ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଆସିଲା ଗାଇଡ୍ଲାଇନ୍...
ଭୁବନେଶ୍ଵର,୦୬/୧୨ : ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଆସିଲା ଗାଇଡ୍ ଲାଇନ୍ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବା ଏମକେବିୱାଇକୁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ।
Ad..
କନ୍ୟା ବିବାହ ଯୋଜନାରେ ବିବାହ ପାଇଁ କନ୍ୟାକୁ ମିଳିବ ୫୧ ହଜାର ଟଙ୍କାର ଆର୍ଥିକ ସହାୟତା । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷୁର ଚିଠି ଲେଖାଯାଇଛି ।
Ad..
୧୮ ବର୍ଷରୁ ଅଧିକ ବୟସ୍କ ଯୁବତୀମାନେ ଏଥିପାଇଁ ଆବେଦନ କରିପାରିବେ । ଏଥିପାଇଁ ଝିଅ ବୟସ ୧୮ରୁ ୩୫ ବର୍ଷ, ପୁଅ ବୟସ ୨୧ରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ । ଯେଉଁ ଯୁବତୀ ଓ ଯୁବକ ପ୍ରଥମଥର ପାଇଁ ବିବାହ କରିବେ ସେମାନଙ୍କୁ କେବଳ ଏହି ସୁବିଧା ମିଳିବ ।
ସେ ଟଙ୍କାରୁ ୩୫ ହଜାର ଟଙ୍କା ଡିବିଟି ମାଧ୍ୟମରେ ସିଧା ଆକାଉଣ୍ଟକୁ ଯିବ । ବିବାହ ଉପହାର ୧୦ ହଜାର ଓ ଆୟୋଜନ ପାଇଁ ସଂସ୍ଥାକୁ ମିଳିବ ୬ ହଜାର ଟଙ୍କା ।
ବିବାହ ଉପହାର ବାବଦରେ ୧୦ ହଜାର ଟଙ୍କାର ଏକ ଗିଫ୍ଟ ପ୍ୟାକେଟ ସରକାରଙ୍କ ତରଫରୁ ମିଳିବ । ଏହି ଗିଫ୍ଟ ପ୍ୟାକେଟରେ ପାଉଜି, ଚୁଡି, ଟିକିଲି, ବାସନ, ଶାଢି ଇତ୍ୟାଦି ସାମଗ୍ରୀ ପ୍ରଦାନ କରାଯିବ ।
ତେବେ ବିଧବା, ଦିବ୍ୟାଙ୍ଗ, ସମାଜର ଆର୍ଥିକ ଅନଗ୍ରସର ଓ ସାମାଜିକ ଭାବେ ଅବହେଳିତ ଗୋଷ୍ଠୀଙ୍କୁ ଏହି ଯୋଜନାରେ ଟଙ୍କା ମିଳିବ ।
Edited by k.s thakur...
Tags:
Bhubaneswar
cm mohan Majhi
guidelines
Kanya vivah yojana
latest news
latest update
odisha daily current affairs
odisha news



