ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ସାଂସ୍କୃତିକ ପର୍ବ କୁ ନେଇ ସାମ୍ବାଦିକ ସମ୍ମିଳନୀ...

ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ସାଂସ୍କୃତିକ ପର୍ବ କୁ ନେଇ ସାମ୍ବାଦିକ ସମ୍ମିଳନୀ...


ପଦ୍ମପୁର,୦୮/୧୨(ବିଜୟ କୁମାର ସାହୁ): ପଦ୍ମପୁର ଉପଖଣ୍ଡ ସ୍ଥାନୀୟ ଟାଉନ କ୍ଳବ ତରଫରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳା ଓ ସଂସ୍କୃତି ର ମହାମିଳନ ର ମଞ୍ଚ ଅନୁଷ୍ଠିତ ହେବାକୁ ଯାଉଅଛି। 

     Ad..


ତେବେ କମିଟି ତରଫରୁ ଆୟୋଜିତ ହେଉଥିବା ପଦ୍ମପୁର ଲୋକ ମହୋତ୍ସବ ର ବିଭିର୍ଣ୍ଣ ପର୍ଯ୍ୟାୟ ଥିବା ବେଳେ ଆସନ୍ତା ତା. 10.12.2025 ରିଖ ରୁ ଆନୁଷ୍ଠାନିକ ଭାବରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହେବ, ତେବେ ଏହା ପୂର୍ବରୁ ପ୍ରତିବର୍ଷ ଭଳି ତା. 09.12.2025 ରିଖ ଦିନ କମିଟି ପକ୍ଷରୁ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହେବାକୁ ଯାଉଅଛି। 

Ad..


ଏ ନେଇ ଆଜି ଆୟୋଜକ କମିଟି ତରଫରୁ ସ୍ଥାନୀୟ ଅଶୋକ ପଡିଆ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଥିଲା। ତେବେ ସାଂସ୍କୃତିକ ଶୋଭାଯାତ୍ରା ରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ 22 ଟି ଦଳ ଏବଂ ଝାଙ୍କି ଅଂଶଗ୍ରହଣ କରୁଥିବା ବେଳେ ମଞ୍ଚ ରେ ହେବାକୁ ଥିବା ସାଂସ୍କୃତିକ ସନ୍ଧ୍ୟା ର ପର୍ବ ରେ ରାଜ୍ୟ ବାହାରୁ... 

ତିନୋଟି ଦଳ ରାଜ୍ୟ ର ବିଭିର୍ଣ ଜିଲ୍ଲା ମାନଙ୍କରୁ ପ୍ରାୟ ଏଗାର ଟି ଏବଂ ଆମ ଅଞ୍ଚଳ ର କଳା ସଂସ୍କୃତିକୁ ଦର୍ଶାଉ ଥିବା ପ୍ରାୟ ପାଞ୍ଚଟି ଦଳ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ କମିଟି ତରଫରୁ ସମ୍ବଲପୁରୀ ବାନ୍ଧ କଳା ର ପ୍ରଚାର ପ୍ରସାର ଏବଂ ଚଲଣି କୁ ନେଇ ଏକ ଫ୍ୟାସନ ଶୋ ସମ୍ବଲପୁରୀ ପିନ୍ଧନ ଉଢନ ର ମଧ୍ୟ କାର୍ଯ୍ୟକ୍ରମ ରହିଛି। 

ତେବେ ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅଞ୍ଚଳ ବାସି ଙ୍କୁ ନିଜର ଯୋଗଦାନ ସହ ଆୟୋଜନ କୁ ସଫଳ କରିବା ପାଇଁ କମିଟି ତରଫରୁ ସଭାପତି ପ୍ରିତେଶ କୁମାର ବହିଦାର ସାମ୍ବାଦିକ ସମ୍ମିଳନୀ ରେ ନିବେଦନ କରିଥିଲେ। 

ତେବେ ଏହି ସମ୍ମିଳନୀରେ ଲୋକ ମହୋତ୍ସବ ର ଆବାହକ ଅଶୋକ କୁମାର ମିଶ୍ର, ଉପସଭାପତି ନରେଶ ସୁନ୍ଦର ସାହୁ, ସରୋଜ ମିଶ୍ର, ବିକାଶ କୁମାର ବହିଦାର, ନରୋତ୍ତମ ପଧାନ, ନିରୋଜ ସିନ୍ହା, ଅମିତ ଗର୍ଗ, ଶୁଭମ ପଟ୍ଟନାୟକ, ଦିନେଶ ବାରିକ, ଆଇନ ଜୀବି ସୋମେଶ ଚନ୍ଦ୍ର ମହାନ୍ତି, ସୁରଜ ସୁନା, ଅନିଲ ଗୁର୍ଲ୍ଲା ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post