍ରମୁଖ ଶ୍ରୀ ସୁଦର୍ଶନ ଦାସ,ଜିଲ୍ଲା ସହ ସମ୍ପାଦକ ଶ୍ରୀ ଚର୍ଚିତ ମିଶ୍ର,ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ଦାମୋଦର ନାଏକ ତଥା ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ରୁ କାହ୍ନା ଶତପଥୀ...

ହରି ବାଗ,ବଳଦେବ ବାରିକ୍,ଲିଙ୍ଗରାଜ ଦଲେଇ,ତୋଫା ବଘାର,କାର୍ତ୍ତିକ ବାବୁ,ରୋକି ପାଣିଗ୍ରାହୀ,ବଳରାମ ଯୋଶୀ,କୃଷ୍ଣା ପଣ୍ଡା,ମନୋଜ ଗୁରାଣ୍ଡି,ମିଥୁନ ସାହୁ,ଦୀପକ ଭୋଇ,ପ୍ରଦୀପ ମିଶ୍ର,ହିମାଂଶୁ,ରୁଦ୍ର,ପ୍ରିୟବ୍ରତ,ରୋଶନ ଓ ଶତାଧିକ କାର୍ଯ୍ୟକର୍ତ୍ତା ଏବଂ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରୁ ଶ୍ରୀ ବୀରକିଶୋର ସୁନା...

ରୁପେଶ ସାମଲ,ସଞ୍ଜୟ ପୁରୋହିତ,ଶିବ ଶତପଥୀ,ବ୍ରାହ୍ମଣ ସମାଜ ରୁ ନରେନ୍ଦ୍ର ଆଚାର୍ଯ୍ୟ,ଶ୍ୟାମ ସୁନ୍ଦର ଦାଶ,ଧନଞ୍ଜୟ ମିଶ୍ର,ନାଗରିକ କମିଟିର ମନୋରଞ୍ଜନ ସାହୁ,ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ସନ୍ତୋଷ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ।




Edited by k.s thakur...

Post a Comment

Previous Post Next Post