ମଣ୍ଡି ସମସ୍ୟା ନେଇ କାଲି ଲୋକସଭା ଭବନରେ ବସିବ ବଡ ବୈଠକ...
ଭୁବନେଶ୍ଵର,୨୨/୧୨ : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ମଣ୍ଡି ସମସ୍ୟା। ରାଜ୍ୟର ଧାନ ମଣ୍ଡି ଅବ୍ୟବସ୍ଥା ନେଇ ସରକାର ଡାକିଲେ ବଡ଼ ବୈଠକ ।ଆସନ୍ତାକାଲି ଅପରାହ୍ଣ ୩ଟାରେ ଲୋକସେବା ଭବନରେ ବୈଠକ। ଏହି ବୈଠକରେ କୃଷି ମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀ ଉପସ୍ଥିତ ରହିବେ।
Ad..
ଏହି ବୈଠକରେ ଧାନ ଉଠାଣ ସମସ୍ୟା ଓ ସମାଧାନ ନେଇ ହେବ ଆଲୋଚନା। ଧାନ ଉଠାଣରେ କେଉଁଠି ଓ କାହିଁକି ସମସ୍ୟା ରହୁଛି ଓ ଏହାର ସମାଧାନ କିପରି ହେବ ସେ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ।
Ad..
ମଣ୍ଡି ସମସ୍ୟା ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ପ୍ରତିଦିନ ଧାନ ଉଠୁଛି। ସରକାରକୁ ବଦନାମ କରିବାକୁ ବିରୋଧୀ ଦଳ ପ୍ରୟାସ କରୁଛନ୍ତି। ଆନ୍ଦୋଳନ ବିଭିନ୍ନ ସ୍ଥାନରେ ହେଉଛି ।
Ad..
ଚାଷୀ ଚାହୁଁଛନ୍ତି ଧାନ ଆଣିଲେ ସଙ୍ଗେ ସଙ୍ଗେ ଉଠିଯାଉ ବୋଲି କିନ୍ତୁ ତାହା ସମ୍ଭବ ନୁହେଁ। ଯେହେତୁ ଦିନେ ଦୁଇଦିନ ସମୟ ଲାଗୁଛି ତେଣୁ ଚାଷୀଙ୍କୁ କିଛି ଲୋକ ପ୍ରବର୍ତ୍ତାଇ ଆନ୍ଦୋଳନ କରୁଛନ୍ତି। ୩ ଲକ୍ଷ ୮୫ ହଜାର ୪୦୫ ଟନ୍ ଧାନ ବର୍ତ୍ତମାନ ସୁଦ୍ଧା ଉଠି ସାରିଲାଣି। ୮୫ ହଜାର ୧୮୩ ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହୋଇଛି ।
Edited by k.s thakur...
Tags:
Bhubaneswar
latest news
latest update
loksabha bhawan
mandi problem
meeting tomorrow
odisha daily current affairs
odisha news




