ବୁରୋବାହାଲ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଉତ୍ସବ...
ଭାଲୁମୁଣ୍ଡା,୦୨/୧୨ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଂଚାୟତ ଅନ୍ତର୍ଗତ ବୁରୋବାହାଲ ଗ୍ରାମରେ ଥିବା ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୀନବନ୍ଧୁ ମେହେର ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଓ ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
Ad..
ପ୍ରଥମେ ବାଗଦେବୀ ସରସ୍ୱତୀ ଙ୍କ ଫଟୋଚିତ୍ର ରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଯାଇଛି।ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି କୋଷରାଜ ବେହେରା...
Ad..
ସମ୍ମାନୀୟ ଅତିଥି ଭାବେ ଗନ୍ଧରାବନ୍ଧ ସରପଞ୍ଚ ରୁଷଭ ପୁଟେଲ, ଚୁଲିଫୁଙ୍କା କ୍ଲଷ୍ଟର ସିଆରସିସି ତୁଳସୀପ୍ରସାଦ ସୁନା,ସେଣ୍ଟର ସ୍କୁଲ ର ପ୍ରଧାନଶିକ୍ଷକ ରାମକୃଷ୍ଣ ପ୍ରଧାନ, ବିଆରଟି ଲକ୍ଷ୍ମୀକାନ୍ତ ଷଡଙ୍ଗୀ, ବରିଷ୍ଠ ଶିକ୍ଷକ ବୃଷଭ ମାଝୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଘନଶ୍ୟାମ ପୁଟେଲ, ପୂର୍ବତନ ସରପଞ୍ଚ ହୃଷିକେଶ ପୁଟେଲ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଭାପତି କନକ ପୁଟେଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମ କୟ ଶିକ୍ଷକ ଦେବରାଜ ମେହେର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏଥିରେ ଶିକ୍ଷକ ଗୋପାଳ ବେହେରା, ଗୟା ଝାଙ୍କର, ସାଗର ମେହେର,ପୃଥୀ ରଣା, ଡୋଲାଚନ୍ଦ୍ର ବେହେରା,ବଢିଆ ବେହେରା, କୁମର ମେହେର, ମହେଶ୍ୱେତା ମେହେର, ଶୁଭାଶିଷ ଧଳ ପ୍ରମୁଖ ଙ୍କ ସହ ବହୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।
ବୁରୋବାହାଲ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୀନବନ୍ଧୁ ମେହେର ୧୮ ବର୍ଷ ଧରି ଏହି ଶିକ୍ଷକତା କରି ଆସୁଥିଲେ ତେବେ ଆଜି ସେ ଅବସର ଗ୍ରହଣ କରିଥିଲେ।
Edited by k.s thakur...



