ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ...

ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ...


ବଙ୍ଗୋମୁଣ୍ଡା,୧୩/୧୨ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ ଅଧିନସ୍ଥ ସିନ୍ଧେକେଲା ସେକ୍ସନ ଅନ୍ତର୍ଗତ ମହଗାଁ - ସିଲଣ୍ଡା କେନାଲ ରାସ୍ତାରେ ବିପୁଳ ପରିମାଣର ଖଇର ଗଣ୍ଡି ଜବତ କରିବାରେ ସଫଳତା ପାଇଛି ବନବିଭାଗ। 

Ad..


ମିଳିଥିବା ସୂଚନା ଅନୁଯାଇ ଖଇର ଗଣ୍ଡି ବିଭିନ୍ନ ସ୍ଥାନରୁ ଆଣି ଉକ୍ତ ସ୍ଥାନରେ ଜମାକରି କୌଣସି ସ୍ଥାନକୁ ଚାଲାଣ କରିବା ଯୋଜନା କରିଥିଲେ ମାଫିଆ ମାନେ। କିନ୍ତୁ କୌଣସି ସୁତ୍ରରୁ ଖବର ପାଇ ବଲାଙ୍ଗୀର ଡିଏଫଓ ଙ୍କ ନିର୍ଦ୍ଦେଶକ୍ରମେ ବଙ୍ଗୋମୁଣ୍ଡା ରେଞ୍ଜର ପଦ୍ମନାଭ କୁମ୍ଭାର ଙ୍କ ନେତୃତ୍ବରେ ଗୁରୁବାର ରାତିରେ ଚଢ଼ାଉ ପାଇଁ କରି ବିପୁଳ ପରିମାଣର ଖଇର କାଠ ଗଣ୍ଡି ଜବତ କରାଯାଇଥିଲା। 

Ad..


ତେବେ ଏଥିରେ କୌଣସି କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବନବିଭାଗ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ରେଞ୍ଜର ଶ୍ରୀ କୁମ୍ଭାର ଙ୍କୁ ପଚାରିବାରୁ ସେ ଗତକାଲି ରାତିରେ କାଠ ଗଣ୍ଡି ଗୁଡ଼ିକୁ ଚାଲାଣ କରିବେ ବୋଲି ଆମେ ସୁଚନା ପାଇ ଆମେ ଗାଡି ସହ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଛକି ରହିଥିଲୁ ହେଲେ ହାତୀ ଜଣେ ମହିଳାଙ୍କୁ ଆକ୍ରମଣ ଯୋଗୁଁ ଆମେ ବାଧ୍ୟ ହୋଇ ସେଠାରୁ ହାତୀ ଆକ୍ରମଣ ସ୍ଥାନକୁ ଜିବାକୁପଡିଲା। 

ତେଣୁ କାଠକୁ ଜବତ କରିଥିଲୁ। ସୂଚନା ଅନୁଯାଇ ଏହି କାଠ ପ୍ରାୟତଃ ରାଜସ୍ଥାନ ଚାଲାଣ ହୋଇଥାଏ। ତେବେ ସରକାରୀ ମୁଲ୍ୟ ଅନୁସାରେ ବର୍ତ୍ତମାନ କ୍ଵିଣ୍ଟାଲ ପ୍ରତି ପ୍ରାୟ ୯ ହଜାର ଟଙ୍କା ରହିଥିବା ବେଳେ ବାହାର ବଜାରରେ ଏହାର ମୁଲ୍ୟ ମନ ଇଚ୍ଛା ରହିଥାଏ। ତେବେ ଟ୍ରାକ୍ଟର ରେ ଚାରି ଟ୍ରିପ ଜବତ କାଠ ରେଞ୍ଜ ଅଫିସକୁ ନିଆଯାଇଛି। 

ଏବଂ କାଠ ମାଫିଆ ମାନେ ବାରମ୍ବାର ସ୍ଥାନ ପରିବର୍ତନ କରି ଚାଲାଣ ହେବାକୁଥିବା କାଠ ଜମା କରିଥାନ୍ତି ତେଣୁ ସହଜରେ ତାଙ୍କ ସ୍ଥାନ ଜାଣିବା କଷ୍ଟ ହେଉଥିଲେ ହେଁ କିଛି ନା କିଛି ସୂତ୍ରରୁ ସୁଚନା ମିଳେ ଏବଂ ଧରାଯାଏ ବୋଲି ବଙ୍ଗୋମୁଣ୍ଡା ରେଞ୍ଜର ପଦ୍ମନାଭ କୁମ୍ଭାର ସୁଚନା ଦେଇଛନ୍ତି। 

ପାଖରେ ଗୋଟିଏ ଇଟାଭାଟି ଥିଲେ ହେଁ ଗାଡି କିମ୍ବା ଅଭିଯୁକ୍ତ ମାନଙ୍କୁ କାହିଁକି ବନବିଭାଗ ଧରି ପାରିଲାନି ବୋଲି ପଚାରିବାରୁ ସେ ବର୍ତ୍ତମାନ ଗୋଟିଏ ୟୁଡି କେସ କରି କାଠ ଜବତ ହୋଇଛି। 

ହେଲେ ଆମ ସ୍କାନରରେ ଅଭିଯୁକ୍ତ ମାନେ ରହିଛନ୍ତି ।ଏବେ ଆମେ ଆପଣଙ୍କୁ ସେ ବିଷୟରେ ସୁଚନା ଦେଇପାରିବୁ ନାହିଁ। ହେଲେ ଅଭିଯୁକ୍ତକୁ ଧରିବା ପରେ ଏ ବିଷୟରେ ଆହୁରି ସୁଚନା ଦିଆଯିବ ବୋଲି କହିଥିଲେ।



Edited by k.s thakur...

Post a Comment

Previous Post Next Post