କଳା କ୍ଷେତ୍ରରେ ବୋଡା ସମ୍ବର ଅଂଚଳ ର ଗାରିମା ବୃଦ୍ଧି କରୁଛି ପଦ୍ମପୁର ଲୋକ ମହୋତ୍ସବ...
ବରଗଡ଼,୧୪/୧୨(ବିଜୟ କୁମାର ସାହୁ):ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଚାଲିଥିବା ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ଦିନକୁ ଦିନ ପ୍ରବଳ ଜନସମାଗମ ହେଉଛି। ଟାଉନ କ୍ଲବ ପଦ୍ମପୁର ଦ୍ବାରା ଅଶୋକ ପଡିଆଠାରେ ଆହୋଜିତ ହେଉଥିବା ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ୨୦୨୫ ର ଆଜି ପଞ୍ଚମ ଓ ଅନ୍ତିମ ଦିବସ।
Ad..
ଦିନ ୧୦ ଘଣ୍ଟା ସମୟରୁ ରାତ୍ରୀ ର ୧୧ ଘଣ୍ଟା ପର୍ଯ୍ୟନ୍ତ ଚାଲୁଥିବା ମହୋତ୍ସବ ଦିନ ବେଳା ବାଣିଜ୍ୟ ମେଳା ମିନା ବଜାର ପାଇଁ ହଜାର ହଜାର ଜନସାଧାରଣ ଙ୍କ ଭିଡ଼ ଜନସମୁଦ୍ର ପାଲଟୁଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମାନ ଦେଖିବାକୁ ଦର୍ଶକଙ୍କ ପ୍ରବଳ ସମାଗମ ହେଉଛି।
Ad..
ଦୁଇ ସପ୍ତାହ ଧରି ଅଶୋକ ପଡିଆ ଠାରେ ବାଣିଜ୍ୟ ମେଳା ର ଶୁଭାରମ୍ଭ ହୋଇଥିବା ବେଳେ ୯ ତାରିଖ ମହୋତ୍ସବ ପାଳନ ର ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବୁଢ଼ା ସମ୍ବର ଅଂଚଳ ର ଝାଙ୍କର ମାନଙ୍କ ଦ୍ବାରା ସମସ୍ତ ଗାଁ ର ବିଭିନ୍ନ ଦେବା ଦେବୀ ପୀଠରୁ ମାଟି ଅଣାଯାଇ ସାଂସ୍କୃତିକ ଶୋଭାଯାତ୍ରା ପୂର୍ବରୁ ପୂଜାର୍ଚ୍ଚନା କରାଯାଇ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।
ବୁଢ଼ା ସମ୍ବର ଅଚଳର ବିଭିନ୍ନ କଳାକାର, ଜିଲ୍ଲା ଓ ରାଜ୍ୟ ତଥା ରାଜ୍ୟ ବାହାରୁ ଯୋଗଦାନ ଦେଇଥିବା ୨୪ ଗୋଟି ସାଂସ୍କୃତିକ ଦଳ ରେ ମୋଟ ୭୦୦ କଳାକାର ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଯୋଗଦେଇ ସହର ପରିକ୍ରମା କରିଥିଲେ। ଅପରାହ୍ନ ୪ ଘଣ୍ଟା ସମୟରୁ ରାତ୍ରୀ ୯ ଘଣ୍ଟା ପର୍ଯ୍ୟନ୍ତ ସହର ପରିକ୍ରମା କରି ଶୋଭାଯାତ୍ରା ମହୋତ୍ସବ ମଣ୍ଡପ ରେ ପହଞ୍ଚି ସମାପନ ହୋଇଥିଲା।
୧୦ ତାରିଖ ସନ୍ଧ୍ୟା ରେ ସାଂସ୍କୃତିକ ପର୍ବ ଶୁଭାରମ୍ଭ ହୋଇଥିଲା। ୧୪ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଚାଲିଛି। ପ୍ରଥମ ଦିନ ସନ୍ଧ୍ୟାରେ ସମ୍ବଲପୁର ପଶ୍ଚିମାଞ୍ଚଳ ବି ଆଇ ଜି ହିମାଂଶୁ କୁମାର ଲାଲ୍ , ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାଇ ମିନା, ଦ୍ବିତୀୟ ଦିନରେ ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଅରଗୋଲା, ଉପଖଣ୍ଡୀୟ ପୋଲିସ ଆରକ୍ଷୀ ଅଧିକାରୀ ପାଣ୍ଡବ ଶବର ,ପଦ୍ମପୁର ଆଦର୍ଶ ଥାନା ର ଅଧିକାରୀ ତଥା ଡିଏସପି ମମତା ନାଏକ...
ତୃତୀୟ ସନ୍ଧ୍ୟା ରେ ବରଗଡ଼ ଜିଲ୍ଲା ର ଶିକ୍ଷାବିତ ତଥା କ୍ରୀଷ୍ଣା ବିକାଶ ଗୃଫ ର ଚେୟାରମେନ ଡି ମୂରଲୀ କ୍ରିଷ୍ଣା, ପଦ୍ମପୁର ନୂଆପାଲି ଆଶ୍ରମ ର ଅଧ୍ୟକ୍ଷ ଆଚାର୍ଯ୍ୟ ଭଗବାନ ଦେବ, ଟାଉନ୍ କ୍ଲବ ର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ସଭାପତି ଶିରିଶ ବହିଦାର, ଟାଉନ୍ କ୍ଲବ ର ପୂର୍ବତନ ସଦସ୍ୟ ଗୋବିନ୍ଦ ଅଗ୍ରୱାଲ, ଚତୁର୍ଥ ସନ୍ଧ୍ୟା ରେ ବରଗଡ଼ ଜିଲ୍ଲା ବିଜେପୁର ବିଧାୟକ ଜମିଦାର ସନତ ଗଡତିଆ, ଭଟଲି ର ଯୁବ ବିଧାୟକ ଇରାସିସ୍ ଆଚାର୍ଯ୍ୟ...
ପଦ୍ମପୁର ବଣିକ ସଂଘ ର ସଭାପତି ପ୍ରତାପ ମିଶ୍ର ପ୍ରମୁଖ ଓ ପଞ୍ଚମ ଉଦ୍ଯାପିତ ସନ୍ଧ୍ୟା ରେ ଓଡ଼ିଶାର ଉଚ୍ଚଶିକ୍ଷା କ୍ରିଡ଼ା ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ, ଝାରସୁଗୁଡ଼ା ଯୁବ ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଯୋଗଦାନ ରେ ମହୋତ୍ସବ ର ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଚାଲିଛି।
କେବଳ ଯେ ବାଣିଜ୍ୟ ମେଳା ପ୍ରଦର୍ଶନୀ, ମିନା ବଜାର କିମ୍ବା ସାଂସ୍କୃତିକ ଶୋଭାଯାତ୍ରା କିମ୍ବା ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ନୁହେଁ ଏହି ମହୋତ୍ସବ ରେ ହାଇସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ଙ୍କ ନୃତ୍ୟ, ଗୀତ, ଚିତ୍ରକଳା ପ୍ରତିଯୋଗୀତା, ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଏକ ନୂଆ କଳାକାର, ଦକ୍ଷ ଛାତ୍ରଛାତ୍ରୀ ସୃଷ୍ଟି କରି ପୁରସ୍କୃତ କରିବା...
ବାଣିଜ୍ୟ ମେଳା ପ୍ରଦର୍ଶନୀ ଠାରେ ରକ୍ତଦାନ ଶିବିର ଆୟୋଜନ କରିବା,ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରି ଅଂଚଳ ର ଗର୍ବ ଓ ଗୌରବର ପ୍ରତୀକ ହୋଇ ରହିଥିବା ବ୍ୟକ୍ତି ବିଶେଷ ଙ୍କୁ ମଞ୍ଚ ରେ ସମ୍ମାନ ଓ ସମ୍ମାନିତ କରିବା ରେଡକ୍ରସ କୁ ଆର୍ଥିକ ସହାୟତା, ଆଲୋଚନା ଚକ୍ର ଅନୁଷ୍ଠିତ କରିବା ପ୍ରଭୃତି କାମକୁ ସମ୍ପାଦନ କରି ପଦ୍ମପୁର ଲୋକ ମହୋତ୍ସବ ଅନୁଷ୍ଠିତ ହେଉଛି।
ଏଭଳି ଏକ ମହାନ ଲକ୍ଷ୍ୟ ନେଇ ପଦ୍ମପୁର ଟାଉନ୍ କ୍ଲବ ର ଉଦ୍ୟମ ଆଜି ସଫଳତା ସହ ପଞ୍ଚମ ବର୍ଷରେ ପଦାର୍ପଣ କରିଛି ବୋଲି ଟାଉନ୍ କ୍ଲବ ସଭାପତି ଯୁବନେତା ପ୍ରିତେଶ ବହିଦାର, ସମ୍ପାଦକ ଯୁବ ଇଞ୍ଜିନିୟରିଂ କୁନାଲ ପାଣିଗ୍ରାହୀ, ଆବାହକ ଅଶୋକ ମିଶ୍ର ପ୍ରମୁଖ ସୂଚନା ଦେଇଛନ୍ତି।
ଏହି ମହୋତ୍ସବ କୁ ସଂପୂର୍ଣ୍ଣ କରିବା ପାଇଁ ପଦ୍ମପୁର ସହର ତଥା ପାଖଆଖ ଅଂଚଳ ର ଜନସାଧାରଣ, କଳାକାର, ଅନୁଷ୍ଠାନ, ବ୍ୟକ୍ତି ବିଶେଷ, ସାମାଜିକ ଗଣମାଧ୍ୟମର, ଛାତ୍ର ଛାତ୍ରୀ, ଶିକ୍ଷକ, ଅବିବାବକ, ସଂଗୀତକାର ,ବିଚାରକ ଏପରିକି ସମସ୍ତ ଜନସାଧାରଣ ଦର୍ଶକ ଭାବରେ ସହଯୋଗ କରୁଛନ୍ତି ଫଳରେ ଏହି ମହୋତ୍ସବ ଆଜି ଲୋକ ମହୋତ୍ସବ ରେ ପରିଣତ ହୋଇପାରିଛି।
ଟାଉନ୍ କ୍ଲବ କଳା ଓ କଳାକାର ଙ୍କୁ ସୁଯୋଗ ଦେବାର ପ୍ରୟାସ ସହଅଂଚଳ ର ଲୋକ ସଂସ୍କୃତି ପରମ୍ପରା ଓ ଐତିହ୍ୟ କୁ ସମ୍ମାନ ପ୍ରଦର୍ଶନ କରିବା ର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ କୁ ହାତକୁ ନେଇଛି ବୋଲି ଟାଉନ୍ କ୍ଲବ ସଭାପତି ପ୍ରିତେଶ ବହିଦାର କହିଛନ୍ତି।
Report : Bijay ku sahu
Edited by k.s thakur...



