ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବର ୨୦୨୫ ଦ୍ଵିତୀୟ ଦିନରେ ବି ଦୁଲକିଲା ସାଂସ୍କୃତିକ ମଞ୍ଚ...

ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବର ୨୦୨୫ ଦ୍ଵିତୀୟ ଦିନରେ ବି ଦୁଲକିଲା ସାଂସ୍କୃତିକ ମଞ୍ଚ...


ପଦ୍ମପୁର,୧୧/୧୨(ବିଜୟ କୁମାର ସାହୁ): ପଦ୍ମପୁର ସ୍ଥାନୀୟ ଅଶୋକ ଖେଳ ପଡିଆ ଠାରେ ଟାଉନ କ୍ଳବ, ପଦ୍ମପୁର ତରଫରୁ ଆୟୋଜିତ ହେଉଥିବା ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ର ଆଜି ଦ୍ଵିତୀୟ ସନ୍ଧ୍ୟା ରେ ପଦ୍ମପୁର ଉପ-ଜିଲ୍ଲାପାଳ ଶ୍ରୀମତୀ ସ୍ନେହା ଅରୋଗୁଳା...

      Ad..


ଉପଖଣ୍ଡ ଆରକ୍ଷୀ ଅଧିକାରୀ ପାଣ୍ଡଵ ଶବର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପଦ୍ମପୁର ଭାର ପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତୀ ମମତା ନାଏକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଲୋକ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାର ସାଂସ୍କୃତିକ ପର୍ବ କୁ ଶୁଭାରମ୍ଭ କରିଥିଲେ।

Ad..


ବୋଡା ସମ୍ବର କଳା ଓ ସାଂସ୍କୃତି ର ଏହି ଅଞ୍ଚଳ ରେ ସାଂସ୍କୃତିକ କଳା ର ଆଦାନ ପ୍ରଦାନ ପାଇଁ ଏପରି ଏକ ମହାପର୍ବ  ଆୟୋଜିତ ହେବା ବହୁତ ସୁନ୍ଦର ପ୍ରୟାସ ବୋଲି ଅତିଥି ମାନେ କହିଥିବା ବେଳେ ଆଗକୁ ଏହି ମହୋତ୍ସବ ଆହୁରି ବିକଶିତ ଆଉ ବିଶାଳ ହେଉ ବୋଲି ଶୁଭେଚ୍ଛା ଦେଇଥିଲେ। 

କ୍ଳବର ସଭାପତି ପ୍ରିତେଶ କୁମାର ବହିଦାର ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଆବାହକ ଅଶୋକ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମେ ସମସ୍ତ ଅତିଥି ମା ସାମଲ୍ଵଶ୍ଵରୀ ଓ ବାବା ନୃସିଂହନାଥ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ବଳନ କରିଥିବା ବେଳେ କଣ୍ଠଶିଳ୍ପୀ ପ୍ରତ୍ୟୁଷ ମିଶ୍ର ଓ ସୁପ୍ରିୟା ଶର୍ମା  ପ୍ରଥମେ ଏକ ଲୋକ ଗୀତ ରୁ ସନ୍ଧ୍ୟା ଆରମ୍ଭ କରିଥିଲେ।

ସୁଶ୍ରୀ ପ୍ରତିକ୍ଷ୍ୟା ଓ ଗଣେଶ ମେହେର ଏବଂ ପ୍ରାଚୀ ପାଣିଗ୍ରାହୀ ଓ ମନିଷ ରଥ ମଞ୍ଚ ଉଦଘୋଷକ ଦାୟିତ୍ୱ ତୁଲାଇ ଥିବା ବେଳେ ପଦ୍ମପୁର ସଙ୍ଗୀତ ସମିତିର କଳାକାର ମାନଙ୍କ ଦ୍ୱାରା ରମେଶ ଗୁର୍ଲ୍ଲା ଙ୍କ ତତ୍ୱାବଧାନ ରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିବା ବେଳେ ରାଜେଶ ଗୁର୍ଲ୍ଲା ଙ୍କ ସଂଯୋଜନା ରେ ସଙ୍ଗୀତ ସମିତି ର କଳାକାର ମାନଙ୍କ ଦ୍ୱାରା ବାଦ୍ୟ ସଂଚାଳନ ହୋଇଥିଲା। 

ଆଜିର ପର୍ବ ରେ ପଦ୍ମପୁର କନ୍ୟାଶ୍ରାମ ର ର ଲୋକ ନୃତ୍ୟ, ୱାଇନର ଶିକ୍ଷାନୁଷ୍ଠାନ ର କାନ୍ତରା ନୃତ୍ୟ, ନବପ୍ରଭାତ ଆଶ୍ରମ ର ଲୋକ ନୃତ୍ୟ, ମହୁଲପାଲି ର ଘୁଡକା ନାଚ, ଭେଡେନ ଛୁମକୁ ଚୁମା କଳା ପରିଷଦ ର ଲୋକ ନୃତ୍ୟ ପ୍ରଦର୍ଶିତ ହୋଇଥିବା ବେଳେ କୁନି କୁନି ପିଲା ଙ୍କୁ ନେଇ ଏକ ସମ୍ବଲପୁରୀ ଫେସନ ଶୋ କାର୍ଯ୍ୟକ୍ରମ ପରିବେଷଣ ସହ ବୋଉଳି କଳା ପରିଷଦ ବୌଦ୍ଧ, ପାଇକ ଆଖଡ଼ା, ଖୋର୍ଦ୍ଧା ନିଜର କଳା ମାଧ୍ୟମ ରେ ଦର୍ଶକ ଙ୍କୁ ବେଶ ମୁଗ୍ଧ କରିଥିଲା। 

ତେବେ ଶ୍ରୀ ଜିତେନ୍ଦ୍ରିୟ ଗୁରୁ ଙ୍କୁ ସାହିତ୍ୟ ସାଧନା ରେ ଅତୁଳନୀୟ ଅବଦାନ ପାଇଁ ମାନପତ୍ର ଓ ଉପଢ଼ୋକନ ସହ ସମ୍ମାନିତ କରାଯାଇଥିଲା, ସେହି ପରି ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ରଙ୍ଗୋଲି ଓ ଝୋଟି ପ୍ରତିଯୋଗିତା ମାନଙ୍କରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ ସହ ବିଚାରକ ଦାୟିତ୍ୱ ତୁଲାଇ ଥିବା ମିତାଲି ସିଂ, ଦୁର୍ଗଶିଷ ପଟ୍ଟନାୟକ ଓ ସରିତା ଦୋରା ଙ୍କୁ ସମ୍ମାନିତ କରାଯାଇଥିଲା। 

ତେବେ ଉପସ୍ଥିତ ସମସ୍ତ ଦର୍ଶକଙ୍କ ସହ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ମହୋତ୍ସବ ପର୍ବରେ ଯୋଡି ହୋଇଥିବା ପାଇଁ କ୍ଳବ ର ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ କୃତଜ୍ଞତା ଓ ଧନ୍ୟବାଦ ଜଣାଇ ଆସନ୍ତା ସନ୍ଧ୍ୟାରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ମଧ୍ୟ ସମସ୍ତଙ୍କୁ ନିମନ୍ତ୍ରିତ କରିଥିଲେ। 

ଏହି ମହୋତ୍ସବ ରେ ଟାଉନ୍ କ୍ଲବ ସଭାପତି ତଥା ମହୋତ୍ସବ କମିଟି ର ସଭାପତି ପ୍ରିତେଶ କୁମାର ବହିଦାର ଆବାହକ ଅଶୋକ କୁମାର ମିଶ୍ର, ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ, ନରେଶ ସୁନ୍ଦର ସାହୁ,ସୁବାଷ ପାତ୍ର,ସରୋଜ ମିଶ୍ର,ନରୋତମ ପ୍ରଧାନ,ହରି ସିଂ,କେଶବ ରଞ୍ଜନ ପ୍ରଧାନ,ଅଶୋକ ବହିଦାର,ନିରୋଜ ଦୋରା,ସୁରେନ୍ଦ୍ର ସାହୁ,ରମେଶ ଗୁର୍ଲ୍ଲା,ବିକାଶ ବହିଦାର...

ସୁନୀଲ ଅଗ୍ରୱାଲ,ପ୍ରମୋଦ ମେହେର,ପ୍ରତାପ ନାଥ,ଆଦିତ୍ୟ ରଥ,ଜ୍ୟୋସ୍ନାରାଣୀ କର,ରଞ୍ଜୁ ସେଠ,ନାରାୟଣ ପୁରୋହିତ,ରାଜେଶ ଗୁର୍ଲ୍ଲା,ନିରୋଜ ସିଂହା,ଅଖିଳ ପଟ୍ଟନାୟକ,ଦିନେଶ ବାରିକ,ସୁରଜ ସୁନା,ସୁରେଶ ସାହୁ,ଅମିତ ଗର୍ଗ,ସୋମେଶ ମହାନ୍ତି,ନିଖିଳ ପଟନାୟକ,ନରେଶ ବାରିକ,ଟେନେସ ପଣ୍ଡା,ଯୁଗଳ ସାହୁ...

ଚିନ୍ମୟ ସାମଲ,ଅନିଲ ଗୁର୍ଲ୍ଲା,ରାହୁଲ ବହିଦାର,ଵାରୀଶ ରାଜା,ଲକ୍ଷ୍ମୀକାନ୍ତ ବରିହା,ରୋହିତ ସେଠ,ରାହୁଲ ତାଣ୍ଡି,ସୁରେନନ୍ଦ୍ର ଲୁହାର,ଉଦ୍ଧବ ଡୁଙ୍ଗରି,ରୁଦ୍ରନାରାୟଣ ସାହୁ,ଶଙ୍କର ରାଉଥ,ବିନୀତ ପାତ୍ର,ଆଦେଶ ସାହୁ,ଓଁମ ସାହୁ,ଆୟୁଷ ଯୋଶୀ,ଡମ୍ୱରୁ ଭୋଇ,ବିରେନ ପ୍ରଧାନ,ପ୍ରେମାନନ୍ଦ ବରିହା ପ୍ରମୁଖ ସଦସ୍ୟ ମାନେ ସହଯୋଗ କରିଥିଲେ।




Report : Bijay ku sahu 

Edited by k.s thakur...

Post a Comment

Previous Post Next Post