ଡୁଙ୍ଗୁରିପାଲି ରାଇଜିଙ୍ଗ ଷ୍ଟାର ଫୁଟବଳ ଟୁର୍ନାମେଣ୍ଟ ଉଦଯାପିତ...
ପାଇକମାଳ/ଝାରବନ୍ଧ,୨୬/୧୨(ବିଜୟ କୁମାର ସାହୁ) : ଝାରବନ୍ଧ ବ୍ଲକ ଲୌଡିଦର୍ହା ଗ୍ରାମପଞ୍ଚାୟତ ର ଡୁଙ୍ଗୁରିପାଲି ଲଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟ ପଡିଆରେ ରାଇଜିଙ୍ଗ ଷ୍ଟାର ଦ୍ବି ଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଡୁଙ୍ଗୁରିପାଲି ଉଦଯାପିତ ହୋଇଯାଇଛି।
Ad..
ଚଳିତ ଡିସେମ୍ବର ୨୫ ତାରିଖର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଖେଳ ଶିକ୍ଷକ ମହେନ୍ଦ୍ର ଭୋଇ, ପୂର୍ବତନ ସରପଞ୍ଚ ବଳରାମ ଖମାରୀ, ପଦ୍ମପୁର ଆର. ବି. ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନିଳାରମ୍ବ ପ୍ରସାଦ ପଟେଲ,ଡଭା ହାଇସ୍କୁଲ ପ୍ରଧାନ ଶିକ୍ଷକ ଟିକେଶ୍ୱର ପ୍ରସାଦ ପଟେଲ, ରାଇଜିଙ୍ଗ ଷ୍ଟାରର ସଭାପତି ମନୋଜ ପ୍ରଧାନ ପ୍ରମୁଖ ଯୋଗ ଦେଇ ଟୁର୍ନାମେଣ୍ଟ କୁ ଉଦଘାଟନ କରିଥିଲେ।
Ad..
୨୬ ତାରିଖ ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟାଉନ କ୍ଲବ ସଭାପତି ପ୍ରିତେଶ ବହିଦାର ଯୋଗ ଦେଇଥବା ବେଳେ ସମ୍ମାନିତ ଅତିଥି ଭାବେ ସତ୍ୟମ ପ୍ରଧାନ ଛୋଟଅନକି ସମିତି ସଭ୍ୟ, ହରିହର ସାହୁ ପୂର୍ବତନ ଜିଲ୍ଲା ପରିଷଦ ପ୍ରମୁଖ ଯୋଗ ଦେଇଥିଲେ।
Ad..
ସର୍ବ ମୋଟ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମ ସେମି ଫାଇନାଲ ରେ ଡଭା ଏବଂ ବାହ୍ମଣ ଡ଼ିହି ମଧ୍ୟରେ ଦ୍ଵିତୀୟ ସେମିଫାଇନାଲ ଅନଗୁଳ ଏବଂ ବରଭଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
ଡଭା ଏବଂ ଅନଗୁଳ ଫାଇନାଳରେ ପହଂଚି କଡା ଟକ୍କର ର ଖେଳ ପ୍ରଦର୍ଶନ କରି ପେନାଲିଟି ଗେମ ରେ ଡଭା ଦଳ ଉଇନର ହୋଇଥିବା ବେଳେ ଅନଗୁଳ ଦଳ ରନରର ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ଶଙ୍କର ସାହୁ ଙ୍କ ସହିତ ପାପ୍ପୁ ଦାଶ, ଲୁକୁ ଶତନାମୀ, ନେପାଳ ପଟେଲ ପ୍ରମୁଖ ଙ୍କ ସହିତ ସମସ୍ତ ସଦସ୍ୟ ସାମିଲ ଥିଲେ।
Report : Bijay ku sahu
Edited by k.s thakur...
Tags:
bargarh news
football tournament
jharbandh
latest news
latest update
odisha daily current affairs
odisha news
paikmaal




