ଏଚଡିଏଫସି ବ୍ୟାଙ୍କ୍ ପକ୍ଷରୁ ରକ୍ତଦାନ ଶିବିର...
କଣ୍ଟାବାଞ୍ଜି,୦୬/୧୨ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଏଚଡିଏଫସି ବ୍ୟାଙ୍କ୍ ତରଫରୁ ରକ୍ତଦାନ ଶିବିର ରୋଡ ନମ୍ୱର୍ ୪ ସ୍ଥିତ ଏଚଡିଏଫସି ବ୍ୟାଙ୍କ୍ ପରିସରରେ ଆୟୋଜନ କରାଯାଇଥିଲା। ଏହି ଶିବିରରେ ମୋଟ ୨୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।
Ad..
ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ଶିବିରରେ ମହିଳା ରକ୍ତଦାତା ଭାଭେ ପ୍ରମୁଖ ଯୋଗଦେଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଥିଲେ ।
Ad..
ଏଚଡିଏଫସି ବ୍ୟାଙ୍କ୍ ପକ୍ଷରୁ ଏହି ରକ୍ତଦାନ ଶିବିର ପ୍ରତ୍ୟେକ ବର୍ଷ କରାଯାଇଥାଏ । ଏହି ଶିବିରରେ ବ୍ୟାଙ୍କ୍ ମ୍ୟାନେଜର ଶାଶ୍ଵତ ସାମନ୍ତରାୟ ନେତୃତ୍ୱରେ ହୋଇଥିବା ବେଳେ ଅନ୍ୟ କର୍ମଚାରୀ ରଞ୍ଜନ ବସନ୍ତିଆ...
ଦୁଷ୍ମନ୍ତ ପୁଟେଲ, ନିହାର ବେହେରା ସହଯୋଗ କରିଥିଲେ। ମହିଳା ରକ୍ତଦାତା ଆକାଂକ୍ଷା ବେହେରା, ଅର୍ପିତା ମହାନ୍ତି, ଶ୍ରଦ୍ଧାଞ୍ଜଳି ଅଗସ୍ତି , ମେଘା ପ୍ରଧାନ ଅନ୍ୟ ମାନଙ୍କ ସହ ରକ୍ତଦାନ କରିଥିଲେ।
Edited by k.s thakur...
Tags:
blood donation camp
HDFC Bank
kantabanji
latest news
latest update
odisha daily current affairs
odisha news



