ତୁରେକେଲା ପୋଲିସ ଦ୍ବାରା ୧୩ ଦାଦନ ଶ୍ରମିକ ଉଦ୍ଧାର,ସର୍ଦାର କୋର୍ଟ ଚାଲାଣ...
କଣ୍ଟାବାଞ୍ଜି/ତୁରେକେଲା,୦୫/୧୨ : ଦାଦନ ଋତୁ ଆରମ୍ଭରୁ ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକ ମାନେ ଅଗ୍ରୀମ ଟଙ୍କା ନେଇ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟ କୁ ଯାଉଛନ୍ତି। ହେଲେ ସରକାରଙ୍କ ନିୟମ କୁ ପାଳନ ନ କରି ଦାଦନ ଚାଲାଣ ହେବା ଘଟଣା ସାମନା କୁ ଆସୁଛି।
Ad..
ବଲାଙ୍ଗୀର ଜିଲ୍ଲା ତୁରେକେଲା ପୋଲିସ ୧୩ ଜଣ ଦାଦନ ଶ୍ରମିକଙ୍କ ସହ ଦୁଇଟି ଛୁଆଙ୍କୁ ଉଦ୍ଧାର କରିବା ସହ ଘଟଣାରେ ସଂପୃକ୍ତ ସର୍ଦାରକୁ ଗିରଫ କରିଛି।ଶ୍ରମିକମାନେ କନ୍ଧବାହାଲ ଗାଁର ଦାଦନ ସର୍ଦ୍ଦାର ସୁରେଶ ୱାଡେକରଙ୍କ ଠାରୁ ଆଗୁଆ ବଇନା ନେଇ ରାଜ୍ୟ ବାହାର ବିଜୟବାଡ଼ାକୁ କାମ କରିବାକୁ ଯାଉଥିଲେ।
Ad..
ତୁରେକେଲା ଥାନା ଅନ୍ତର୍ଗତ ସେମେଳା ଗ୍ରାମ ନିକଟରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଶ୍ରମିକଙ୍କୁ ଉଦ୍ଧାର କରିଥିଲା। କାଗଜପତ୍ର ଯାଞ୍ଚ ପରେ ବେଆଇନ ଭାବେ ଚାଲାଣ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା। ଶ୍ରମିକମାନେ ଲାଠୋର, ଟିଟିଲାଗଡ଼ ଓ ପାଟଣାଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି।
ପୋଲିସ ଗୋଟିଏ ମାମଲା ୩୩୬/୨୫ ରୁଜୁ କରି ଅଭିଯୁକ୍ତ ଦାଦନ ସର୍ଦ୍ଦାର ସୁରେଶ ୱାଡେକର କୁ କୋର୍ଟଚାଲାଣ କରାଯାଇଛି ବୋଲି ଥାନ ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି ।
Edited by k.s thakur...
Tags:
13 labour
bolangir daily current affairs
kantabanji
latest news
latest update
odisha daily current affairs
odisha news
police
rescue
turekela



