ସାଟେଲାଇଟ୍ ସର୍ଭେରେ ସନ୍ଦେହଜନକ ୩୮ହଜାର ପ୍ଲଟ୍‌...

ସାଟେଲାଇଟ୍ ସର୍ଭେରେ ସନ୍ଦେହଜନକ ୩୮ହଜାର ପ୍ଲଟ୍‌...


ନବରଙ୍ଗପୁର,୦୬/୧୨ : ଏସ୍ଏଚଜିଙ୍କ ଦ୍ଵାରା ଧାନକ୍ରୟକୁ ନେଇ ଜିଲ୍ଲାଧାନ କିଣା କମିଟି ବୈଠକରେ ଗରମା ଗରମ ଆଲୋଚନା ହୋଇଥିଲା। ଏସଏଚଜି ମାଧ୍ୟମରେ ଦଲାଲ ଓ ବେପାରୀଙ୍କ ଧାନ ମଣ୍ଡିରେ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। 

       Ad..


ଏଥିପାଇଁ ପ୍ରକୃତ ଚାଷୀ ମଣ୍ଡିରେ ଧାନ ବିକ୍ରିରୁ ବଞ୍ଚିତ ହେବାକୁ ପଡ଼ୁଛି ବୋଲି ଖୋଦ୍ ସାଂସଦ ଇଂ.ବଳଭଦ୍ର ମାଝୀ, ବିଧାୟକ ଗୌରୀଶଙ୍କର ମାଝୀ, ଓ ମନ୍ତ୍ରୀଙ୍କ ପ୍ରତିନିଧି କାହ୍ନୁ ଦାସ ପ୍ରଶ୍ନ ଉଠାଇ ବୈଠକକୁ ବର୍ଜନ କରିଥିଲେ। ଜିଲ୍ଲାରେ ଧାନ କିଣୁଥିବା ଏସଏଚଜିର ଯାଞ୍ଚ ସମ୍ପୃକ୍ତ ଅଞ୍ଚଳର ବିଡିଓ ଓ ତହସିଲଦାରଙ୍କୁ କରିବାକୁ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ନିର୍ଦ୍ଦେଶ ପରେ ଯାଞ୍ଚ ପ୍ରକ୍ରିୟା ହୋଇଥିଲା। 

Ad..


ଏଥିରେ ନବରଙ୍ଗପୁର ଜିଲ୍ଲାର ୭ଟି ଏସଏଚଜି ଗୃପ ଚିହ୍ନଟ ହୋଇଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି।ଏହି ରିପୋର୍ଟକୁ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବେ। ତା ପରେ ଉକ୍ତ ଅଂଚଳର ଲ୍ୟାମ୍ପସ୍ ଜରିଆରେ ଧାନ କିଣାଯିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ। 

ଲୋକ ପ୍ରତିନିଧିଙ୍କ ଦାବିରେ ସତ୍ୟତା ପ୍ରମାଣିତ ହୋଇଥିବା ବେଳେ ସଠିକ ଭାବେ ଯାଂଚ ‌ହେଲେ ଆଉ କିଛି ଏସଏଚଜି ବି କଟିବେ ବୋଲି କିଛି ଏସଏଚଜିର କର୍ମକର୍ତ୍ତା ଓ ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଦାସ କହିଛନ୍ତି। 

ଆଉ ୧୨ ଦିନ ପରେ ଜିଲ୍ଲାରେ ଖରିଫ ଧାନମଣ୍ଡି। ତା' ପୂର୍ବରୁ ସାଟେଲାଇଟ୍ ସର୍ଭେରେ ୩୭ ହଜାର ୯୯୮ ସନ୍ଦେହଜନକ ପ୍ଲଟ୍ ଧରାପଡିଛି। ଧାନ ନକରି ପ୍ଳଟ ପଞ୍ଜୀକରଣ କରାଯାଇଥିବା ସର୍ଭେ ତଥ୍ୟରେ ଉଲ୍ଲେଖ ରହିଛି।

ସର୍ଭେ ରିପୋର୍ଟରେ ଏସଏଚଜି ପକ୍ଷରୁ କରାଯାଇଥିବା ପ୍ଳଟ ପଞ୍ଜୀକରଣ ଅଧିକ। ଜିଲ୍ଲାର ୧୩ଟି ଲ୍ୟାସରେ ୧୫ ହଜାର ୧୩୬ ପ୍ଳଟ ସନ୍ଦେହଜନକ ରହିଛି। ସେହିପରି ୪୪ଟି ଏସିଏଚଜିରେ ୨୧ ହଜାର ୨୧୬ ପୁଟ୍ ସନ୍ଦେହଜନକ ରହିଛି। ୨ଟି ପାଣିପଞ୍ଚାୟତରେ ୧୬୪୬ ପ୍ଳଟ ସନ୍ଦେହଜନକ ରହିଛି।

ନବରଂଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକରେ ସର୍ବାଧିକ ୩୬୮୬ ସନ୍ଦେହଜନ ପ୍ଲଟ ରହିଛି। ସେଭଳି ନବରଙ୍ଗପୁର ଲ୍ୟାମ୍‌ ସରେ ୧୫୯୨ ପୃଟ୍, ନନ୍ଦାହାଣ୍ଡି ଲ୍ୟାମ୍‌ସରେ ୮୨୬ ପୁଟ୍, ତେନ୍ତୁଳିଖୁଣ୍ଟି ଲ୍ୟାମ୍ସରେ ୫୫୪, ଅଞ୍ଚଳଗୁ ସ୍ନା ଲ୍ୟାମ୍ପସରେ ୯୨୨, ପାପଡାହାଣ୍ଡି ଲ୍ୟାମ୍ପସରେ ୯୪୦, ମୈଦଲପୁର ଲ୍ୟାମ୍‌ ସରେ ୭୩୬,କୋଡିଙ୍ଗା ଲ୍ୟାମ୍ପସରେ ୧୦୩୭, କୋଷାଗୁମଡା ଲ୍ୟାମ୍ପସରେ ୭୫୭, ଡାବୁଗାଁ ଲ୍ୟାମ୍ପସରେ ୪୬୬, ଉମରକୋଟ ଲ୍ୟାମ୍‌ ସରେ ୧୫୭୭, ଝରିଗାଁ ଗ୍ୟାସରେ ୮୮୩ ଓ ରାଇଘର ଲ୍ୟାମ୍ପସରେ ୧୧୬୦ ପ୍ଲଟ୍ ସନ୍ଦେହଜନକ ରହିଛି।

ଅନ୍ୟପକ୍ଷେ ୪୪ଟି ଏସଏଚଜିରେ ପଞ୍ଜୀକୃତ ହୋଇଥିବା ଚାଷୀଙ୍କ ୨୧ ହଜାର ୨୧୬ ପୁଟ୍ ଓ ୨ଟି ପାଣିପଞ୍ଚାୟତରେ ୧୬୪୬ ପ୍ଲଟ୍ ସନ୍ଦେହଜନକ ଥିବା ସର୍ଭେରୁ ଜଣାପଡିଛି। କ୍ଷେତ୍ର କର୍ମଚାରୀଙ୍କ ସାଟେଲାଇଟ୍‌ ସର୍ଭେ ତଥ୍ୟ ନେଇ ପୁଣିଥରେ ଯାଞ୍ଚ କଲେ ଅନେକ ତ୍ରୁଟି ଥିବା ଜଣାପଡୁଛି। 

କିନ୍ତୁ ଗତବର୍ଷ ମାତ୍ର ୧୩ ହଜାର ୩୧୦ ପ୍ଲଟ୍ ସନ୍ଦେହଜନକ ଥିବା ବେଳେ ଚଳିତବର୍ଷ ୩୭ ହଜାର ୯୯୮ ଏଭଳି ପ୍ଲଟ୍ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ୨୪ ହଜାର ୬୮୮ ପ୍ଲଟକୁ ସନ୍ଦେହ କରିଛି ସାଟେଲାଇଟ୍। ଅବଶ୍ୟ ଗତବର୍ଷ ୪୨ ହଜାର ୮୧୦ ଚାଷୀ ପଞ୍ଜୀକରଣ କରିଥିଲେଛ। 

ଚଳିତବର୍ଷ ୫୦ ହଜାର ୯୧୯ ଚାଷୀ ପଞ୍ଜୀକରଣ କରିଛନ୍ତି। ଚଳିତବର୍ଷ ୧୩ଟି ଲ୍ୟାମ୍ପସରେ ୨୨ ହଜାର ୯୭୨ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୪୪ଟି ଏସଏଚଜିରେ ଲ୍ୟାମ୍‌ସ୍ ଠାରୁ ଅଧିକ ୧୮ ହଜାର ୨୮୨ ଚାଷୀ ପଞ୍ଜୀକରଣ କରିଛନ୍ତି। ୧୭୦ କର୍ମଚାରୀଙ୍କୁ ନିୟୋଜନ କରି ପୁଣି କ୍ଷେତ୍ର ଯାଞ୍ଚ ଚାଳିଛି। ଏଯାଏଁ ୪ହଜାର ପ୍ଲଟର ସର୍ଭେ ସରିଲାଣି। ମଣ୍ଡି ଆରମ୍ଭ ହେବା ପୂର୍ବରୁ ପ୍ରକ୍ରିୟା ଶେଷ କରିବାକୁ ଉଦ୍ୟମ କରା‌ଯିବ ବୋଲି ଏଆରିସିଏସ ଶିବଶଙ୍କର ପ୍ରଧାନ କହିଛନ୍ତି।  




Edited by k.s thakur...

Post a Comment

Previous Post Next Post