ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ୍ କଟକଣା...
ମାଲକାନଗିରି,୦୯/୧୨ : ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ୍ କଟକଣା। ଆଉ ୧୮ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କଲା ପ୍ରଶାସନ । କାଲି ଦିନ ୧୨ଟା ପର୍ଯ୍ୟନ୍ତ କଟକଣା ବୃଦ୍ଧି ନେଇ ସୂଚନା ଜାରି କରାଯାଇଛି ।
Ad..
RDC ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି । ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜାରି କଲେ ନିର୍ଦ୍ଦେଶନାମା ।ମଙ୍ଗଳବାର ଦିନ ଗୃହ ବିଭାଗ ଏନେଇ ନିର୍ଦ୍ଦେଶନାମା ଜାରି କରିଛି। ହେଲେ, ଏ-ଥିରୁ ସରକାରୀ କାର୍ଯ୍ୟାଳୟ,ବ୍ୟାଙ୍କ ଓ ରେଳସେବା କୁ ବାଦ୍ ଦିଆଯାଇଛି।
Ad..
ସୂଚନା ଯୋଗ୍ୟ; ନିକଟରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ପରଠାରୁ ମାଲାକନଗିରି ଦୁଇ ଗାଁ ରାଖାଲଗୁଡ଼ା ଓ MV 26 ମଧ୍ୟରେ ଉତ୍ତେଜନା ଲାଗି ରହିଛି । ରାଖାଲଗୁଡ଼ା ଗାଁର ଜଣେ ୫୦ ବର୍ଷୀୟା ମହିଳାଙ୍କ ମୃତଦେହ ପୋଟେରୁ ନଦୀ କୂଳରୁ ମିଳିଥିଲା । ଯାହାକୁ ନେଇ ୨ ଗାଁ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା। ଦୋନାକ, ଘର ଓ ବିଭିନ୍ନ ସ୍ଥାନକେ ନିଆଁ ଲଗାଇ ଦେଇଥିଲେ ଉତ୍ତେଜିତ ଲୋକେ।
ମାଲକାନଗିରି ଜିଲ୍ଲା ରାଖାଲଗୁଡାର ମହିଳାଙ୍କୁ ନିର୍ମମ ହତ୍ୟା ଘଟଣାରେ ଗାଁରେ ପହଞ୍ଚିଲା ମୃତଦେହ। ଗତକାଲି ମୃତଦେହ ବ୍ୟବଚ୍ଛେଦ ପରେ ଆଜି ପରିବାର ଲୋକଙ୍କ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଗାଁରେ ମୃତଦେହ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟରେ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି ।
ପ୍ରଶାସନ ପକ୍ଷରୁ ମୃତ ମହିଳାଙ୍କ ପରିବାରକୁ ୩୦ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି । ମହିଳାଙ୍କୁ ନିର୍ମମ ହତ୍ୟା ପରେ ଏମଭି-୨୬ ଗାଁରେ ପୋଡ଼ାଜଳା, ଭଙ୍ଗାରୁଜା ହିଂସାକାଣ୍ଡ ପରେ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି।
Edited by k.s thakur...
Tags:
fire
latest news
latest update
malkangiri
odisha daily current affairs
odisha news
police
tension
two villages



