ବରଗଡ଼ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ...

ବରଗଡ଼ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ...


ବରଗଡ଼,୧୩/୧୨(ବିଜୟ କୁମାର ସାହୁ): ରାଷ୍ଟ୍ରୀୟ ଆଇନ ସେବା ପ୍ରାଧୁକରଣ, ନୂଆଦିଲ୍ଲୀ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧୁକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ ବରଗଡ଼ ଜିଲ୍ଲା ଆଇନ ସେବା ପ୍ରାଧୁକରଣ ଆନୁକୂଲ୍ୟରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଡିସେମ୍ବର ୧୩ ତାରିଖରେ ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। 

    Ad..


ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ଯକ୍ଷ ଶ୍ରୀ ଅନୁପ କୁମାର ଚନ୍ଦନ୍‌ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଲୋକ ଅଦାଲତରେ ସମସ୍ତ ପ୍ରକାରର ବିଚାରାଧିନ ମକଦ୍ଦମା ଯଥା ଦେୱାନୀ ଓ ଫୌଜଦାରି (ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କଋଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ ସମସ୍ୟା, ଜମି ଅଧୂଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲାର ଆପୋସ ସମାଧାନ କରାଯାଇଥିଲା। 

Ad..


ଉକ୍ତ ଲୋକ ଅଦାଲତ ରେ ୩,୫୧୬ ଗୋଟି ପ୍ରାକ୍ ମୋକଦ୍ଦମା ମାମଲା ଏବଂ ୧୨,୫୨୪ ଗୋଟି ବିଚାରଧୂନ ମୋକଦ୍ଦମା ମାମଲାର ବିଚାର ପାଇଁ ବିଭିନ୍ନ ଅଦାଲତ, ବିଭିନ୍ନ ବ୍ୟାଙ୍କ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରମୁଖଙ୍କ ତରଫରୁ ବିଚାରକୁ ନିଆଯାଇଥିଲା।

ଉକ୍ତ ମକଦ୍ଦମା ମାନଙ୍କ ମଧ୍ୟରୁ ୭୪ ଗୋଟି ପ୍ରାକ୍ ମୋକଦ୍ଦମା ମାମଲା ଏବଂ ୯,୨୭୭ ଗୋଟି ବିଚାରଧୂନ ମୋକଦ୍ଦମା ମାମଲା ର ବିଚାର ହୋଇ ପ୍ରାକ୍ ମାମଲା ବାବଦକୁ ୨୪, ୬୨,୫୨୯/- ଟଙ୍କା ଏବଂ ବିଚାରଧୁନ ମାମଲା ବାବଦକୁ ୨, ୧୭,୧୫,୦୭୦ /-ଟଙ୍କା ଆଦାୟ ହୋଇଥିଲା। 

ଉକ୍ତ ଲୋକ ଅଦାଲତକୁ ବରଗଡ଼ ଜିଲ୍ଲା ଆଇନ ସେବା ପ୍ରାଧ୍କରଣ ର ଅଧ୍ୟକ୍ଷ ଶ୍ରୀ ଅନୁପ କୁମାର ଚନ୍ଦନ୍ ଏବଂ ସଚିବ ଶ୍ରୀ ବିଭୂତି ଭୁଷଣ ନାୟକଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିବାବେଳେ, ପାରିବାରିକ ଅଦାଲତର ବିଚାରପତି ଶ୍ରୀ ମାନସ ରଞ୍ଜନ ରଥ, ଅତିରିକ୍ତ ଜିଲ୍ଲା ବିଚାରପତି ଶ୍ରୀ ପ୍ରିୟ ରଞ୍ଜନ ବାରିକ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ପୁନମ ଜେନା, ବରିଷ୍ଠ ଦେବାନୀ ବିଚାରପତି ଶ୍ରୀମତୀ ସୁଚରିତା ମହାନ୍ତି...

ବରିଷ୍ଠ ଦେବାନୀ ବିଚାରପତି (ମହିଳା ଅଦାଲତ) ଶ୍ରୀମତୀ ପ୍ରଜ୍ଞା ପୂଜାପ୍ରଦା, ବରିଷ୍ଠ ଦେବାନୀ ବିଚାରପତି (LR & LTV) ଶ୍ରୀମତୀ ବର୍ଷା ଶର୍ମା, ଉପଖଣ୍ଡିୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଶ୍ରୀଷ୍ଟି ସାମନ୍ତ, ଦେବାନୀ ବିଚାରପତି ଶ୍ରୀ ସଂଗ୍ରାମ କୁମାର ମିଶ୍ର, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ (LR & LTV) ଶ୍ରୀ ଚନ୍ଦନ ଦେହୁରୀ ବିଭିନ୍ନ ଅଦାଲତ ଗୁଡିକୁ ପରିଚାଳନା କରିଥିଲେ। 

ପ୍ରାଧୁକରଣ ଅର୍ନ୍ତଭୁକ୍ତ ଆଇନ୍‌ଜୀବୀ, ଜିଲ୍ଲା ଓକିଲ ସଂଘର ବରିଷ୍ଠ ଆଇନ୍‌ଜୀବୀ ଓ ଯୁବ ଆଇନ୍‌ଜୀବୀ, ପୋଲିସ ଅଧିକାରୀ ମାନେ, ଆଇନସେବା ପ୍ରାଧୂକରଣ ଓ ସିଭିଲ କୋର୍ଟର କର୍ମଚାରୀମାନେ ଉପରୋକ୍ତ ଲୋକ ଅଦାଲତ ପରିଚାଳନାରେ ପ୍ରମୁଖ ସହଯୋଗ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post