ପିଏମଶ୍ରୀ ବିଦ୍ୟାଳୟର ୪୧ ଅନ୍ତେବାସୀ ପେଟ ବ୍ୟଥାରେ ଆକ୍ରାନ୍ତ, ୩୫ ଡାକ୍ତରଖାନାରେ ଭର୍ତ୍ତି...

ପିଏମଶ୍ରୀ ବିଦ୍ୟାଳୟର ୪୧  ଅନ୍ତେବାସୀ ପେଟ ବ୍ୟଥାରେ ଆକ୍ରାନ୍ତ, ୩୫ ଡାକ୍ତରଖାନାରେ ଭର୍ତ୍ତି...


ବୈପାରିଗୁଡ଼ା,୦୨/୧୨: କୋରାପୁଟଜିଲ୍ଲା ବୈପାରିଗୁଡ଼ା ବ୍ଲକର ଶିରିବେଡା ପିଏମଶ୍ରୀ ବିଦ୍ୟାଳୟ ହଷ୍ଟେଲର ୩୫ ଜଣ ଅନ୍ତେବାସୀ ପେଟ ବ୍ୟଥାରେ ଆକ୍ରାନ୍ତ ହୋଇଥିବାରୁ ବୈପାରିଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Ad..


ସୂଚନା ଅନୁଯାୟୀ, ହଷ୍ଟେଲ ଅନ୍ତେବାସୀ ରାତ୍ରି ଭୋଜନ ପରେ ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ସାଢେ ୯ଟା ବେଳେ କିଛି ପିଲା ପେଟ ବ୍ୟଥା ହେଉଥିବା ରୋଷେୟାଙ୍କୁ ଜଣେଇ ଥିଲେ।

Ad..


କ୍ରମଶଃ ହଷ୍ଟେଲର ଅଧିକାଂଶ ପିଲା ପେଟ ବ୍ୟଥା ହେଉଥିବା ଜଣେଇବା ପରେ ପ୍ରଧାନ ଶିକ୍ଷକ କୁଳମଣି ଜେନା ତିନୋଟି ବୋଲେରୋ ଗାଡ଼ିରେ ୩୫ ଜଣ ଅନ୍ତେବାସୀଙ୍କୁ ବୈପାରିଗୁଡା ମେଡ଼ିକାଲରେ ଭର୍ତ୍ତି କରିଥିଲେ।

ବୈପାରିଗୁଡ଼ା ଏବଂ ରାମଗିରି ଡ଼ାକ୍ତରୀ ଦଳ ଶିରିବେଡା ପିଏମଶ୍ରୀ ବିଦ୍ୟାଳୟର ହଷ୍ଟେଲରେ ପହଞ୍ଚି ବାକି ୬ ଜଣ ପିଲାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରୁଥିବା ଜଣାପଡିଛି। ଏସଂପର୍କରେ ଡାକ୍ତରଙ୍କୁ ପଚାରିବାରୁ ପରୀକ୍ଷା ପରେ ହିଁ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପ୍ରକାଶ କରିଥିଲେ।




Edited by k.s thakur...

Post a Comment

Previous Post Next Post