ଗୁରୁ ପାଇଁ ରକ୍ତଦାନ : କଲେଜ ଅଧ୍ୟକ୍ଷ ଙ୍କ ଅବସର କୁ ସ୍ମରଣୀୟ କରିବାକୁ ଜାନୁଆରି ୫ରେ ହେବ ରକ୍ତଦାନ ଶିବିର...

ଗୁରୁ ପାଇଁ ରକ୍ତଦାନ : କଲେଜ ଅଧ୍ୟକ୍ଷ ଙ୍କ ଅବସର କୁ ସ୍ମରଣୀୟ କରିବାକୁ ଜାନୁଆରି ୫ରେ ହେବ ରକ୍ତଦାନ ଶିବିର...


ସିନ୍ଧେକେଲା,୩୧/୧୨(ନି.ପ୍ର):ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ପଲ୍ଲିଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସଂପର୍କରେ ଚୁଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। 

   Ad..


ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ କୁମାର ରଥ ଅବସର ନେବାକୁ ଯାଉଥିବାରୁ ଏହାକୁ ସ୍ମରଣୀୟ କରିବାକୁ ଏକ ପଦକ୍ଷେପ ସ୍ବରୂପ ଗୁରୁ ପାଇଁ ରକ୍ତଦାନ କରିବାକୁ ଅଞ୍ଚଳର ବହୁ ପୁରାତନ ଛାତ୍ରଛାତ୍ରୀ, ଯୁବବର୍ଗ ଏବଂ ଅନୁଷ୍ଠାନ ଆଗେଇ ଆସିଛନ୍ତି। 

   Ad..


ଓୟୁଜେ ବଲାଙ୍ଗୀର ଜିଲ୍ଲା ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଅନିଲ କୁମାର ତ୍ରିପାଠୀ ଓ କଲେଜ ଅଧ୍ୟକ୍ଷ ପ୍ରମୋଦ ରଥ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ବୈଠକରେ ୦୫ ଜାନୁୟାରୀ ୨୦୨୬ ଦିନ ରକ୍ତଦାନ ଶିବିର କରିବାପାଇଁ ସର୍ବସମ୍ମତିକ୍ରମେ ନିଷ୍ପତି ନିଆଯାଇଛି। 

Ad..


ଏହି ବୈଠକରେ ସିନ୍ଧେକେଲା ଏମ ଓ ଆଇ ସି ଜୟନ୍ତ କୁମାର ବାଗ, ପୂର୍ବ ବ୍ୟାଙ୍କ ମ୍ୟାନେଜର ନବିନ ଜୈନ, ସିନ୍ଧେକେଲା ଥାନା ଏଏସଆଇ ବିଶ୍ବମ୍ବର ବାଗ, ସିନ୍ଧେକେଲା ସରପଞ୍ଚ ନରେଶ ଅଗ୍ରୱାଲ, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର, ଅଲଣ୍ଡା ସରପଞ୍ଚ ଙ୍କ ସ୍ବାମୀ ଯୁବରାଜ ବାଗ, ସିନ୍ଧେକେଲା ବଣିକ ସଂଘ ସଭାପତି ସୁବାସ ଜୈନ... 

ପୂର୍ବ ସଭାପତି ସରୋଜ ଜୈନ, ପ୍ରସନ୍ନ ଜୈନ, ମାରୱାଡ଼ି ଯୁବା ମଞ୍ଚର ସାୟର ଜୈନ, କୁସଲ ଜୈନ, ବିଟୁ ଜୈନ, ଶିଭମ୍ ଅଗ୍ରୱାଲ, ସାହୁ ଯୁବକ ସଂଘର ସମ୍ପାଦକ ସୁରଜ ସାହୁ , ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀ ର ଆବାହକ ବିଦ୍ୟା ସାଗର ସାହୁ , ସକ୍ରୀୟ ସଦସ୍ୟ ମୁନା ସାହୁ, ବ୍ରାହ୍ମଣ ଯୁବକ ସଂଘ ସଭାପତି ଶିବା ତ୍ରିପାଠୀ, ଉଦିତ ନାରାୟଣ ପଣ୍ଡା, ରମେଶ ଦାସ...

ଏସ ଏସ ମଲ୍ଟି ଜିମ୍ ର ପ୍ରତିଷ୍ଠାତା କେଶବ ବିଶ୍ବାଳ, ବରିଷ୍ଠ ସାମ୍ବାଦିକ ଦିନେଶ ଜୈନ, ସୁଶାନ୍ତ ଥନାପତୀ ପ୍ରମୁଖ ଙ୍କ ସହ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।



Edited by k.s thakur...

Post a Comment

Previous Post Next Post