ଧାନ ବିକ୍ରି ସମସ୍ୟା କୁ ନେଇ ରାଜବୋଡାସମ୍ବର କୃଷକ ସଂଗଠନ ର ୧୨ ଘଣ୍ଟା ପଦ୍ମପୁର ବନ୍ଦ ପାଳନ...

ଧାନ ବିକ୍ରି ସମସ୍ୟା କୁ ନେଇ ରାଜବୋଡାସମ୍ବର କୃଷକ ସଂଗଠନ ର ୧୨ ଘଣ୍ଟା ପଦ୍ମପୁର ବନ୍ଦ ପାଳନ...


ବରଗଡ଼,୨୬/୧୨(ବିଜୟ କୁମାର ସାହୁ ): ସମଗ୍ର ବରଗଡ଼ ଜିଲ୍ଲା ଏବେ ଧନୁ ଓ ଧାନକୁ ନେଇ ପଡୁଛି ଉଠୁଛି। ଗତ ୨୪ ତାରିଖ ରୁ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଳନ ପାଇଁ ପ୍ରଶାସନ ଲାଗି ପଡିଥିବା ବେଳେ...

Ad..


ଦିର୍ଘ ଦିନ ଧରି ଧାନ ବିକ୍ରି ସମସ୍ୟା କୁ ପ୍ରଶାସନିକ ଗୁରୁତ୍ବ ଦିଆ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିବା ସତ୍ତ୍ୱେ  କୈଣସି ପ୍ରତିକାର ହୋଇନଥିବା ରୁ ଆଜି ଶୁକ୍ରବାର ୨୬ ତାରିଖ ସକାଳ ୬ ଘଣ୍ଟା ରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ରାଜବୋଡାସମ୍ବର କୃଷକ ସଂଗଠନ ପଦ୍ମପୁର ଉପଖଣ୍ଡ ବନ୍ଦ ଡାକରା ଦେଇ ଆନ୍ଦୋଳନ ଅବ୍ୟାହତ ରଖିଛି। 

Ad..


ବରଗଡ଼ ଜିଲ୍ଲାର ଧାନ ବିକ୍ରି ସମସ୍ୟା ସମାଧାନ ବଦଳରେ ସାଂଘାତିକ ହେବାକୁ ଲାଗିଛି। ଗୋଟିଏ ପଟେ ଧନୁଯାତ୍ରା ମହୋତ୍ସବ ଧୁମଧାମରେ ପାଳିତ ହେଉଥିବା ବେଳେ ଅନ୍ୟ ପଟେ ଚାଷୀ ଅସନ୍ତୋଷ ଓ ଆନ୍ଦୋଳନ ବିଚଳିତ କରୁଛି। 

Ad..


ରାଜବୋଡାସମ୍ବର କୃଷକ ସଂଗଠନ ର ବରିଷ୍ଠ କର୍ମକର୍ତ୍ତା ତଥା ପରାମର୍ଶଦାତା ରମେଶ ମହାପାତ୍ର ଆଇନ ପରାମର୍ଶଦାତା ଅଜିତ ଶତପଥୀ ପ୍ରମୁଖ ଙ୍କ କହିବା କଥା ଅନୁଯାୟୀ ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜ଼ିଲ୍ଲା ରେ ଧାନ କିଣା ବିକା  ପଙ୍ଗୁପ୍ରାୟ ସ୍ଥିତିରେ ପହଂଚି ଯାଇଛି। 

ଗତ ବର୍ଷ ୨୪/୨୫ ଖରିଫ ଋତୁର ଡ଼ିସେମ୍ବର ୨୪ ତାରିଖ ସୁଦ୍ଧା ୩ ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଥିବା ବେଳେ ଚଳିତ ୨୫-୨୬ ଖରିଫ ରେ ଡ଼ିସେମ୍ବର ୨୪ ତାରିଖ ସୁଦ୍ଧା ମାତ୍ର ଦେଢ଼ ଲକ୍ଷ ମେଟ୍ରିକ ଟନ ଧାନ କିଣାଯାଇଛି, ଯାହା ଗତ ବର୍ଷ ତୁଲାନରେ ଅଧା। 

ବରଗଡ ଜ଼ିଲ୍ଲା ରେ ସରକାର ୭୭ଲକ୍ଷ କୁଇଣ୍ଟାଲ ଧାନ ଖରିଫ ରେ କିଣିଥାନ୍ତି ମାତ୍ର ଆଜି ସୁଦ୍ଧା ମାତ୍ର ୧୫ଲକ୍ଷ କୁଇଣ୍ଟାଲ ଧାନ ୨୦% ମାତ୍ର ୩୩୫୭୧ ଜଣ ଚାଷୀଙ୍କଠୁ କିଣିଛନ୍ତି ଆହୁରି ୧ଲକ୍ଷ ୨୫ ହଜାର ଚାଷୀ ଧାନ ବିକିବାକୁ ଅଛନ୍ତି।ବହୁତ ଚାଷୀଙ୍କ ପ୍ରଥମ ଟୋକନ ଆସିନାହିଁ। 

ମଣ୍ଡିରେ ୩ ରୁ୪ କେଜି କଟଣି ନ ଦେଲେ ମିଲର ଧାନ ନେଉ ନାହାନ୍ତି ବୋଲି କହୁଥିବା ବେଳେ ଧାନ କିଣା ମନ୍ଥର ଗତିରେ ଚାଲିଥିବାରୁ ଚାଷୀ ବାଧ୍ୟ ହୋଇ କମ ଦର ରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ଏଣୁ ଏହାର ପ୍ରତିବାଦରେ ଆସନ୍ତା ୨୬ତାରିଖ ଶୁକ୍ରବାର ଦିନ ରାଜବୋରାସମ୍ବର କୃଷକ ସଂଗଠନ ତରଫରୁ ଆମେ ସକାଳ ୬ରୁ ସନ୍ଧ୍ୟା ୬ପର୍ଯ୍ୟନ୍ତ ପଦ୍ମପୁର ବନ୍ଦ ଡାକରା ଦେଇଥିଲୁ ପ୍ରଶାସନିକ ସ୍ତରରେ କୈଣସି ପ୍ରତିକାର କରାଯାଇନଥିବା ରୁ ଆଜି ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡରେ ବନ୍ଦ ପାଳନ କରାଯାଇଛି। 

ବନ୍ଦ ଯୋଗୁଁ। ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ଅଖ ଚକ ବନ୍ଦ ରହି ଅଚଳାବସ୍ଥା ସୃଷ୍ଟି ହୋଇଛି।




Edited by k.s thakur...

Post a Comment

Previous Post Next Post