ପଞ୍ଚମ ପଦ୍ମପୁର ଲୋକ ମାହୋତ୍ସବର ଗଣଦୌଡ ଓ ବାଣିଜ୍ୟ ମେଳା ଉଦଘାଟିତ...

ପଞ୍ଚମ ପଦ୍ମପୁର ଲୋକ ମାହୋତ୍ସବର ଗଣଦୌଡ ଓ ବାଣିଜ୍ୟ ମେଳା ଉଦଘାଟିତ...


ପଦ୍ମପୁର,୦୬/୧୨(ବିଜୟ କୁମାର ସାହୁ):ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ଟାଉନ୍ କ୍ଲବ ପଦ୍ମପୁର ତରଫରୁ ଲୋକ ମହୋତ୍ସବ ୨୦୨୫ର ବିଭିନ୍ନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି। 

    Ad..


ସ୍ଥାନୀୟ ଟାଉନ କ୍ଳବ ଦ୍ବାରା ଆୟୋଜିତ ହେଉଥିବା ପଦ୍ମପୁର ଲୋକମାହୋତ୍ସବ ୨୦୨୫ ଆସନ୍ତା ଡିସେମ୍ବର ୧୦ତାରିଖ ରୁ ସାଂସ୍କୃତିକ ପର୍ବ ଆରମ୍ଭ ହେବାକୁ ଯାଉଥିବା ବେଳେ ଗଣଦୈଡ ରୁ ମହୋତ୍ସବ ଶୁଭାରମ୍ଭ ହୋଇଛି। ଗଣଦୌଡ ରେ ପଦ୍ମପୁର ଆଦର୍ଶ ଥାନା ର ଅଧିକାରୀ ମମତା ନାଏକ ଯେଗଦେଇ ଗଣଦୌଡ ର ଶୁଭାରମ୍ଭ କରିଥିଲେ। 

Ad..


ଗଣଦୌଡ ରେ ସ୍ଥାନୀୟ ସ୍କୁଲ ଓ କଲେଜ ର ଛାତ୍ର ଛାତ୍ରୀ ଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ଯୋଗଦାନ ଦେଇ ଲୋକ ମହୋତ୍ସବ ପାଇଁ ଗଣ୍ଡଦୌଡ଼ । ସନ୍ଧ୍ୟା ରେ ସ୍ଥାନୀୟ ଅଶୋକ ଖେଳ ପଡ଼ିଆ ଠାରେ ମହୋତ୍ସବ ର ବାଣିଜ୍ୟ ମେଳା ୨୦୨୫ ଉଦଘାଟିତ ହୋଇଯାଇଛି। 

ଚଳିତ ବାଣିଜ୍ୟ ମେଳା ରେ ରାଜ୍ୟ ତଥା ରାଜ୍ୟ ବାହାରୁ ଖାଦ୍ୟ ସାମଗ୍ରୀ ସହ ଘରୋପକରଣ, ସାଜ ସଜ୍ୟା, ମସଲା, କପଡା ଆଦି ବୋହୁ ପ୍ରକାର ର ଦୋକାନ ବଜାର ଆସିଥିବା ବେଳ ବିଭିନ୍ନ ପ୍ରକାର ର ସର୍ବମୋଟ ୧୫୬ ଟି ଷ୍ଟଲ ବ୍ୟବସ୍ଥା ସହ ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ବଡ ଧରଣର ମିନାବଜାର ମଧ୍ୟ ଲାଗିଥିବା ଆୟୋଜକ କମିଟି ତରଫରୁ ସୂଚନା ଦିଆଯାଇଛି। 

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଓ ରାଜବୋଡାସମ୍ବର ବ୍ଲକ ଗୋଷ୍ଠୀ ଉନୟନ ଅଧିକାରୀ ମନୋଜ ଦେବତା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବାଣିଜ୍ୟ ମେଳା ଉଦଘାଟନ କରିଥିଲେ। 

ତେବେ ଏହି ପାରି ମେଳା ବ୍ୟବସାୟ ର ଆଦାନ ପ୍ରଦାନ ସହ ବ୍ୟବସାୟୀଙ୍କୁ ମଧ୍ୟ ନୂତନ ସୁଯୋଗ ପାଇଁ ଏକ ଖୁବ ସୁନ୍ଦର ପ୍ରୟାସ ବୋଲି କହିଥିଲେ।  ଏହି ପର୍ବରେ ଟାଉନ୍ କ୍ଲବ ସଭାପତି ତଥା ମହୋତ୍ସବ କମିଟି ର ସଭାପତି ପ୍ରିତେଶ କୁମାର ବହିଦାର ଆବାହକ ଅଶୋକ କୁମାର ମିଶ୍ର, ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ, ନରେଶ ସୁନ୍ଦର ସାହୁ,ସୁବାଷ ପାତ୍ର,ସରୋଜ ମିଶ୍ର,ନରୋତମ ପ୍ରଧାନ...

ହରି ସିଂ,କେଶବ ରଞ୍ଜନ ପ୍ରଧାନ,ଅଶୋକ ବହିଦାର,ପ୍ରତାପ ମିଶ୍ର,ନିରୋଜ ଦୋରା,ସୁରେନ୍ଦ୍ର ସାହୁ,ରମେଶ ଗୁର୍ଲ୍ଲା,ବିକାଶ ବହିଦାର,ସୁନୀଲ ଅଗ୍ରୱାଲ,ପ୍ରମୋଦ ମେହେର,ପ୍ରତାପ ନାଥ,ଆଦିତ୍ୟ ରଥ,ଜ୍ୟୋସ୍ନାରାଣୀ କର,ରଞ୍ଜୁ ସେଠ,ନାରାୟଣ ପୁରୋହିତ,ରାଜେଶ ଗୁର୍ଲ୍ଲା,ନିରୋଜ ସିହ୍ନl,ଅଖିଳ ପଟ୍ଟନାୟକ,ଦିନେଶ ବାରିକ,ସୁରଜ ସୁନା,ସୁରେଶ ସାହୁ,ଅମିତ ଗର୍ଗ,ସୋମେଶ ମହାନ୍ତି,ନିଖିଳ ପଟନାୟକ,ନରେଶ ବାରିକ,ଟେନେସ ପଣ୍ଡା,ଯୁଗଳ ସାହୁ...

ଚିନ୍ମୟ ସାମଲ,ଅନିଲ ଗର୍ଗ,ଵାରୀଶ ରାଜା,ଲକ୍ଷ୍ମୀକାନ୍ତ ବରିହା,ରୋହିତ ସେଠ,ରାହୁଲ ତାଣ୍ଡି,ସୁରେନନ୍ଦ୍ର ଲୁହାର,ଉଦ୍ଧବ ଡୁଙ୍ଗରି,ରୁଦ୍ରନାରାୟଣ ସାହୁ,ଶଙ୍କର ସାହୁ,ଡମ୍ୱରୁ ଭୋଇ,ବିରେନ ପ୍ରଧାନ,ପ୍ରେମାନନ୍ଦ ବରିହା ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ। 

ଆସନ୍ତା ୯ ତାରିଖ ରେ ସାଂସ୍କୃତିକ ଶୋଭାଯାତ୍ରା ଓ ୧୦ ତାରିଖ ରୁ ସାଂସ୍କୃତିକ ପର୍ବ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ଏଥିରେ ଲୋକେ ବହୁ ସଂଖ୍ୟାରେ ଯୋଗଦାନ ଦେଇ  ବାଣିଜ୍ୟ ମେଳା , ମିନାବଜାର ସହ ସାଂସ୍କୃତିକ ପର୍ବ କୁ ଉପଭୋଗ କରନ୍ତୁ ବୋଲି ଆୟୋଜକ କମିଟି ତରଫରୁ ଜନସାଧାରଣ ଙ୍କୁ ନିମନ୍ତ୍ରଣ ସହ ଅନୁରୋଧ କରାଯାଇଛି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post