ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଳନ ପାଇଁ ରଙ୍ଗୋଲି କାର୍ଯ୍ୟକ୍ରମ ଅନୁଷ୍ଠିତ...

ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଳନ ପାଇଁ ରଙ୍ଗୋଲି କାର୍ଯ୍ୟକ୍ରମ ଅନୁଷ୍ଠିତ...


ବରଗଡ଼,୨୨/୧୨(ବିଜୟ କୁମାର ସାହୁ): ବରଗଡ଼ ଧନୁଯାତ୍ରା ମସୋତ୍ସବ ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଆଜି ରଙ୍ଗୋଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

Ad..


ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ସମୟରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ, ଜିଲ୍ଲାପାଳ ତଥା ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି  ଆଦିତ୍ୟ ଗୋୟଲ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ...

Ad..


ବରଗଡ ପୌର ପରିଷଦର ପୌରଧ୍ୟକ୍ଷା କଳ୍ପନା ମାଝୀ, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ, ଉପ ଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ ରାଙ୍ଗୋଲି ପ୍ରଦର୍ଶନକୁ ବୁଲି ଦେଖିଥିଲେ। 

Ad..


ସାମ୍ବାଦିକ ସତ୍ୟଜିତ ଦାସଙ୍କ ପ୍ରମୁଖ ଭୂମିକାରେ ଆୟୋଜିତ  ହୋଇଥିବା ରଂଗେଲି କାର୍ଯ୍ୟକ୍ରମ ରେ ବରଗଡ଼ ଡିଆଇପିଆରଓ ପ୍ରହଲ୍ଲାଦ ଖୋସଲା,  ସନତ ପାଢ଼ୀ, ପ୍ରଚାର ପ୍ରସାର କମିଟି ତରଫରୁ ରବି ନାରାୟଣ ପଣ୍ଡା, ଲଲାଟେନ୍ଦୁ ଦାସ, ରଞ୍ଜନ ଦେବତା ଙ୍କ ସହ କମିଟିର ସମସ୍ତ ସଦସ୍ୟ ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ରହିଥିଲେ। 

ଏହି କାର୍ଯ୍ୟକ୍ରମ ରେ ପ୍ରଥମ ସ୍ଥାନ ଭାବରେ ରଙ୍ଗରେଖା କ୍ଲବ, ଭଟଲି ଦ୍ଵିତୀୟ ସ୍ଥାନ ବୀଣାପାଣି କ୍ଳବ୍, ସୁନ୍ଦରଗଡ଼ ଓ ତୃତୀୟ ସ୍ଥାନ କଳାଭୂମି ଆର୍ଟ ଗ୍ରୁପ, ବରପାଲି ଙ୍କୁ ଉତ୍ତମ ପ୍ରଦର୍ଶନ ନିମନ୍ତେ ସାର୍ଟିଫିକେଟ ପୁରସ୍କାର ପ୍ରଦାନ କରାଯାଇଛି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post