ବିଜେଡିକୁ ବଡ଼ ଝଟ୍‌କା: ବିଜେପିରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ ଓ ସମର୍ଥକ...

ବିଜେଡିକୁ ବଡ଼ ଝଟ୍‌କା: ବିଜେପିରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ ଓ ସମର୍ଥକ...


ଭୁବନେଶ୍ୱର,୦୬/୧୨: ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ବଡ଼ ଝଟ୍‌କା । ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ। ପ୍ରୟାସକାନ୍ତି ସାମଲ, ପ୍ରଣିତକାନ୍ତି ସାମଲ ଭାଜପାରେ ଯୋଗ ଦେଇଛନ୍ତି। 

Ad..


ଅନେକ ସରପଞ୍ଚ ଓ ସମିତି ସଭ୍ୟ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ମିଶିଲେ ପ୍ରଫୁଲଙ୍କ ଦୁଇ ପୁଅ ଓ ସମର୍ଥକ।

Ad..


ଅନ୍ୟପକ୍ଷେ ଘଷିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର କହିଥିଲେ, ପ୍ରଫୁଲ୍ଲ ବାବୁ ସେମିତି ଲୋକ ନୁହଁନ୍ତି, ପୁଅ ହୁଏତ ସେମିତି କରିଥାଇ ପାରନ୍ତି। କିନ୍ତୁ ପ୍ରଫୁଲ୍ଲ ବାବୁ ଆଉ ସ୍ଥିତି ନିୟନ୍ତ୍ରଣ କରି ପାରିବା ଭଳି ଲାଗୁନି ବୋଲି ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି।



Edited by k.s thakur...

Post a Comment

Previous Post Next Post