ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା: ପ୍ରତିବାଦରେ ରାସ୍ତାରେ ବସିଲେ ବିଭିନ୍ନ ରାଜନୈତିକ ଦଳ...
ଭଦ୍ରକ/ଚାନ୍ଦବାଲି,୨୫/୧୨ : ଭଦ୍ରକ ଜିଲା ଚାନ୍ଦବାଲି ଏନ୍ଏସି ଅନ୍ତର୍ଗତ ବାଲିଗାଁଠାରେ ୨ ଦିନ ତଳେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା ଚାନ୍ଦବାଲି ସହର ଅଶାନ୍ତ କରିଛି। ଚାନ୍ଦବାଲି ବଜାର ମଧୁବାବୁ ଛକ, ପୁରୁଣା ବସ୍ଷ୍ଟାଣ୍ଟ, ତାରିଣୀ ଛକ ଆଦି ଜାଗାରେ ୨ ଦିନ ଧରି ଟାୟାର ଜାଳି ରାସ୍ତାରୋକୋ କରାଯାଇଥିଲା।
Ad..
ଗୁରୁବାର ଏହାର ପ୍ରତିବାଦରେ ବିଜେଡି ପକ୍ଷରୁ ୬ ଘଣ୍ଟିଆ ଚାନ୍ଦବାଲି ବଜାର ବନ୍ଦ କରାଯାଇଛି। ବିଧାୟକ ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ବିଜେଡି ପକ୍ଷରୁ ବନ୍ଦ କରାଯାଇଛି। ଚାନ୍ଦବାଲି ଏନ୍ଏସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ଦ୍ବିଜବର ରାଉତଙ୍କ ସହ ବିଜେଡି କର୍ମୀ ଟାୟାର ଜାଳି ରାସ୍ତାରେ ବସିବା ସହ ପିକେଟିଂ କରିଛନ୍ତି।
Ad..
ସେହିପରି କଂଗ୍ରେସ ପକ୍ଷରୁ ଦିଗମ୍ବର ଦାସଙ୍କ ନେତୃତ୍ୱରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଦୋକାନ ବଜାର ବନ୍ଦ ରହିଥିବାବେଳେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏହି ଲଜ୍ଜାଜନକ ଘଟଣାକୁ ଉଭୟ କଂଗ୍ରେସ ଓ ବିଜେଡି ନିନ୍ଦା କରିବା ସହ ସରକାରଙ୍କ ଶାସନ ବ୍ୟବସ୍ଥାରେ ବିଫଳତାକୁ ସମାଲୋଚନା କରିଛନ୍ତି।
Ad..
ପ୍ରକାଶ ଥାଉକି, ଉକ୍ତ ଅଞ୍ଚଳର ଜଣେ ନାବାଳିକା ଦିବ୍ୟାଙ୍ଗ ହୋଇଥିବା ବେଳେ ଅଭିଯୁକ୍ତ ରାମପଲ୍ଲୀ ଗାଁର ଗଣେଶ ଦାସ ପୁଅ ବବୁଲୁ ଦାସ ତାକୁ କୋଳି ପାରି ଖାଇବାକୁ ଦେବା ବାହାନାରେ ନେଇ ବଳାତ୍କାର କରିବା ପରେ ହତ୍ୟା କରିଥିଲେ। ମଙ୍ଗଳବାର ରାତିରେ ଅଭିଯୁକ୍ତ ବବୁଲୁଙ୍କୁ ଜଗତସିଂହପୁରରୁ ପୋଲିସ ଗିରଫ କରିଛି।
ପରିସ୍ଥିତିକୁ ଲକ୍ଷ୍ୟ ରଖି ଚାନ୍ଦବାଲି ବଜାରରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି। ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ଓ ଏସ୍ପି ମନୋଜ ରାଉତ ସ୍ଥିତି ଉପରେ ନଜର ରଖିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।
Edited by k.s thakur...
Tags:
Bhadrak
chandbali
latest news
latest update
minor girl
odisha daily current affairs
odisha news
rape case




