୨୫ତମ ନିମାପଡ଼ା ମହୋତ୍ସବ : ଚଳିତବର୍ଷ ଏହି ମହୋତ୍ସବ ୨୫ ବର୍ଷରେ ପଦାର୍ପଣ କରି ରୌପ୍ୟ ଜୟନ୍ତୀ ପାଳନ...
ନିମାପଡ଼ା,୨୫/୧୨: ନିମାପଡ଼ା ସ୍ଥିତ ମୁକ୍ତାକାଶ ମଞ୍ଚରେ ନିମାପଡ଼ା ମହୋତ୍ସବ କମିଟି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ହେଲ୍ପଲାଇନ ଏବଂ ବ୍ଲକ କଳା ସଂସ୍କୃତି ସଂଘର ମିଳିତ ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହାୟତାରେ ୨୫ତମ ନିମାପଡ଼ା ମହୋତ୍ସବ ମୁକ୍ତାକାଶ ମଞ୍ଚରେ ବର୍ଣ୍ଣାଢ୍ଯ ପରିବେଶରେ ଗୁରୁବାର ଉଦ୍ଘାଟିତ ହୋଇଯାଇଛି।
Ad..
ଏହି ମହୋତ୍ସବ ୩ ଦିନ ଧରି ଧରି ଚାଲିବ। ଚଳିତବର୍ଷ ଏହି ମହୋତ୍ସବ ୨୫ ବର୍ଷରେ ପଦାର୍ପଣ କରି ରୌପ୍ୟ ଜୟନ୍ତୀ ପାଳନ କରୁଥିବାରୁ ପ୍ରବଳ ଜନସମାଗମ ହୋଇଛି। ଉଦଘାଟନୀ ଉତ୍ସବରେ ବାଣିଜ୍ୟ ଓ ଯାନବାହନ, ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ବିଭୁତି ଭୁଷଣ ଜେନା ଓ ନିମାପଡ଼ା ମହତ୍ସବ କମିଟିର ସଭିପତି ତାଥା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ଉଦ୍ଘାଟନ କରିଥିଲେ ।
Ad..
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ବିଭୁତି ଭୁଷଣ ଜେନା ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଆମେ ସମସ୍ତେ ଗୋଟେ ପରିବାର ସମସ୍ତେ ବାନ୍ଧି ହୋଇ ରହିବା ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।
Ad..
ଅନ୍ୟମାନଙ୍କ ମଧ୍ୟରେ, ନିମାପଡା ଏନ ଏ ଏସି ଅଧ୍ୟକ୍ଷା ସସ୍ମିତା ସାହୁ ,ନିମାପଡା ବିଡ଼ିଓ ଡ଼କ୍ଟର ଅଭିଜିତ ଷଡ଼ଙ୍ଗୀ ,ସମାଜସେବୀ ଅନେସ୍ବ ଦାଶ ହେଲ୍ପଲାଇନର ସଭାପତି ଅକ୍ଷୟ କୁମାର ସାହୁ , ନିମାପଡ଼ା ମହତ୍ସବ କମିଟିର ସମ୍ପାଦକ ନିଗମାନନ୍ଦ ସାହୁ ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା " ସମୃଦ୍ଧି ପଥେ ନିମାପଡା " ସ୍ମରଣିକା ଉନ୍ମୋଚନ କରାଯାଇଥିଲା।ଏହି ଉତ୍ସଵକୁ ଶିକ୍ଷାବିତ୍ ପ୍ରତାପ ରାଉତ ପରିଚାଳନା କରିଥିଲେ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଷ୍ଟଲ ଖୋଲା ଯାଇଥିଲା ।
ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ନିମାପଡା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ପ୍ରଥମ ସନ୍ଧ୍ୟାରେ ମହାଆଡମ୍ବରରେ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଢେମସା ନୃତ୍ୟ ପରେ ନୃତ୍ୟଳୟ ନିମାପଡ଼ା ପକ୍ଷରୁ ମଧୁରାଷ୍ଟକମ ଓଡ଼ିଶୀ ନୃତ୍ୟ ,ଭାରତ ନାଟ୍ୟମ, ଏନ୍.ଏମ୍.ଗୃପ୍ ଭୁବନେଶ୍ୱର ପକ୍ଷରୁ କ୍ରୀଏଟିଭ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଥିଲା। ପରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଜନସମାଗମ ହୋଇଥିଲା।
Edited by k.s thakur...




