ଆଉ କିଛି ସମୟ ପରେ ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ T-20 ମ୍ୟାଚ୍...

ଆଉ କିଛି ସମୟ ପରେ ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ T-20 ମ୍ୟାଚ୍...


କଟକ,୦୯/୧୨ : ଆଉ କିଛି ସମୟ ପରେ ଦୁଲୁକିବ ଐତିହାସିକ ବାରବାଟୀ ଷ୍ଟାଡିୟମ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍। ଆଜି ସନ୍ଧ୍ୟା ୭ଟାରେ ମୁହାଁମୁହିଁ ହେବେ ଉଭୟ ଟିମ୍। 

       Ad..


ବାରବାଟୀ ଟି-୨୦ ମ୍ୟାଚକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ମ୍ୟାଚ ଦେଖିବା ପାଇଁ ବାରବାଟୀରେ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଛି। ଦର୍ଶକମାନେ ଲମ୍ବା ଧାଡ଼ିରେ ରହି ଶୃଙ୍ଖଳିତ ଭାବେ ଭିତରକୁ ପ୍ରବେଶ କରୁଛନ୍ତି।

Ad..


ଷ୍ଟାଡିୟମ ଭିତରୁ ବାହାର ଯାଏଁ ଚାରିଆଡ଼େ କେବଳ ‘ବ୍ଲୁ ବ୍ଲୁ’ ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାରବାଟୀରୁ ଆରମ୍ଭ ହେଉଥିବାରୁ, ସୂର୍ଯ୍ୟ ସେନା ଏଠାରୁ ବିଜୟ ଅଭିଯାନ ଆରମ୍ଭ କରିବ ବୋଲି ଆଶା କରାଯାଉଛି । ଉଭୟ ଦଳର ଖେଳାଳିମାନେ ଷ୍ଟାଡିୟମ ଅଭିମୁଖେ ବାହାରି ସାରିଛନ୍ତି । 



Edited by k.s thakur...

Post a Comment

Previous Post Next Post