ମଲିକଦର ଗାଁରେ ହାତୀ ଆତଙ୍କ: କ୍ଷତିଗ୍ରସ୍ତ ପରିବାରଙ୍କୁ ସାକ୍ଷାତ କଲେ କଣ୍ଟାବାଞ୍ଜି ନାଗରିକ କମିଟି...
କଣ୍ଟାବାଞ୍ଜି,୦୧/୦୧: ତୁରକେଲା ବ୍ଲକ ଅନ୍ତର୍ଗତ ମହୁଲପାଟି ଗ୍ରାମପଂଚାୟତର ମଲିକଦର ଗାଁରେ ସମ୍ପ୍ରତି ହୋଇଥିବା ହାତୀ ଆକ୍ରମଣ ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
Ad..
ଏହି ହାତୀ ଆକ୍ରମଣରେ ଗାଁର କିଛି ପରିବାର ଭାରି କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି।ଏହି ପରିପ୍ରେକ୍ଷିତରେ କଣ୍ଟାବାଞ୍ଜି ନାଗରିକ କମିଟି ପକ୍ଷରୁ ଆଜି ମଲିକଦର ଗାଁ ଓ କନ୍ଦାଗାଡ଼ ଅଞ୍ଚଳର କ୍ଷତିଗ୍ରସ୍ତ ପରିବାରମାନଙ୍କୁ ସାକ୍ଷାତ କରାଯାଇ ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ଓ ସମସ୍ୟାକୁ ସ୍ଥଳରେ ଅନୁଭବ କରାଯାଇଛି।
Ad..
ହାତୀ ଆକ୍ରମଣରେ ଘରବାଡ଼ି, ଧାନ ଓ ଅନ୍ୟାନ୍ୟ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ପରିବାର ଗୁଡ଼ିକ ଗଭୀର ସଙ୍କଟରେ ପଡ଼ିଛନ୍ତି।ପରେ କଣ୍ଟାବାଞ୍ଜି ନାଗରିକ ସଂଗଠନର ସଦସ୍ୟମାନେ କ୍ଷତିଗ୍ରସ୍ତ ପରିବାରଙ୍କୁ କଣ୍ଟାବାଞ୍ଜି ତହସିଲଦାର ଓ ତୁରେକେଲା ବିଡ଼ିଓ ଙ୍କୁ ସାକ୍ଷାତ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Ad..
ସଂଗଠନ ପକ୍ଷରୁ ହାତୀ ଆକ୍ରମଣରେ ପୀଡ଼ିତ ପରିବାର ମାନଙ୍କୁ ଶୀଘ୍ର ଓ ନ୍ୟାୟସଙ୍ଗତ କ୍ଷତିପୂରଣ ଦେବା ପାଇଁ ପ୍ରଶାସନିକ ଅଧିକାରୀ ଙ୍କୁ ଅନୁରୋଧ କରିବୁ ବୋଲି କହିଥିଲେ। ସହିତେ ଭବିଷ୍ୟତରେ ଏପରି ଘଟଣା ପୁନରାବୃତ୍ତି ନ ହେବାକୁ ବନବିଭାଗ ପକ୍ଷରୁ ଠୋସ ପଦକ୍ଷେପ ନିଆଯିବାକୁ ମଧ୍ୟ ଦାବି କରାଯାଇଥିଲା।
ନାଗରିକ ସଂଗଠନ ସ୍ପଷ୍ଟ କରିଛି ଯେ, ଯେପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ପରିବାରମାନେ ଯଥୋଚିତ କ୍ଷତିପୂରଣ ଓ ସୁରକ୍ଷା ପାଇବେନି, ସେପର୍ଯ୍ୟନ୍ତ ସଂଗଠନ ତାଙ୍କ ପାଖରେ ଦୃଢ଼ଭାବେ ଦଢ଼ିଆ ରହିବ।
ଏହି ଘଟଣାକୁ ନେଇ ସାଧାରଣ ଲୋକମାନଙ୍କ ମଧ୍ୟରେ ବନ୍ୟଜନ୍ତୁ ଆକ୍ରମଣରୁ ସୁରକ୍ଷା ଓ ପ୍ରଶାସନିକ ସଚେତନତା ଆବଶ୍ୟକତା ନେଇ ଆଲୋଚନା ଜୋର ଧରିଛି। ଗାଁରେ ପହଞ୍ଚି ଥିଲେ ସଭାପତି ଅରୁନ ତାଣ୍ଡି,ଉପ ସଭାପତି ରାଜୁ ଛତ୍ରିଆ, ସଂପାଦକ ଜିତୁ ସୁନା।
Edited by k.s thakur...
Tags:
destroy homes
elephant's
kantabanji
latest news
latest update
malikdoro
odisha daily current affairs
odisha news
turekela




