କଣ୍ଟାବାଞ୍ଜି କ୍ଳଷ୍ଟର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ...
କଣ୍ଟାବାଞ୍ଜି,୧୩/୧୨ : ତୁରେକେଲା ବ୍ଳକ ଅନ୍ତର୍ଗତ କଣ୍ଟାବାଞ୍ଜି କ୍ଳଷ୍ଟର ସ୍ତରୀୟ ଶିକ୍ଷା ସଭା କଣ୍ଟାବାଞ୍ଜି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Ad..
ନୋଡାଲ ସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀ ସବିତା ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ଶ୍ରୀ ଗୌତମ ପଟେଲ୍ ତୁରେକେଲା ବ୍ଲକ୍ ଶିକ୍ଷା ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ।
Ad..
ଶ୍ରୀ ମହାନନ୍ଦ ସଭା ପରିଚାଳନା କରିଥିଲେ।ଅତିଥି ମାନେ ଅଧାରୁ ପାଠ ଛାଡିଥିବା ଓ ଆଦୌ ନାମ ଲେଖାଇ ନଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ସହିତ ଯୋଡ଼ି ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ।
ତାପରେ ବିଭିନ୍ନ ୱାର୍ଡ ରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇ ସେମାନଙ୍କୁ ଉପଢ଼ୋକନ୍ , ବହିପତ୍ର ସହ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ମୁଖ୍ୟ ସ୍ରୋତରେ ସାମିଲ କରାଯାଇଥିଲା।
ଏହା ପରେ କଣ୍ଟାବାଞ୍ଜି ନଗର ରେ ଏକ ସଚେତନତା ପଦ ଯାତ୍ରା ମଧ୍ୟ କରାଯାଇ ଥିଲା। ଏହି ସଭାରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ସଚିଦା ନନ୍ଦ ପାତ୍ର, ଜାନକୀ ରାମ ସାମ ବେଦମ, ବିଶ୍ଵ ରଞ୍ଜନ ଦାସ, ଶିକ୍ଷୟିତ୍ରୀ ଲାବନ୍ୟା ବତି ଧରୁଆ...
ପୂଜା ଜାଲ , ସୁନୀତା ମେହେର , ଶାନ୍ତି ଲତା ଭୋଇ, ଏମ ବିନିତା, ପ୍ରତିଭା ବାରିକ , ଦୀପାଞ୍ଜଳୀ ଭୋଇ, ମୁକ୍ତା ବେଜ୍, କାନ୍ତି ଲତା ବର୍ଗେ, ସଂଘ ମୀତ୍ରା ପାଣିଗ୍ରାହୀ, ସୁଜାତା ଧାରୁଆ, ଦିପା ନାୟକ ଯୋଗ ଦେଇଥିଲେ।
Edited by k.s thakur...
Tags:
bolangir daily current affairs
kantabanji
latest news
latest update
odisha daily current affairs
odisha news
turekela



