ଆସନ୍ତା ୨୬ରେ କଂଗ୍ରେସର ଜନ ଜାଗରଣ ଆନ୍ଦୋଳନ ; ଭକ୍ତ ଚରଣ ଦାସ...

ଆସନ୍ତା ୨୬ରେ କଂଗ୍ରେସର ଜନ ଜାଗରଣ ଆନ୍ଦୋଳନ ; ଭକ୍ତ ଚରଣ ଦାସ...


ଭୁବନେଶ୍ଵର,୨୨/୧୨ : ଆସନ୍ତା ୨୬ ତାରିଖରେ ଜନ ଜାଗରଣ ଆନ୍ଦୋଳନ କରିବ କଂଗ୍ରେସ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି ବିଜେଡି ଗାନ୍ଧୀଙ୍କ ପଥରେ ଚାଲୁଛି। 

    Ad..


ଟାଟା ପାୱାରର ମନମାନି ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ। ଟାଟା ପାୱାରକୁ ଓଡ଼ିଶାରୁ ବିଦା କରିବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ କରିବ।ଟାଟା ପାୱାରର ଦମନ ନୀତି ଯୋଗୁଁ ଓଡ଼ିଶାର ସାଧାରଣ ଉପଭୋକ୍ତା ନିରନ୍ତର ଭାବେ ଶୋଷଣର ଶିକାର ହେଉଛନ୍ତି। 

   Ad..


ଅଯୁକ୍ତିସଂଗତ ବିଲ୍, ଅତିରିକ୍ତ ସୁରକ୍ଷା ବିମା ଦେୟ, ଓ ଜବରଦସ୍ତି ଆଦାୟ ନୀତି ଯୋଗୁଁ ଜନସାଧାରଣ ଆର୍ଥିକ ଚାପରେ ରହୁଛନ୍ତି।ଟାଟାର ଏହି ମାରଣ ନୀତି ବିରୋଧରେ ଆସନ୍ତା ୨୬ ଡିସେମ୍ବରରେ କଂଗ୍ରେସ ପକ୍ଷରୁ ପ୍ରତି ଜିଲ୍ଲା ଅଫିସରୁ ସାଧାରଣ ସଭା ହେବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ।
Ad..

କମ୍ପାନୀ ଅତିରିକ୍ତ ସୁରକ୍ଷା ବିମା ରାଶି ପ୍ରତ୍ୟାହାର ନକଲେ ୨୯ ତାରିଖରେ ରାଜ୍ୟରେ ଥିବା ସମସ୍ତ ବିଜୁଳି ବିଭାଗ ଅଫିସକୁ ଘେରାଉ କରାଯିବା ସହ ବିଶାଳ ଜନ ଆନ୍ଦୋଳନ କରାଯିବ।ସରକାର ଓଡ଼ିଶାର ଜନସାଧାରଣଙ୍କ ସାଥିରେ ଛିଡ଼ା ହୁଅନ୍ତୁ ଓ ପଦକ୍ଷେପ ନିଅନ୍ତୁ ଏବଂ ଟାଟା ପାୱାରକୁ ବିଦା କରାଯାଉ ନହେଲେ ଆଇନ୍ ଅମାନ୍ୟ ଆନ୍ଦୋଳନ ହେବ।

ନ୍ୟାୟ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଜନତାଙ୍କ ସାଙ୍ଗରେ ଛିଡ଼ା ହୋଇ ଆନ୍ଦୋଳନ ଜାରି ରଖିବ । ଜନହିତ ହିଁ ଆମର ପ୍ରଥମ ପ୍ରାଥମିକତା ।ଏହା ପୂର୍ବରୁ ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ନୋଟିସ୍ ପ୍ରତ୍ୟାହାର ଏବଂ ସ୍ମାର୍ଟ ମିଟର ବୋଝ ହଟେଇବା ଦାବିରେ ଭୁବନେଶ୍ବର ଟାଟା ପାୱାର କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରିଥିଲା ବିଜୁ ଜନତା ଦଳ। ଟାଟା ପାୱାର ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବିଜେଡି କହିଥିଲା।



Edited by k.s thakur...

Post a Comment

Previous Post Next Post