ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ମହାବିଦ୍ୟାଳୟ ପରିଦର୍ଶନ...
କଣ୍ଟାବାଞ୍ଜି,୦୨/୧୨ : ଆଜି କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି କୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ର କୁଳପତି ଡ଼କ୍ଟର ପ୍ରଦୀପ୍ତ କୁମାର ବେହେରା ପରିଦର୍ଶନ ରେ ଆସି ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତ ଓ ସମସ୍ତ କର୍ମଚାରୀଙ୍କ ସହିତ ବାର୍ତାଳାପ କରି ମହାବିଦ୍ୟାଳୟ ର ସୁବିଧା ଅସୁବିଧା ବୁଝିକି ଆଗାମୀ ଦିନରେ ସବୁ ସମସ୍ୟା ର ସମାଧାନ ଦିଗରେ ଉଚିତ ପଦକ୍ଷେପ ନେବି ବୋଲି ପ୍ରତିଶୃତି ଦେଇଥିଲେ।
Ad..
ଦୁଇଘଣ୍ଟା ର ପରିଦର୍ଶନ ସମୟରେ ମହାବିଦ୍ୟାଳୟ ର ଲାଇବ୍ରେରୀ, କମ୍ପୁଟର ଲେବ ଓ ସମସ୍ତ ଶ୍ରେଣୀଗୃହ କୁ ପରିଦର୍ଶନ କରି ସନ୍ତୁଷ୍ଟ ବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମ ବିଷୟରେ ମହାବିଦ୍ୟାଳୟ ର ଛାତ୍ରୀମାନେ ଧାଡ଼ିବାନ୍ଧି ଛିଡା ହୋଇ ବିଶ୍ୱବିଦ୍ୟାଳୟ ର କୁଳପତି ଡ଼କ୍ଟର ପ୍ରଦୀପ୍ତ କୁମାର ବେହେରା ଓ ମହାବିଦ୍ୟାଳୟ ବିକାଶ ପରିଷଦ ର ଅଧକ୍ଷ ଡ଼କ୍ଟର ଜିତେନ୍ଦ୍ର ପ୍ରଧାନ ଙ୍କୁ କରତାଳି, ହୁଳହୁଳି ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ।
Ad..
ଅଧକ୍ଷ ଶ୍ରୀ ପୁରୋହିତ ଙ୍କ ସହିତ ମହାବିଦ୍ୟାଳୟ ବିଷୟରେ ସବୁ ବିଷୟରେ ଅବଗତ ହେଲା ପରେ ବଲାଙ୍ଗୀର କୁ ପ୍ରତ୍ୟାବର୍ତନ କରିଥିଲେ।ଯିବା ସମୟରେ ଡ଼କ୍ଟର ପ୍ରଦୀପ୍ତ କୁମାର ବେହେରା ଓ ଡ଼କ୍ଟର ଜିତେନ୍ଦ୍ର ପ୍ରଧାନ ଙ୍କୁ ଅଧକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତ ଉପଢୌକନ ଦେଇ ସମ୍ମାନୀତ କରିଥିଲେ।
ଆଜି କୁଳପତି ଆସିବା ପୂର୍ବରୁ ମହାବିଦ୍ୟାଳୟ ରେ ହେବାକୁ ଥିବା ଦୁଇଦିନିଆ ବାର୍ଷିକ କ୍ରୀଡାର ଉଦଘାଟନ ଶ୍ରୀ ରାଜେନ୍ଦ୍ର ପୁରୋହିତ କରିଥିଲେ।ସକାଳୁ ଛାତ୍ରୀମାନେ ରାମ ମନ୍ଦିର ରୁ ପୂଜା ଅର୍ଚନା ସାରି ମଶାଳା ଧରି ମହାବିଦ୍ୟାଳୟ କୁ ଆସିଥିଲେ।
ଉଦଘାଟନ ସରିବା ପରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା. କୁଳପତି ଆସିବା ସମୟରେ କ୍ରୀଡା କୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା। ଆଜି କୁଳପତି ଙ୍କ ପରିଦର୍ଶନ ଓ ବାର୍ଷିକ କ୍ରୀଡା ଯୋଗୁଁ ମହାବିଦ୍ୟାଳୟ ପରିସର ଚଳ ଚଞ୍ଚଳ ଦେଖା ଯାଇଥିଲା।
Edited by k.s thakur...
Tags:
bolangir daily current affairs
kantabanji
latest news
latest update
odisha daily current affairs
odisha news
women's college



