ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ୨୦୨୫ ର ଚତୁର୍ଥ ସନ୍ଧ୍ୟା ; ରାଜ୍ୟ ଓ ବାହାର ରାଜ୍ୟ ଆସାମ, ଛତିଶଗଡ଼ର ନୃତ୍ୟ ମୁଖ୍ୟ ଆକର୍ଷଣ...

ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ୨୦୨୫ ର ଚତୁର୍ଥ ସନ୍ଧ୍ୟା ; ରାଜ୍ୟ ଓ ବାହାର ରାଜ୍ୟ ଆସାମ, ଛତିଶଗଡ଼ର ନୃତ୍ୟ ମୁଖ୍ୟ ଆକର୍ଷଣ...


ବରଗଡ଼/ପଦ୍ମପୁର,୧୩/୧୨(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ଅଶୋକ ଖେଳ ପଡିଆ ଠାରେ ଟାଉନ କ୍ଳବ ପଦ୍ମପର ଦ୍ବାରା ଆୟୋଜିତ ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ବିଜେପୁର ବିଧାୟକ ସନତ ଗଡତିଆ...

      Ad..


ଭଟଲିର ଯୁବ ବିଧାୟକ ଇରାଶିଷ ଆଚାର୍ଯ୍ୟ ,ପଦ୍ମପୁର ବଣିକ ସଂଘ ସଭାପତି ତଥା ଟାଉନ କ୍ଲବ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ପ୍ରତାପ ମିଶ୍ର ପ୍ରମୁଖ ଯୋଗ ଦେଇ  ପଞ୍ଚମ ଲୋକ ମହୋତ୍ସବ ର ଚତୁର୍ଥ ସନ୍ଧ୍ୟାର ସାଂସ୍କୃତିକ ପର୍ବ କୁ ମାଁ ସମଲେଶ୍ଵରୀ ଓ ନୃସିଂହନାଥ ମାର୍ଜାରକେଶରୀ ଙ୍କ ଠାରେ ପୂଜାର୍ଚ୍ଚନା ସହ ପୁଷ୍ପ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି।

Ad..


କଳା ଓ କଳାକାର ଙ୍କର ଏହି ବୋଡା ସମ୍ବର ମାଟି ରେ ସାଂସ୍କୃତିକ କଳା ର ମହକ ର ବାସ୍ନା ସୁବାସିତ କରିବା ପାଇଁ ଏହି ମହା ମଞ୍ଚ ଭଳି କାର୍ଯ୍ୟକ୍ରମ ର ଆୟୋଜନ କୁ ବହୁତ ସୁନ୍ଦର ପ୍ରୟାସ ବୋଲି ଅତିଥି ମାନେ କହିଥିବା ବେଳେ ଆଗକୁ ଏହି ମହୋତ୍ସବ ଆହୁରି ବିଶ୍ୱବିଦିତ  ହେଉ ବୋଲି ଶୁଭେଚ୍ଛା ଦେଇଥିଲେ।

ମହୋତ୍ସବ ତଥା ଟାଉନ୍ କ୍ଳବ ର ସଭାପତି ପ୍ରିତେଶ କୁମାର ବହିଦାର ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଆବାହକ ଅଶୋକ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସେହିପରି ମଞ୍ଚରେ ଉପ ସଭାପତି ନରେଶ ସୁନ୍ଦର ସାହୁ ଙ୍କ ଉପସ୍ଥିତିରେ ପ୍ରଥମେ ସମସ୍ତ ଅତିଥି ମା ସାମଲ୍ଵଶ୍ଵରୀ ଓ ବାବା ନୃସିଂହନାଥ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ବଳନ କରିଥିବା ବେଳେ କଣ୍ଠଶିଳ୍ପୀ ପ୍ରୀତି ମିଶ୍ର ପ୍ରଥମେ ଏକ ଭଜନ ରୁ ସନ୍ଧ୍ୟା ଆରମ୍ଭ କରିଥିଲେ।

ପରେ ପରେ ପ୍ରିୟାଂଶି ଗୁର୍ଲ୍ଲା ଓ ଗଜାନନ ନାଗ ଙ୍କ ଦ୍ୱାରା ଲୋକ ଗୀତ ପ୍ରଦର୍ଶିତ ହୋଇଥିଲା। ବରିଷ୍ଠ ନାଟ୍ୟକାର କେଶରଞ୍ଜନ ପଧାନ ଏବଂ ନାଟ୍ୟକାର ଅଶୋକ କୁମାର ବହିଦାର ସଭା ମଞ୍ଚ ସଂଯୋଜନା କରିଥିବା ବେଳେ ପ୍ରତାପ ନାଥ,ଟେନେସ ପଣ୍ଡା, ସୁରେଶ ସାହୁ ଓ ସୋମେଶ ଚନ୍ଦ୍ର ମହାନ୍ତି ସହଯୋଗ କରିଥିବା ବେଳେ ମନିଷ କୁମାର ରଥ, ନିତୁ ସାହୁ, ଦୀପକ ଦାସ, ସୋନାଲିକ ଶବର ଓ ଦେବାଶିଷ ପଣ୍ଡା ମଞ୍ଚ ଉଦଘୋଷକ ଦାୟିତ୍ୱ ତୁଲାଇ ଥିଲେ। 

ମହୋତ୍ସବ କମିଟି ଓ ସହଯୋଗ ର ପ୍ରୟାସ ରେ ମିଳିତ ଅଶୋକ ପଡିଆ ବାଣିଜ୍ୟ ମେଳା ପ୍ରଦର୍ଶନୀ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ ସହ ଚିକିତ୍ସା ପାଇଁ ଲୋକେ କେବେ ଯେମିତି ହଇରାଣ ନହେବେ ଏବଂ ରକ୍ତ ଦାନ ର ମହତ୍ୱ ଯେମିତି ସମସ୍ତେ ବୁଝିବେ ସେହି ପ୍ରୟାସ ରେ ଏହି ଶିବିର ଆୟୋଜିତ ହୋଇଛି ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ସାଂସ୍କୃତିକ ସନ୍ଧ୍ୟାର ମଜା ନେବା ପାଇଁ ପ୍ରତି ଦିନ ଲୋକଙ୍କ ଖୁବ ଭିଡ଼ ଜମୁଛି। 

ଆଜିର ସାଂସ୍କୃତିକ ପର୍ବ ରେ  ମହିଳା ମହାବିଦ୍ୟାଳୟ ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଶଣ ସହ ସରଶ୍ଵତି ଶିଶୁ ମନ୍ଦିର ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଜୋଗ ଆସନ ପ୍ରଦର୍ଶନ ଦହିତା ଉଚ୍ଚ ବିଦ୍ୟାଳୟ ର ସାଂସ୍କୃତିକ କାର୍ଯ୍ୟକ୍ରମ, କନ୍ୟାଶ୍ରମ ଚର୍ଦା ପାଲି ର ନୁଆଁଖାଇ ଆଧାରିତ ପରିବେଷଣ... 

ମହିଳା ମହା ବିଦ୍ୟାଳୟ ର ପଞ୍ଚରଶି, ଜେନିଥ ଲୟନ୍ସ ଗୁରୁକୁଲ ଅନୁଷ୍ଠାନ ନିଜର ପରମ୍ପରିକ ନୃତ୍ୟ , ଅଞ୍ଚଳ ମହାବିଦ୍ୟାଳୟ ର ସାଂସ୍କୃତିକ ଦଳ, ବଲାଙ୍ଗିର ଜୁଡା ଝଲକ ଅନୁଷ୍ଠାନ ର ପଞ୍ଚରସୀ, ବରଗଡ଼ ଫୁଲ ଗଜରା କଳା ପରିଷଦ ର ଡାଲଖାଇ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ ଦର୍ଶକ ଙ୍କୁ ବେଶ ମୁଗ୍ଧ କରିଥିବା ବେଳେ ଛତିଶଗଡ଼ ସ୍ଵରାଗିନୀ ଅନୁଷ୍ଠାନ ର ଆଜାଦ ପାରିନ୍ଦା ନୃତ୍ୟ ଓ ଆସାମ ପ୍ରତିଭା ଦଳ ର ବିହୁ ନୃତ୍ୟ ମଞ୍ଚରେ ଦର୍ଶକଙ୍କ ପାଇଁ ବିଶେଷ ଆକର୍ଷଣ ପାଲଟି ଥିଲା। 

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିବିଧ ପ୍ରତିଭା ପାଇଁ କୋକିଳ ସାହୁ ଙ୍କୁ ମାନପତ୍ର ଓ ଉପଢ଼ୋକନ ସହ ସମ୍ମାନିତ କରାଯାଇଥିଲା, ସେହି ପରି ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଚିତ୍ରାଙ୍କନ ଏବଂ ପେଣ୍ଟିଙ୍ଗ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ ସହ ବିଚାରକ ଦାୟିତ୍ୱ ତୁଲାଇ ଥିବା ଗଣନାଥ ବଗର୍ତି, ନରେନ୍ଦ୍ର ବରିହା, ଗିରିଧାରୀ ସାହୁ, ସଚ୍ଚିଦାନନ୍ଦ ସାହୁ, ଯୁଗଳ କିଶୋର ଭୋଇ କୋକିଳ ସାହୁ ଏବଂ ପ୍ରଦୀପ ପାଣିଗ୍ରାହୀ, ଦୁର୍ଗଶିଷ ପଟ୍ଟନାୟକ ଙ୍କୁ ସମ୍ମାନିତ କରାଯାଇଥିଲା। 

ଖବର ପ୍ରସାରଣ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା। ଉପସ୍ଥିତ ସମସ୍ତ ଦର୍ଶକଙ୍କ ସହ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ମହୋତ୍ସବ ପର୍ବରେ ଯୋଡି ହୋଇଥିବା ପାଇଁ କ୍ଳବ ର ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ କୃତଜ୍ଞତା ଓ ଧନ୍ୟବାଦ ଜଣାଇ ଆସନ୍ତା ସନ୍ଧ୍ୟାରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ମଧ୍ୟ ସମସ୍ତଙ୍କୁ ନିମନ୍ତ୍ରିତ କରିଥିଲେ। 

ସମସ୍ତ କାର୍ଯ୍ୟକ୍ରମ ରେ ଟାଉନ୍ କ୍ଲବ ସଭାପତି ତଥା ମହୋତ୍ସବ କମିଟି ର ସଭାପତି ପ୍ରିତେଶ କୁମାର ବହିଦାର ଆବାହକ ଅଶୋକ କୁମାର ମିଶ୍ର, ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ, ନରେଶ ସୁନ୍ଦର ସାହୁ,ସୁବାଷ ପାତ୍ର,ସରୋଜ ମିଶ୍ର,ନରୋତମ ପ୍ରଧାନ,ହରି ସିଂ,କେଶବ ରଞ୍ଜନ ପ୍ରଧାନ,ଅଶୋକ ବହିଦାର,ପ୍ରତାପ ମିଶ୍ର...

ନିରୋଜ ଦୋରା,ସୁରେନ୍ଦ୍ର ସାହୁ,ରମେଶ ଗୁର୍ଲ୍ଲା,ବିକାଶ ବହିଦାର,ସୁନୀଲ ଅଗ୍ରୱାଲ,ପ୍ରମୋଦ ମେହେର,ପ୍ରତାପ ନାଥ,ଆଦିତ୍ୟ ରଥ,ଜ୍ୟୋସ୍ନାରାଣୀ କର,ରଞ୍ଜୁ ସେଠ,ନାରାୟଣ ପୁରୋହିତ,ରାଜେଶ ଗୁର୍ଲ୍ଲା,ନିରୋଜ ସିହ୍ନl,ଅଖିଳ ପଟ୍ଟନାୟକ,ଦିନେଶ ବାରିକ,ସୁରଜ ସୁନା,ସୁରେଶ ସାହୁ,ଅମିତ ଗର୍ଗ,ସୌମ୍ୟ ରଞ୍ଜନ ମହାନ୍ତି,ନିଖିଳ ପଟନାୟକ,ନରେଶ ବାରିକ,ସୁରଜ ଭୋଇ,ଟେନେସ ପଣ୍ଡା...

ଯୁଗଳ ସାହୁ,ଚିନ୍ମୟ ସାମଲ, ସରୋଜ ଭୋଇ, ଟୁନା ବାରିକ,ଅନିଲ ଗର୍ଗ,ଵାରୀଶ ରାଜା,ଲକ୍ଷ୍ମୀକାନ୍ତ ବରିହା,ମନୋଜ ବେହେରା,ରୋହିତ ସେଠ,ରାହୁଲ ବହିଦାର,ରାହୁଲ ତାଣ୍ଡି,ସୁରେନନ୍ଦ୍ର ଲୁହାର,ବିନୀତ ପାତ୍ର,ଉଦ୍ଧବ ଡୁଙ୍ଗରି,ରୁଦ୍ରନାରାୟଣ ସାହୁ,ଆୟୁଷ ଯୋଶୀ,ଓମ ସାହୁ,ଶଙ୍କର ରାଉତ,ଡମ୍ୱରୁ ଭୋଇ,ବିରେନ ପ୍ରଧାନ,ପ୍ରେମାନନ୍ଦ ବରିହା ପ୍ରମୁଖ ସାଫଲ୍ୟ ମଣ୍ଡିତ କରିବାରେ ଦାୟିତ୍ୱ ବହନ କରିଥିଲେ।




Report : Bijay ku sahu

Edited by k.s thakur...

1 Comments

Previous Post Next Post