ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ କର୍ମଶାଳା ଅନୁଷ୍ଠିତ...

ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ କର୍ମଶାଳା ଅନୁଷ୍ଠିତ...


କଣ୍ଟାବାଞ୍ଜି,୧୦/୧୨ : ବଲାଙ୍ଗୀର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟରେ ଉଭୟ ତୁରେକେଲା ଓ ବେଲପଡା ବ୍ଳକର ଜୁନିୟର ରେଡକ୍ରସ ପରାମର୍ଶଦାତାମାନଙ୍କୁ ନେଇ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

     Ad..


ସର୍ବ ପ୍ରଥମେ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌତମ ପଟେଲ ପତାକା ଉତ୍ତୋଳନ କରିଥିଲେ।ଉଦଘାଟନୀ ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ନିହାରିକା ନାଗ ସଭାପତିତ୍ୱ କରିଥିବା ବେଳେ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌତମ ପଟେଲ,ମୁଖ୍ୟ ଅତିଥି, ଜୁନିୟର ରେଡକ୍ରସ ପରାମର୍ଶଦାତା ତଥା ରକ୍ଷକ ବିରଞ୍ଚି ନାରାୟଣ ଦାଶ, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

Ad..


ସାଧନକର୍ମୀ ଭାବରେ ଘନଶ୍ୟାମ ମେହେର, ଚିତ୍ତ ରଞ୍ଜନ ପଣ୍ଡା, ଅରବିନ୍ଦ କୁମ୍ଭାର ଯୋଗ ଦେଇଥିଲେ।ତୁରେକେଲା ବ୍ଳକ ସଂଯୋଜକ ରାଜେନ୍ଦ୍ର ଦୋରା ସଭା ପରିଚାଳନା ଓ ବେଲପଡା ବ୍ଳକ ସଂଯୋଜକ ଧରଣୀଧର ରଣା  ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କର୍ମଶାଳାରେ ଉଭୟ ବ୍ଳକରୁ ଚାଳିଶ ଜଣ ଜୁନିୟର ରେଡକ୍ରସ ପରାମର୍ଶ ଦାତା ଯୋଗ ଦେଇଥିଲେ।ସାଧନକର୍ମୀମାନେ ପ୍ରାଥମିକ ଚିକିତ୍ସା, ସାପ କାମୁଡା, ଡିଜାଷ୍ଟର ମେନେଜମେଣ୍ଟ,ଏଚଆଇଭି ଏଡସ,ରକ୍ତସ୍ରାବ,ହାଡ ଭଙ୍ଗା,ହୃଦଘାତ,ଗୁଡ ସମରିଟାନ ଉପରେ ଆଲୋଚନା କରିବା ସହିତ ଡେମୋ ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ।

ଏଥିରେ ଅବିନାଶ ମାଝୀ,ଶରତ କୁମାର ଦାଶ, ରାଜେନ୍ଦ୍ର ଧରୁଆ,ନାରାୟଣ ବିଭାର,ଧନେଶ୍ବର ମେହେର ,ରାଜେଶ କୁମାର ସିଂଦେଓ ସହଯୋଗ କରିଥିଲେ।




Edited by k.s thakur...

Post a Comment

Previous Post Next Post