ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର...
ଭୁବନେଶ୍ଵର,୩୧/୧୨(ଓସିଏନ୍): ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପଦୋନ୍ନତି ମିଳିଛି । କେନ୍ଦ୍ରୀୟ ଡେପ୍ୟୁଟେସନରେ ଥିବା ଆଇପିଏସ୍ ଅଧିକାରୀମାନେ ମଧ୍ୟ ପଦୋନ୍ନତି ହାସଲ କରିଛନ୍ତି ।IPS ସତ୍ୟଜିତ ନାୟକ, IPS ଉମାଶଙ୍କର ଦାସଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି।
Ad..
ସେହିପରି କେନ୍ଦ୍ର ଡେପୁଟେସନରେ ଯାଇଥିବା IPS ପ୍ରକାଶ ଆର, IPS ଅନୁପମା ଜେମସ ଏବଂ IPS ଏଲ ଦିବ୍ୟା ଭିଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି ।ଆଇଜି ଏସ୍ ସାଇନିଙ୍କୁ ଅତିରିକ୍ତ ଡିଜି ପାହ୍ୟା, ଆଇପିଏସ୍ ମଡକର ସନ୍ଦୀପ ସମ୍ପତଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି।
Ad..
କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇପିଏସ୍ ସୁଧାଂଶୁ ଶେଖର ମିଶ୍ରଙ୍କୁ ମଧ୍ୟ ଡିଆଇଜି ପାହ୍ୟାକୁ ପଦୋନ୍ନତି କରାଯାଇଥିବାବେଳେ କେନ୍ଦ୍ରୀୟ ଡେପୁଟେସନରେ ଥିବା ସୂର୍ୟା ଥାଙ୍କାପାନଙ୍କୁ ମଧ୍ୟ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି କରାଯାଇଛି।
Ad..
ସେହିଭଳି ସିଦ୍ଧାର୍ଥ କଟାରିଆ, ପ୍ରହଲ୍ଲାଦ ସାହାଇ ମୀନା ଏବଂ ସ୍ୱାଥି ଏସ କୁମାରଙ୍କୁ IPS ରେ ଜୁନିଅର ପ୍ରଶାସନିକ ଗ୍ରେଡକୁ ପଦୋନ୍ନତି ମିଳିଛି।ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
Edited by k.s thakur...
Tags:
Bhubaneswar
government of odisha
ips officer's promotion
latest news
latest update
odisha daily current affairs
odisha news




