ସାଂସ୍କୃତିକ ଶୋଭାଯାତ୍ରା ରୁ ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ୨୦୨୫ ଆରମ୍ଭ ,ଯୋଗଦେଲେ ରାଜ୍ୟ ତଥା ରାଜ୍ୟ ବାହାରୁ ସାଂସ୍କୃତିକ ଦଳ...

ସାଂସ୍କୃତିକ ଶୋଭାଯାତ୍ରା ରୁ ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ୨୦୨୫ ଆରମ୍ଭ ,ଯୋଗଦେଲେ ରାଜ୍ୟ ତଥା ରାଜ୍ୟ ବାହାରୁ ସାଂସ୍କୃତିକ ଦଳ...


ପଦ୍ମପୁର,୧୦/୧୨(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ୍ କ୍ଲବ ଦ୍ବାରା ଆୟୋଜିତ ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ୨୦୨୫ ଆଜି ମଙ୍ଗଳବାର ଅପରାହ୍ନରେ ସାଂସ୍କୃତିକ ଶୋଭାଯାତ୍ରା ରୁ ଶୁଭାରମ୍ଭ ହୋଇଛି ।

Ad..


ପାରମ୍ପରିକ ଝାଙ୍କର ଙ୍କ ଦ୍ଵାରା ଦେବ ନିମନ୍ତ୍ରଣ ଓ ପୂଜାର୍ଚ୍ଚନା ପରେ ସ୍ଥାନୀୟ ବୋଡା ସମ୍ବର ଅଂଚଳୟ ବିଭିନ୍ନ  ଅଂଚଳ ରୁ ଆସିଥିବା ମାଟି ର ମିଳନ ରୁ  ସାଂସ୍କୃତିକ ପରମ୍ପରା ର ମହାପର୍ବ ଶୋଭାଯାତ୍ରା ଆରମ୍ଭ ହୋଇଛି। ଏହି ଲୋକ ମହୋତ୍ସବ ର ସାଂସ୍କୃତିକ ଶୋଭାଯାତ୍ରା ରେ ବୋଡାସମ୍ବର ଅଂଚଳ ର ପାରମ୍ପରିକ ଲୋକ ବାଦ୍ୟ ,ସଂସ୍କୃତି, ଲୋକ ନୃତ୍ୟ ସମେତ ଜିଲ୍ଲା...

Ad..


ରାଜ୍ୟ ଓ ରାଜ୍ୟ ବାହାରୁଦଳ,  ଗଞ୍ଜାମ ବାଘ ନାଚ, ଘୁମୁରା କଳାହାଣ୍ଡି ,ସମରକଲା ପୁରୀ , ଭିଳାଇ ଢୋଲ, ସାନ୍ତାଲିନୃତ୍ୟ କେନ୍ଧୁଝର,ଦୁଲଦୁଲି ସମ୍ବଲପୁର , ଘୋଡାନାଚ ଢୋଲ ବନ୍ଧ, ଡ଼ାଲଖାଇ ଖରାମାଳ ପ୍ରମୁଖ ପ୍ରାୟ ୨୨ ଗୋଟି  ସାଂସ୍କୃତିକ ଦଳ ଯୋଗଦାନ ଦେଇ ଶୋଭାଯାତ୍ରା ର ଶୋଭାମଣ୍ଡନ କରିଥିଲେ। 

ସ୍ଥାନୀୟ କଳାକାର ଓ ବିଭିନ୍ନ ସ୍କୁଲ କଲେଜ ଓ ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡ଼ିକ ର ପ୍ରକଳ୍ପ ଶୋଭାଯାତ୍ରା ରେ ସାମିଲ ହୋଇଥିଲା । ପଦ୍ମପୁର, ପାଇକମାଳ, ବରଗଡ଼, ସମେତ ରାଜ୍ୟର ଅନେକ ଅଂଚଳ ର ସାଂସ୍କୃତିକ ଦଳ ଯୋଗଦାନ ଦେଇ ସହର ପରିକ୍ରମା କରିଥିଲେ। 

ବିଭିନ୍ନ ପ୍ରକାରର ବାଦ୍ୟଯନ୍ତ୍ର,ନୃତ୍ୟ, ଓ ସଂଗୀତ ସହ ପ୍ରାୟ ୭୦୦ କଳାକାର ଙ୍କ ଯୋଗଦାନ ସାଂସ୍କୃତିକ ଶୋଭାଯାତ୍ରା ର ଗାରିମା ବୃଦ୍ଧି କରିବା ସହ ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ କୁ ଆଗକୁ ବଢ଼ାଇବାରେ ସହାୟକ ହୋଇପାରିଛି। ମହୋତ୍ସବ ମଞ୍ଚ ପଡ଼ିଆରୁ ଶୋଭାଯାତ୍ରା  ଆରମ୍ଭ ହୋଇ ଭେଉରିଆଛକ, ଟାଉନ୍ କ୍ଲବ, କଚେରି ଛକ, ଥାନା ଛକ, ଘରୋଇ ବସଷ୍ଟାଣ୍ଡ, ଶାସ୍ତ୍ରୀ ଛକ ଠାରୁ ପୁଣି ଭେଉରିଆଛକ ଓ ଶେଷରେ ମଞ୍ଚ ରେ ଶୋଭାଯାତ୍ରା ପହଞ୍ଚିଛି। 

ଆସନ୍ତା ୧୦ ରୁ ୧୪ ପର୍ଯ୍ୟନ୍ତ ଲୋକ ମହୋତ୍ସବ ଅନୁଷ୍ଠିତ  ହେଉଥିବା ରୁ ପ୍ରବଳ ଜନସମାଗମ ର ଆଶା କରାଯାଉଛି। ଟାଉନ୍ କ୍ଲବ ସଭାପତି ଯୁବନେତା ପ୍ରିତେଶ ବହିଦାର ଏହି ସାଂସ୍କୃତିକ ଶୋଭାଯାତ୍ରା ରେ ଭାଗ ନେଇଥିବା ସମସ୍ତ ଲୋକ କଳାକାର, ସହକର୍ମୀ, ଟାଉନ୍ କ୍ଲବ ର ସମସ୍ତ ସଦସ୍ୟ, ଲୋକ ମହୋତ୍ସବ ପାଳନ କମିଟି ର ସମସ୍ତ ସଦସ୍ୟ ଓ ଏଥିରେ ସହଯୋଗ କରୁଥିବା ସମସ୍ତ ଙ୍କୁ ଧନ୍ୟବାଦ ଜଣାଇବା ସହ ମହୋତ୍ସବ ର ସଫଳତା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଛନ୍ତି। 

ଏଥିରେ ଟାଉନ୍ କ୍ଲବ ସଭାପତି ତଥା ମହୋତ୍ସବ କମିଟି ର ସଭାପତି ପ୍ରିତେଶ କୁମାର ବହିଦାର ଆବାହକ ଅଶୋକ କୁମାର ମିଶ୍ର, ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ, ନରେଶ ସୁନ୍ଦର ସାହୁ,ସୁବାଷ ପାତ୍ର,ସରୋଜ ମିଶ୍ର,ନରୋତମ ପ୍ରଧାନ,ହରି ସିଂ,କେଶବ ରଞ୍ଜନ ପ୍ରଧାନ,ଅଶୋକ ବହିଦାର,ପ୍ରତାପ ମିଶ୍ର,ନିରୋଜ ଦୋରା,ସୁରେନ୍ଦ୍ର ସାହୁ,ରମେଶ ଗୁର୍ଲ୍ଲା,ବିକାଶ ବହିଦାର,ସୁନୀଲ ଅଗ୍ରୱାଲ,ପ୍ରମୋଦ ମେହେର...

ପ୍ରତାପ ନାଥ,ଆଦିତ୍ୟ ରଥ,ଜ୍ୟୋସ୍ନାରାଣୀ କର,ରଞ୍ଜୁ ସେଠ,ନାରାୟଣ ପୁରୋହିତ,ରାଜେଶ ଗୁର୍ଲ୍ଲା,ନିରୋଜ ସିହ୍ନl,ଅଖିଳ ପଟ୍ଟନାୟକ,ଦିନେଶ ବାରିକ,ସୁରଜ ସୁନା,ସୁରେଶ ସାହୁ,ଅମିତ ଗର୍ଗ,ସୋମେଶ ମହାନ୍ତି,ନିଖିଳ ପଟନାୟକ,ନରେଶ ବାରିକ,ଟେନେସ ପଣ୍ଡା,ଯୁଗଳ ସାହୁ,ଚିନ୍ମୟ ସାମଲ,ଅନିଲ ଗର୍ଗ,ଵାରୀଶ ରାଜା,ଲକ୍ଷ୍ମୀକାନ୍ତ ବରିହା,ରୋହିତ ସେଠ,ରାହୁଲ ତାଣ୍ଡି,ସୁରେନନ୍ଦ୍ର ଲୁହାର,ଉଦ୍ଧବ ଡୁଙ୍ଗରି,ରୁଦ୍ରନାରାୟଣ ସାହୁ,ଶଙ୍କର ସାହୁ,ଡମ୍ୱରୁ ଭୋଇ,ବିରେନ ପ୍ରଧାନ,ପ୍ରେମାନନ୍ଦ ବରିହା ପ୍ରମୁଖ ସହଯୋଗ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post