ମାଁ ଦୁଆରଶନି ୟୁଥ୍ କ୍ଳବ ପକ୍ଷରୁ କମ୍ବଳ ବଣ୍ଟନ...
କଣ୍ଟାବାଞ୍ଜି,୦୫/୧୨ : ତୁରେକେଲା ବ୍ଲକ ହିଆଲ ପଞ୍ଚାୟତ ଅନ୍ତର୍ଗତ ଦାବ୍ରି ଗ୍ରାମର ମାଁ ଦୁଆରଶନି ୟୁଥ୍ କ୍ଳବ ପକ୍ଷରୁ ଆଜି ଗାଁର କେତୋଟି ପଡ଼ାରେ କମ୍ବଳ ବଣ୍ଟନ କରାଯାଇଥିଲା।
Ad..
ଧୀରେ ଧୀରେ ଥଣ୍ଡା ଓ ତାପ ମାତ୍ରା ହ୍ରାସ ହେବାରେ ଲାଗିଛି ବୋଲି ଗାଁର ଅସହାୟ, ବୟସ୍କ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ସଂଗଠନର ସଦସ୍ୟ ମାନେ ନିଜ ନିଜ ଭିତରେ ଆର୍ଥିକ ପାଣ୍ଠି ଏକତ୍ରିତ କରି ଗାଁର ତିନୋଟି ପଡ଼ାରେ ଅସହାୟଙ୍କୁ ୩୦ ଖଣ୍ଡ କମ୍ବଳ ବଣ୍ଟନ କରିଥିଲେ।
Ad..
ବାକି ଆଉ କେତୋଟି ପଡ଼ା କୁ ଗୋଟେ ଦୁଇ ଦିନରେ ଭିତରେ କମ୍ବଳ ବଣ୍ଟନ କରାଯିବ ବୋଲି କ୍ଲବ୍ ର ସଭାପତି ଶ୍ରୀ ରାଜୁ ଛତ୍ରିଆ କହିଛନ୍ତି।
କମ୍ବଳ ବାଣ୍ଟିବା ସମୟରେ ସଭାପତି ଶ୍ରୀ ରାଜୁ ଛତ୍ରିଆ , କ୍ଲବ୍ ସହଯୋଗୀ ରୁକ୍ଷ କର୍ତ୍ତା ଚନ୍ଦନ,ସହ ସମ୍ପାଦକ ନନ୍ଦୀ ରାଜ ମଲ୍ଲିକ,କୋଷାଧ୍ୟକ୍ଷ ରୋହିତ ନାଗ , ଲାଇବ୍ରେରୀଆନ୍ ଦୁଃଖନାଶନ ମଲ୍ଲିକ, ଏକ୍ଟିଭ୍ ମେମ୍ବର ଗୌତମ ଚନ୍ଦନ,ସମାଜ ସେବୀ ଜିତୁ ସୁନା, ବିଦୁର ନାଗ ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur...
Tags:
dabri
Jai maa duarsani club
kantabanji
latest news
latest update
odisha daily current affairs
odisha news



