ବରଗଡ଼ ମହିଳା ସମିତିର ଗୋବିନ୍ଦପୁରରେ ସଭା ;ମହିଳାମାନଙ୍କୁ ସଶକ୍ତ କରୁଥିବା ଉଦ୍ୟୋଗର ବିକାଶ କରାଯାଉ...
ବରଗଡ଼,୧୧/୧୨(ବିଜୟ କୁମାର ସାହୁ):ମହିଳାମାନଙ୍କୁ ସଶକ୍ତ କରୁଥିବା ଉଦ୍ୟୋଗର ବିକାଶ ସାଙ୍ଗକୁ ଯୋଗାଣ ଶୃଙ୍ଖଳା ଏବଂ ବଜାର ଅଭ୍ୟାସ ଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ସରକାର ଗୁରୁତ୍ବ ଦେବା ଆବଶ୍ୟକ ବୋଲି ବରଗଡ଼ ମହିଳା ସମିତି ଅନୁରୋଧ ଜଣାଇଛି।
Ad..
ସମିତିର ସଭାନେତ୍ରୀ ଅଞ୍ଜନା ଦାସଙ୍କ ସଭାପତିତ୍ବରେ ବୁଧବାର ଦିନ ହୀରାକୁଦ ଜଳଭଣ୍ଡାରର ଗୋବିନ୍ଦପୁର ଠାରେ ଅନୁଷ୍ଠିତ ଏହି ବଣଭୋଜି ସଭାରେ ମହିଳା ମାନଙ୍କୁ ସଶକ୍ତ କରାଯିବା ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
Ad..
ସମସ୍ତ ମହିଳା ଏବଂ ପୁରୁଷଙ୍କୁ କାର୍ଯ୍ୟସ୍ଥଳରେ ବିନା ଭେଦଭାବରେ ନ୍ୟାୟପୂର୍ଣ୍ଣ ବ୍ୟବହାର, ସମସ୍ତ ମହିଳା ଶ୍ରମିକଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ, ମହିଳାମାନଙ୍କ ପାଇଁ ଶିକ୍ଷା, ତାଲିମ ଏବଂ ବୃତ୍ତିଗତ ବିକାଶକୁ ପ୍ରୋତ୍ସାହନ ଦ୍ଵାରା ସାମାଜିକ ଓ ଅର୍ଥନୈତିକ ପ୍ରଗତି ସମ୍ଭବ ହେବ ବୋଲି ସଭାରେ ମତପ୍ରକାଶ ପାଇଥିଲା।
ବରଗଡ଼ରେ ମହିଳା ଥାନା ପ୍ରତିଷ୍ଠାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇ ଏ ନେଇ ସମିତି ଶୀଘ୍ର କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ସମ୍ପାଦିକା ସୁଧାଂଶୁବାଳା ଦାଶ ପ୍ରସ୍ତାବ ଆଗତ କରିଥିବା ବେଳେ ମମତା ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ।
ଆମ୍ବାଭୋନା ବ୍ଲକ ଲଖପୁର ଅଞ୍ଚଳ ହୀରାକୁଦ ରିଜର୍ଭର ର ମନୋରମ ପରିବେଶ ବହନ କରୁଥିବା ଗୋବିନ୍ଦପୁର ଠାରେ ସମିତିର ବଣଭୋଜି ଅବସରରେ ଅନୁଷ୍ଠିତ ସଭାରେ ସମିତିର ସମସ୍ତ ସଭ୍ୟା ସାମିଲ ହୋଇଥିଲେ। ବୋଟିଂ ମାଧ୍ୟମରେ ଜଳଭଣ୍ଡାରର ମନୋରମ ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା।
ଏହି ସ୍ଥଳକୁ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରାଯିବା ଦିଗରେ ଜିଲ୍ଲା ପ୍ରଶାସନ ଗୁରୁତ୍ଵ ଦେବାକୁ ବରଗଡ଼ ମହିଳା ସମିତି ଅନୁରୋଧ ଜଣାଇଛି। ସମିତିର ସଦସ୍ୟାଗଣ ସୁଷମା, ପ୍ରତିମା, କନକ, ସ୍ୱାଧିନୀ, ଡ଼ା. କମଳିନୀ, ସୌଭାଗ୍ୟଲକ୍ଷ୍ମୀ, ସୁନିତା, ତନିମା, ରିନୁ, ବାସନ୍ତୀ, ମଞ୍ଜୁ, ବିନୋଦିନୀ, ପଦ୍ମିନୀ, ଯଶସ୍ମିତା, ସସ୍ମିତା, ଭାରତୀ, ମଞ୍ଜୁଳା, ସଲୋନୀ, ସୁଜାତା, ପ୍ରତିମା, ନିତୁ, ଗୀତାଞ୍ଜଳି, ଜୟନ୍ତୀ, ସବିତା, ଗୀତାକୁମାରୀ, ସଂଘମିତ୍ରା, ଶୈବଳିନୀ, କବିତା, ମିଲିପମା, ନିବେଦିତା, ପ୍ରଣତୀ, ପାର୍ବତୀ, ସୁଜାତା, ଗୀତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Report : Bijay ku sahu
Edited by k.s thakur...



