ବଳଧା ଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟା...

ବଳଧା ଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟା...


ବଙ୍ଗୋମୁଣ୍ଡା,୧୬/୧୨ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବଳଧା ପଞ୍ଚାୟତ ହେଡ କ୍ୱାର୍ଟର ବଳଧା ନିକଟରେ ବହି ଯାଇଥିବା ନଦୀ ଠାରୁ ଗାଁକୁ ନିରନ୍ତର ପାନୀୟ ଜଳଯୋଗାଣ ପାଇଁ ତତ୍କାଳୀନ ଗ୍ରାମ୍ୟ ଜଳଯୋଗାଣ ସଂସ୍ଥା ପକ୍ଷରୁ ଉପଭ ହେଡ ଟାଙ୍କି ସାଙ୍ଗକୁ ପାଇପ ଲାଇନ ଗାଁରେ ବିଛାଯାଇ ପାନୀୟ ଜଳ ଯୋଗାଣ ହେଉଥିଲା।

      Ad..

ତେବେ କିଛି ବର୍ଷ ଉକ୍ତ ପ୍ରକଳ୍ପ ପରିଚାଲିତ ହେବା ପରେ ନିମ୍ନମାନର ମଟର ପମ୍ପ ଏବଂ ପାଇପ ଲାଇନ କାମ ଯୋଗୁ ଆଜିକୁ ପ୍ରାୟ ୮ରୁ୧୦ ହେଲାଣି ଅଚଳ ହୋଇ ପଡିଛି ପ୍ରକଳ୍ପ।ତେବେ ବର୍ତ୍ତମାନ ଏ ତିନି ୱାଡ଼ ବିଶିଷ୍ଟ ଗ୍ରାମ ପାନୀୟ ଜଳ ପାଇଁ ନାହିଁ ନଥିବାର ଅସୁବିଧା ସମ୍ମୁଖିନ ହେଉଛନ୍ତି।

Ad..


ତେବେ ଗାଁର ବାହାଲ ଜମି କିମ୍ବା ବ୍ୟକ୍ତି ଗତ ଭାବରେ ଓ ଗାଁ ମଝିରେ ଥିବା ନଳକୁପ ଗାଁ ଲୋକେ ପାଣି ଟୋପାଏ ପାଇଁ ଲମ୍ବା ଧାଡିରେ ଗରିଆ ମାଠିଆ ଧରି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଖାଦ୍ୟପେୟ ରାନ୍ଧି ପାଇଁ ପାଣି ନେଉଛନ୍ତି।

ଆଉ କେତେବେଳେ ଯେ ଉକ୍ତ ସରକାରୀ ପ୍ରକଳ୍ପ ରୁ ପାଣି ଆସିବ ବୋଲି ଗରମାଠି ରଖି ଲୋକେ ଅପେକ୍ଷା କରିଥିବା ଫଟୋ ଚିତ୍ର ଆମ ଖବର ଦାତା ହାରେ ଲାଗିଛି।ତେବେ ଦୀର୍ଘ ୧୦ବର୍ଷ ବେଳକୁ ଶାସନ କରୁଥିବା ତତ୍କାଳୀନ ସରକାର ବାହାଦୂର ସାରା ଓଡ଼ିଶା କୁ ବିକାଶ ସେବା ନାଁରେ କୁଢ଼ କୁଢ଼ ଯୋଜନା ନାମିତ କରି କୋଟି କୋଟି ଟଙ୍କା ବାଟମାରଣା ଯୋଜନା ନିର୍ମାଣ କରିଥିଲେ? 

ହେଲେ ଏହି ଉପାନ୍ତ ଗାଁର ପାନୀୟ ଜଳ ସମସ୍ୟା ସୁଦ୍ଧାର ସରକାର ପାଖରେ ନିଅଟ ହେଲା କି ବ୍ୟୟ ବରାଦ।ତେଣୁ ଏପର୍ଯ୍ୟନ୍ତ ବଳଧା ଗ୍ରାମ ବାସୀ ଉତ୍କୃଷ୍ଟ ପାନୀୟ ଜଳର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି।

ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଅଞ୍ଚଳ ଦାୟିତ୍ବ ଥିବା ଯନ୍ତ୍ରୀ ସତ୍ୟ ସାରଦା ମହାନ୍ତି ଙ୍କୁ ପଚାରି ବୁଝିବାରୁ ସେ ରୋକ ଠୋକ ଉତ୍ତର ଦେଇ କହିଥିଲେ ଯେ ସେହି ପ୍ରକଳ୍ପଟି ବର୍ତ୍ତମାନ ଅଚଳ ଅବସ୍ଥା ଦେଖା ଯାଇଛି।

ତେଣୁ କରି ନୂତନ ପ୍ରକଳ୍ପ ନିର୍ମାଣ ସକାଶେ ଜିଲ୍ଲା ପ୍ରଶାସନଙ୍କୁ ପ୍ରପୋଜାଲ ପଠା ସରିଛି ନୂଆ ଭାବେ ପ୍ରକଳ୍ପ ମଞ୍ଜୁରୀ ହେଲେ ଉକ୍ତ ଗାଁ ନିରନ୍ତର ପାନୀୟ ଜଳ ସେବା ପାଇ ପାରିବେ ବୋଲି ଶ୍ରୀ ମହାନ୍ତି କହିଥିଲେ।



Edited by k.s thakur...

Post a Comment

Previous Post Next Post