ଭିଜିଲାନ୍ସ ଜାଲରେ OSCSC ଲିମିଟେଡ୍ ଜୁନିୟର ଆକାଉଣ୍ଟାଣ୍ଟ; ବିପୁଳ ସଂପତ୍ତି ଠାବ...

ଭିଜିଲାନ୍ସ ଜାଲରେ OSCSC ଲିମିଟେଡ୍ ଜୁନିୟର ଆକାଉଣ୍ଟାଣ୍ଟ; ବିପୁଳ ସଂପତ୍ତି ଠାବ...


ଭୁବନେଶ୍ଵର,୨୨/୧୨ : ଭିଜିଲାନ୍ସ ଜାଲରେ OSCSC ଲିମିଟେଡ୍ ଜୁନିୟର ଆକାଉଣ୍ଟାଣ୍ଟ । ସୁନ୍ଦରଗଡ଼ OSCSC ଲିମିଟେଡ୍ ଜୁନିୟର ଆକାଉଣ୍ଟାଣ୍ଟଙ୍କ ବିପୁଳ ସଂପତ୍ତି ଠାବ । ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ।

      Ad..


ସୁନ୍ଦରଗଡ଼ ସମେତ ବାଲେଶ୍ଵର ଚୂନ ଭାଟି ନିକଟରେ ଥିବା ସାଇ ଗାର୍ଡେନ ଉପରେ ଭିଜିଲାନ୍ସ ଟିମ ଚଢ଼ାଉ କରିଛି । ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ, ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ବାଲେଶ୍ବର, ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୫ଟି ସ୍ଥାନରେ ଓଡିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଆରମ୍ଭ କରାଯାଇଛି।

Ad..


୧୯୯୫ରେ ଜୁନିୟର ଆକାଉଣ୍ଟାଣ୍ଟ ଭାବେ ଚାକିରିରେ ଯୋଗ ଦେଇଥିଲେ ରବୀନ୍ଦ୍ର । ଭଦ୍ରକ ସିଭିଲ୍ ସପ୍ଲାଏଜ ଅଫିସରେ ମାସିକ ବେତନ ଥିଲା ୫୪୦୦ ଟଙ୍କା । ଜୁନିୟର ଆକାଉଣ୍ଟାଣ୍ଟଙ୍କ ବାଲେଶ୍ବରରେ ଅଛି ଗୋଟିଏ ୩ ମହଲା କୋଠା । 

Ad..


ଗୋଟିଏ ୩ ମହଲା ମାର୍କେଟ କମ୍ପ୍ଲେକ୍ସ ଓ ଜିମ୍ ମଧ୍ୟ ଅଛି । କଲ୍ୟାଣ ମଣ୍ଡପ ସହ ବାଲେଶ୍ବର ସହର ଆଖପାଖରେ ଅଛି ୪ ଦାମୀ ପ୍ଲଟ । ୧୭୫ ଗ୍ରାମ୍ ସୁନା ସହ ଆକାଉଣ୍ଟାଣ୍ଟଙ୍କ ଗୋଟିଏ ୪ ଚକିଆ ଗାଡ଼ି ଅଛି ।

ଏହି ଚଢାଉରେ ଭିଜିଲାନ୍ସ ବିଭାଗର ୩ ଜଣ ଡିଏସପି ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ୍ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ତାହା ସ୍ପଷ୍ଟ ହୋଇନି।




Edited by k.s thakur...

Post a Comment

Previous Post Next Post