ଡିସେମ୍ବର ୧୩ ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ...

ଡିସେମ୍ବର ୧୩ ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ...


ବରଗଡ଼,୦୪/୧୨(ବିଜୟ କୁମାର ସାହୁ):ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନସେବା ଯୋଗାଇଦେବା ଲକ୍ଷ୍ୟରେ ଆସନ୍ତା ଡିସେମ୍ବର ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ। 

      Ad..


ଏହା ବରଗଡ କୋର୍ଟ ସମେତ ପଦ୍ମପୁର, ସୋହେଲା, ବରପାଲି, ଭେଡେନ, ଅତାବିରା ଓ ବିଜେପୁର କୋର୍ଟ ପରିସରରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୂଚନା ଦେଇଛନ୍ତି। 

Ad..


ସୂଚନାଯୋଗ୍ୟ, ଏହି ଲୋକ ଅଦାଲତରେ ଅସହାୟ ଗରିବ ଲୋକଙ୍କ ମୋକଦ୍ଦମାର ନ୍ୟାୟ ବିନା ମୂଲ୍ୟରେ ପ୍ରଦାନ କରାଯିବ। ଅଧିକରୁ ଅଧିକ ଲୋକ ସେମାନଙ୍କର ମୋକଦ୍ଦମାକୁ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପଞ୍ଜୀକରଣ କରାଇ ଏହାର ସୁବିଧା ନେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଅନୁରୋଧ କରିଛନ୍ତି । 

ସେଦିନ ସକାଳ ୧୦ ଘଟିକାରୁ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ବରଗଡ ଜିଲ୍ଲାର ବିଭିନ୍ନ କୋର୍ଟ ପରିସରରେ ଆରମ୍ଭ ହେବ । ଏହି ଲୋକ ଅଦାଲତରେ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ ଓ ଫୌଜଦାରି (ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କରଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ ସମସ୍ୟା, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ, ଚାକିରି ସମ୍ବନ୍ଧୀୟ, ଅବସରକାଳୀନ ପ୍ରାପ୍ୟ ମାମଲା ଓ ରାଜସ୍ୱ ମାମଲାର ଆପୋସ ସ‌ହମତିରେ ସମାଧାନ କରାଯିବ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post