ପଖନମୁଣ୍ଡା ବିଦ୍ୟାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଭା ଅନୁଷ୍ଠିତ...
କଣ୍ଟାବାଞ୍ଜି,୧୨/୧୨ :ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ଓଡିଶା ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଆନୁକୂଲ୍ୟରେ ଜାତୀୟ ସିକିଲ ସେଲ ଏନିମିଆ ନିରାକରଣ କାର୍ଯ୍ୟକ୍ରମ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।
Ad..
ଜୁନିୟର ରେଡକ୍ରସ ପରାମର୍ଶଦାତା ତଥା ଶିକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱାସ୍ଥ୍ୟକର୍ମୀ ଅଶୋକ କୁମାର ସାହୁ, ବିଶ୍ୱଜିତା ଦତ୍ତ, ଧରିତ୍ରୀ ବେହେରା,ସସ୍ମିତା ଜେନା ସତସ୍ତରୀଜଣ ଛାତ୍ରଛାତ୍ରୀ ମାନଙ୍କୁ ସିକଲ ସେଲ ଓ ଥେଲାସେମିଆ ପରୀକ୍ଷା କରିଥିଲେ।
Ad..
ତାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିଶଙ୍କର ସାହୁ ଓ ଶ୍ରୀ ଦାଶ ସଚେତନତା ସଭା କରି ସିକଲ ସେଲ ଓ ଏନିମିଆ ଉପରେ ଆଲୋକପାତ କରିଥିଲେ। ଭବାନୀ ମାଝୀ ଓ ଅନ୍ୟ ମାନେ ସହଯୋଗ କରିଥିଲେ।
Edited by k.s thakur...



