୬୮ ଲକ୍ଷ ଟଙ୍କାର ଧଳା ଜହର ଜବତ,ମାଆ ଓ ପୁଅ ଗିରଫ...

୬୮ ଲକ୍ଷ ଟଙ୍କାର ଧଳା ଜହର ଜବତ,ମାଆ ଓ ପୁଅ ଗିରଫ...


କାମାକ୍ଷାନଗର,୦୮/୧୨: କାମାକ୍ଷାନଗର ଅବକାରୀ ବଭାଗର ବଡ଼ ସଫଳତା।୬୮୦ ଗ୍ରାମର ବ୍ରାଉନସୁଗାର ଜବତ, ଯାହାର ଆନୁ୍ମାନିକ ମୂଲ୍ୟ ୬୮ ଲକ୍ଷ ଟଙ୍କା ହେବ। 

Ad..


ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ସହରର ମୁଣ୍ଡିଦେଉଳି ସାହିରେ ବ୍ରାଉନସୁଗାର କାରବାର ନେଇ ଚଢ଼ାଉ କରିଥିଲା ଅବକାରୀ ବିଭାଗର ଦୁଇଟି ଟିମ୍ ଗିରଫ ଦୁଇ ଜଣ ମା ଓ ପୁଅ ହୋଇଥିବା ବେଳେ ଚଢ଼ାଉ ବେଳେ ଅନ୍ୟ ଜଣେ ପୁଅ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା କହିଛି ଅବକାରୀ ବିଭାଗ।

   Ad..


ଅବକାରୀ ବିଭାଗକୁ ଚକମା ଦେଇ ବହୁ ଦିନ ହେଲା ମାଆ ପୁଅ ଏଠାରେ ବ୍ୟବସାୟ କରିଆସୁଥିଲେ। କାମାକ୍ଷାନଗର ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର ବ୍ୟବସାୟ ବଢି ଚାଲିଥିବା ବେଳେ ବିଶେଷ କରି ଯୁବପିଢିମାନେ ଏଥିରେ ନିୟୋଜିତ ରହୁଥିଲେ। ଫେରାର ଥିବା ଅଭିଯୁକ୍ତକୁ ଗିରଫ ପାଇଁ ଅବକାରୀ ବିଭାଗ କହିଥିବା ବେଳେ ଆହୁରି ଅଧିକ ତଦନ୍ତ ଜାରି ରହିଛି।

ଏତେ ପରିମାଣର ଜବତ ହେବା ଢେଙ୍କାନାଳ ଜିଲ୍ଲାରେ ଏହା ପ୍ରଥମ ଘଟଣା। ତେଣୁ କେଉଁ ଅଞ୍ଚଳରୁ ଏହା ଆସୁଥିଲା ସେନେଇ ତଦନ୍ତ କରିବା ସହ ରାଜ୍ୟ ବାହାରର ବ୍ରାଉନସୁଗାର ବେପାରିଙ୍କ ସହିତ ସଂପର୍କ ଥିବା ଅନୁମାନ କରିଛି ଅବକାରୀ ବିଭାଗ।




Edited by k.s thakur...

Post a Comment

Previous Post Next Post