ତୁରେକେଲା ପୋଲିସ ଦ୍ବାରା ୧୩ ଦାଦନ ଶ୍ରମିକ ଉଦ୍ଧାର ; ୨ ସର୍ଦାର ଗିରଫ...
କଣ୍ଟାବାଞ୍ଜି,୧୩/୧୨ :ବଲାଙ୍ଗୀର ଜିଲ୍ଲା ତୁରେକେଲା ପୋଲିସ ୧୩ ଜଣ ଦାଦନ ଶ୍ରମିକଙ୍କ ଓ ୪ ଟି ଛୁଆଙ୍କୁ ଉଦ୍ଧାର କରିବା ସହ ଘଟଣାରେ ସଂପୃକ୍ତ ସର୍ଦାରକୁ ଗିରଫ କରିଛି।
Ad..
ତୁରେକେଲା ଥାନା ଅନ୍ତର୍ଗତ ମହୁଲବାହାଳି ଗାଁ ନିକଟରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଶ୍ରମିକଙ୍କୁ ଉଦ୍ଧାର କରିଥିଲା। କାଗଜପତ୍ର ଯାଞ୍ଚ ପରେ ବେଆଇନ ଭାବେ ଚାଲାଣ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା।
Ad..
ଶ୍ରମିକମାନେ ତୁରେକେଲା ଥାନା ଅନ୍ତର୍ଗତ ମହୁଲବାହାଳି ଗାଁ ଓ କୋମନା ଥାନା ନଗାଁର ବୋଲି ଜଣାପଡ଼ିଛି। ପୋଲିସ ଗୋଟିଏ ମାମଲା ୩୪୧/୨୫ ରୁଜୁ କରି ଅଭିଯୁକ୍ତ ମହୁଲବାହାଳି ଗାଁର ଦାଦନ ସର୍ଦ୍ଦାର ପିତାବସ ତାଣ୍ଡି ଓ ଘନ ତାଣ୍ଡି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନ ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି।
Edited by k.s thakur...
Tags:
kantabanji
labour
latest news
latest update
odisha daily current affairs
odisha news
police
rescue
turekela



