ବୁଢ଼ା ସମ୍ବର ଅଂଚଳବାସୀ ଙ୍କ ଗର୍ବ ଓ ଗୌରବ ପଦ୍ମପୁର ଲୋକ ମହୋତ୍ସବ...

ବୁଢ଼ା ସମ୍ବର ଅଂଚଳବାସୀ ଙ୍କ ଗର୍ବ ଓ ଗୌରବ ପଦ୍ମପୁର ଲୋକ ମହୋତ୍ସବ...


ପଦ୍ମପୁର,୧୦/୧୨(ବିଜୟ କୁମାର ସାହୁ): ବୋଡା ସମ୍ବର ଅଞ୍ଚଳ ର ଲୋକ ସଂସ୍କୃତି, ପରମ୍ପରା କୁ ଉଦ୍ଜିବିତ ରଖିବା ପାଇଁ ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ୍ କ୍ଲବ ତରଫରୁ ପ୍ରତିବର୍ଷ ଭଲି ଏଥର ମଧ୍ୟ  ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ ହୋଇଯାଇଛି। 

Ad..


ସ୍ଥାନୀୟ କଳାକାର ମାନଙ୍କ କଳାକୁ ଉଚିତ୍ ସ୍ଥାନ ଦେବାସହ ଲୋକ ବାଦ୍ୟ, ଗୀତ ଓ ନୃତ୍ୟ ପ୍ରଚାର ପ୍ରସାର ସହ ଦେଶରେ ବୋଡା ସମ୍ବର ଅଞ୍ଚଳ ନାଁ କୁ ବଜାୟ ରଖିବାକୁ ଆରମ୍ଭ ହୋଇଥବା ପଦ୍ମପୁର ଲୋକ ମହୋତ୍ସବ ପଞ୍ଚମ ବର୍ଷରେ ପଦାର୍ପଣ କରିଛି। 

Ad..


ପଦ୍ମପୁର ଟାଉନ୍ କ୍ଲବ ସଭାପତି ଯୁବନେତା ପ୍ରିତେଶ ବହିଦାର ଙ୍କ ସମେତ ଆବାହକ ଅଶୋକ ମିଶ୍ର, ସମ୍ପାଦକ କୁନାଲ ପାଣିଗ୍ରାହୀ, ଉପସଭାପତି ନରେଶ ସୁନ୍ଦର ସାହୁ, ଅଖିଲ ପଟ୍ଟନାୟକ ଙ୍କ ସମେତ ସମସ୍ତ ସଦସ୍ୟ, ବରିଷ୍ଠ ଓ କନିଷ୍ଠ କଳାକାର ଙ୍କ ଆପ୍ରାଣ ଉଦ୍ୟମ ପଦ୍ମପୁର ପୂର୍ବତନ ବିଧାୟକ ଓ ବର୍ତ୍ତମାନ ର ବରଗଡ଼ ସାଂସଦ ଙ୍କ ସହଯୋଗ...

ପ୍ରଭୃତି ଉଦ୍ୟମ ରେ ବିରାଟ କାର୍ଯ୍ୟକ୍ରମ, ସ୍ଥାନୀୟ ଅଂଚଳର ଶହଶହ କଳାକାର ତଥା ରାଜ୍ୟ ଓ ରାଜ୍ୟ ବାହାରର ପ୍ରାୟ ଏକ ହଜାର କଳାକାର ଙ୍କୁ ସୁଯୋଗ ଦେଇ ଆଗେଇଛି ପଦ୍ମପୁର ଲୋକ ମହୋତ୍ସବ। 

ଓଡ଼ିଶା ର ବଡ ଲୋକ ମହୋତ୍ସବ ମାନଚିତ୍ର ରେ ଏବେ ଏହି  ବରଗଡ଼ ଜିଲ୍ଲା ର ପଦ୍ମପୁର ଲୋକ ମହୋତ୍ସବ ଯୋଡ଼ି ହୋଇଯାଇଛି । ଓଡ଼ିଶା ର ବଡ ବଡ ପ୍ରଶାସନିକ ଅଧିକାରୀ, ରାଜ ନେତା ବିଧାୟକ, ସାଂସଦ, କ୍ୟାବିନେଟ୍ ମନ୍ତ୍ରୀ ପ୍ରମୁଖ ଏହି ମଞ୍ଚ ରେ ଯୋଡ଼ି ହୋଇପାରିଛନ୍ତି। 

ପଦ୍ମପୁର ବୋଡା ସମ୍ବର ଅଂଚଳ ର ବହୁ ପୁରୁଣା କଳାକାର, ବାଦ୍ୟ ନୃତ୍ୟ ସଂଗୀତ ଯୋଡ଼ି ହୋଇ ପାରୁଛି। ଶହଶହ କଳାକାର ଏହି ମଞ୍ଚ ରେ ସୁଯୋଗ ପାଇ ଯୋଗଦାନ ରହୁଛି। କଳାକାର ଓ କଳାର ସମ୍ମାନ ପ୍ରଦାନ ନିମନ୍ତେ ପ୍ରତିବର୍ଷ ସ୍ବତନ୍ତ୍ର ଭାବରେ ବୁଢ଼ା ସମ୍ବର ଅଂଚଳ ର ଝାଙ୍କର ମାନଙ୍କୁ ନେଇ ମାଟି ପୂଜା ପରମ୍ପରା ଏଠି ନିଆରା। 

ଏହି ମହୋତ୍ସବ ରେ ଯୋଗଦାନ ଦେଉଥିବା ସମସ୍ତ କଳାକାର ଙ୍କ ଗୋଡଧୂଆ କାର୍ଯ୍ୟକ୍ରମ ସ୍ବତନ୍ତ୍ର ହୋଇଥାଏ ଯାହା ଅନ୍ୟ ମହୋତ୍ସବ ରୁ ଭିନ୍ନ ହୋଇଥାଏ। କେବଳ ଯେ ଲୋକ ମହୋତ୍ସବ କଥା ନୁହେଁ ଏହି ପଦ୍ମପୁର ଲୋକ ମହୋତ୍ସବ ରେ ନୂଆ କଳାକାର ସୁଯୋଗ ପାଇବା ସହ ସ୍କୁଲ କଲେଜ ପ୍ରଭୃତି ଅନୁଷ୍ଠାନ ସାମିଲ ହେଉଛି। 

ଏହା ସହ ରାଜ୍ୟ ବାହାରର ବିଭିନ୍ନ  ମିନା ବଜାର ସାମିଲ ହୋଇ ଅଂଚଳ ର ଆର୍ଥିକ ବିକାଶ ହେବାକୁ ସହାୟକ ହୋଇପାରୁଛି। ଟାଉନ କ୍ଲବ ପଦ୍ମପୁର ର ଦିର୍ଘ ତିନିମାସର ର ଉଦ୍ୟମ ସହ ସମସ୍ତ କର୍ମକର୍ତ୍ତା ଙ୍କ ସମେତ ସ୍ଥାନୀୟ ଜନସାଧାରଣ ଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ସହଯୋଗ ଏହି ଲୋକ ମହୋତ୍ସବ କୁ ଆଗକୁ ବଢ଼ାଇବାରେ ସହାୟକ ହେଉଛି। 

ଆଗକୁ ଏଭଳି ସହଯୋଗ ରହିଥାଉ ବୋଲି ଟାଉନ୍ କ୍ଲବ ସଭାପତି ପ୍ରିତେଶ ବହିଦାର ଜନସାଧାରଣ ଙ୍କୁ ନିବେଦନ କରିବା ସହ ସମସ୍ତ ବୁଢ଼ା ସମ୍ବର ଅଂଚଳବାସୀ ଙ୍କ ସହଯୋଗ ନିବେଦନ କରିଛନ୍ତି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post