୧୦ ଦିନ ଭିତରେ ଭୁବନେଶ୍ୱରର ସବୁ ବାର୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା...

୧୦ ଦିନ ଭିତରେ ଭୁବନେଶ୍ୱରର ସବୁ ବାର୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା...


ଭୁବନେଶ୍ଵର,୧୩/୧୨ : ଭୁବନେଶ୍ୱର ସତ୍ୟବିହାର ସ୍ଥିତ ‘ନୋ ଲିମିଟ୍ ବାର୍‌’ ଅଗ୍ନିକାଣ୍ଡ ପରେ ରାଜ୍ୟରେ ଅଗ୍ନି ନିରାପତ୍ତା ନେଇ କଡାକଡି ଯାଞ୍ଚ ହେବ ।ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୧୦ ଦିନ ଭିତରେ ଭୁବନେଶ୍ୱରର ସମସ୍ତ ବାରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଛି କି ନାହିଁ ଚେକିଂ ହେବ। ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନ ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
      Ad..

କହିରଖୁଛୁ ଯେ, ସତ୍ୟବିହାର “ନୋ ଲିମିଟ୍” ରେଷ୍ଟୁରାଣ୍ଟଟି ଏକ ମଦ୍ୟପାନ ବାର୍ ଚଳାଉଥିବା ଅଭିଯୋଗରେ ଏକ ମାସ ପୂର୍ବରୁ ଅବକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଏକ ଦଳ ଚଢାଉ କରିଥିଲା। ସତ୍ୟବିହାର ବାର୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ସୂଚନା ମିଳିଛି।

Ad..


ପୂର୍ବରୁ, ରାଜ୍ୟ ଅଗ୍ନିଶମ ଡିଜିଙ୍କ ପକ୍ଷରୁ ଅଗ୍ନିଶମ ବିଭାଗକୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ରାଜ୍ୟରେ ଚାଲୁଥିବା ସମସ୍ତ କ୍ଲବ ଏବଂ ପବଗୁଡ଼ିକରେ ଅଗ୍ନିକାଣ୍ଡ ଘଟିଲେ ତାହାର ପ୍ରତିକାର ଲାଗି ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି କି ନାହିଁ ତାହାକୁ ଯାଞ୍ଚ କରିବାକୁ ଡିଜିଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।



Edited by k.s thakur...

Post a Comment

Previous Post Next Post